ଭୁବନେଶ୍ବର: କଂଗ୍ରେସରେ ମିଶିବେ କି ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ? ତେବେ ଏନେଇ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ ବିଜୟ ପଟ୍ଟନାୟକ କହିଛନ୍ତି, ଆଲୋଚନା ହେଲେ ଦେଖିବି । ଆଜି (ମଙ୍ଗଳବାର) ଦିଲ୍ଲୀରୁ କଂଗ୍ରେସ ବିଧାୟକ ଓ ନେତାଙ୍କ ସହ ଏୟାରପୋର୍ଟରୁ ବାହାରିଥିଲେ ବିଜୟ ।
ଏଥିସହ ବିମାନବନ୍ଦର ଭିତରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହ କିଛି ସମୟ ଏକାନ୍ତରେ ଆଲୋଚନା କରିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା । ଯଦି କଂଗ୍ରେସ ପାର୍ଟି କି ରାଜନୈତିକ ଦଳ ମିଶିବା ପାଇଁ ଆହ୍ବନ କରନ୍ତି, ତେବେ ଏହାକୁ ନେଇ ଚିନ୍ତା କରିବି ବୋଲି ସେ କହିଥିଲେ ।
ଅନ୍ୟପଟେ ନିରଞ୍ଜନ ବାବୁଙ୍କ ସହିତ ମୋର ଭଲ ସଂପର୍କ ରହିଛି । ସେହିପରି ସବୁ ବିଧାୟକଙ୍କ ସହିତ ମୋର ମଧ୍ୟ ଭଲ ସମ୍ପର୍କ ରହିଛି । ଏହା ସହିତ ରାଜନୀତି ପ୍ରତି ମୋର ରୁଚି ନାହିଁ ବୋଲି କହିବା ସହ ଅନେକ ଥର ରାଜ୍ୟସଭା ପାଇଁ ଚର୍ଚ୍ଚା ହୁଏ । ମାତ୍ର ଏହା ସ୍ପେକୁଲେଶନ, ରାହୁଲ ଗାନ୍ଧୀ କି ଚେଲ୍ଲା କୁମାରଙ୍କୁ ସାକ୍ଷାତ କରିନି କି ଆଲୋଚନା କରିନି ବୋଲି ବିଜୟ ପଟ୍ଟନାୟକ କହିଛନ୍ତି ।
ଭୁବନେଶ୍ବରରୁ ସଂଞ୍ଜୀବ କୁମାର ରାୟ, ଇଟିଭି ଭାରତ