ETV Bharat / city

ଚନ୍ଦକା ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ୪ଟି ଜଙ୍ଗଲ ସଫାରୀ ଯାନ ଲୋକର୍ପିତ - ଶୀତତାପ ନିୟନ୍ତ୍ରିତ ଜଙ୍ଗଲ ସଫାରୀ ଯାନ ଲୋକାର୍ପଣ

ପର୍ଯ୍ୟଟକଙ୍କ ନିମନ୍ତେ ୪ଟି ଶୀତତାପ ନିୟନ୍ତ୍ରିତ ଜଙ୍ଗଲ ସଫାରୀ ଯାନ ଲୋକାର୍ପଣ । ଜଙ୍ଗଲ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଆଜି (ବୁଧବାର) ଚନ୍ଦକା ବନ୍ୟପ୍ରାଣୀ ବନଖଣ୍ଡ ଅଧୀନସ୍ତ ଗୋଡ଼ିବାରୀରେ ଏହା ଲୋକାର୍ପଣ କରିଛନ୍ତି । ଅଧିକ ପଢନ୍ତୁ

ଚନ୍ଦକା ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ୪ଟି ଜଙ୍ଗଲ ସଫାରୀ ଯାନ ହେଲା ଲୋକର୍ପିତ

author img

By

Published : Dec 29, 2021, 9:14 PM IST

ଭୁବନେଶ୍ବର : ପର୍ଯ୍ୟଟକଙ୍କ ନିମନ୍ତେ ୪ଟି ଶୀତତାପ ନିୟନ୍ତ୍ରିତ ଜଙ୍ଗଲ ସଫାରୀ ଯାନ ଲୋକାର୍ପଣ । ଜଙ୍ଗଲ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଆଜି (ବୁଧବାର) ଚନ୍ଦକା ବନ୍ୟପ୍ରାଣୀ ବନଖଣ୍ଡ ଅଧୀନସ୍ତ ଗୋଡ଼ିବାରୀରେ ଏହା ଲୋକାର୍ପଣ କରିଛନ୍ତି । ମନ୍ତ୍ରୀ କହିଛନ୍ତି ଯେ, ଗୋଡ଼ିବାରୀ, ଭରତପୁର ଏବଂ ଡେରାସକୁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ଏହି ବ୍ୟବସ୍ଥା ଅଧିକ ଉପଯୋଗୀ ହେବ । ଆଗାମୀ ଦିନରେ ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଏହା ଆକର୍ଷିତ କରିବ ବୋଲି ସେ କହିଛନ୍ତି । ୬୧ ଲକ୍ଷ ୭୮ ହଜାର ଟଙ୍କା ବ୍ୟୟରେ ପ୍ରତ୍ୟେକ ୧୩ ସିଟ୍ ବିଶିଷ୍ଟ ଆରାମଦାୟକ ଏହି ଯାନଗୁଡ଼ିକରେ ଦର୍ଶକମାନେ ସୁବିଧାରେ ବସି ସଫାରୀ ଭ୍ରମଣକୁ ଉପଭୋଗ କରିପାରିବେ ।

ପ୍ରତ୍ୟେକ ସଫାରୀ ଯାନ ପାଇଁ ପର୍ଯ୍ୟଟକ ଗାଇଡର ବ୍ୟବସ୍ଥା ମଧ୍ୟ କରାଯାଇଛି । ୪ଟି ଜଙ୍ଗଲ ସଫାରୀ ଯାନ ମଧ୍ୟରୁ ୨ଟି ଗୋଡ଼ିବାରୀରେ ଏବଂ ୨ଟି ଭରତପୁର ସଂରକ୍ଷିତ ଜଙ୍ଗଲରେ ଦର୍ଶକଙ୍କ ପରିଭ୍ରମଣ ପାଇଁ ନିୟୋଜିତ ରହିବ । ଏସବୁ ଯାନଗୁଡ଼ିକରେ ସ୍ଥାନୀୟ ଅଞ୍ଚଳର ପ୍ରାୟ ୧୫ ଜଣ ଯୁବକଙ୍କୁ ଡ୍ରାଇଭର ଏବଂ ପର୍ଯ୍ୟଟକ ଗାଇଡ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି । ଫଳରେ ସେମାନଙ୍କର ଜୀବନଜୀବିକାକୁ ସୁରକ୍ଷିତ କରାଯାଇପାରିଛି । ପୂର୍ବରୁ ୮ ସିଟ୍‌ ବିଶିଷ୍ଟ ୫ଟି ଏବଂ ୧୨ ସିଟ୍‌ ବିଶିଷ୍ଟ ୪ଟି ଜଙ୍ଗଲ ସଫାରୀ ଯାନ ପର୍ଯ୍ୟଟକମାନଙ୍କ ସୁବିଧା ପାଇଁ ଉପଲବ୍ଧ ରହିଛି । ଗୋଡ଼ିବାରୀରେ ୨୦୧୮ ମସିହାରୁ ପର୍ଯ୍ୟଟକମାନଙ୍କ ନିମନ୍ତେ ପ୍ରକୃତି ଶିବିର କାର୍ଯ୍ୟକ୍ଷମ ଅଛି ।

ଏହି ଶିବିରରେ ୮ଟି ସିଟ୍‌ରେ ୧୬ ଜଣ ପର୍ଯ୍ୟଟକଙ୍କର ରାତି୍ର ରହଣୀର ବ୍ୟବସ୍ଥା ରହିଛି । ୪୦ ଜଣ ପର୍ଯ୍ୟଟକଙ୍କ ପାଇଁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ରହିଛି । ଦର୍ଶକମାନଙ୍କ ପାଇଁ ଚନ୍ଦକା-ଡମପଡ଼ା ବନ୍ୟପ୍ରାଣୀ ଅଭୟାରଣ୍ୟ ସଂପର୍କିତ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶନ ନିମନ୍ତେ ପରିବେଶ-ପ୍ରେକ୍ଷାଳୟର ସୁବିଧା ରହିଛି । ବନ୍ୟଜନ୍ତୁ ନିରୀକ୍ଷଣ କେନ୍ଦ୍ର ସହ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ନେଚର ଟ୍ରେଲ୍‌ ଏବଂ ସାଇକେଲ୍‌ ଟ୍ରାକ୍‌ର ବ୍ୟବସ୍ଥା କରାଯାଇଛି ।

ପର୍ଯ୍ୟଟକମାନେ ecotourodisha.comରେ ଲଗ୍‌ଇନ୍‌ କରି ଗୋଡ଼ିବାରୀ ପ୍ରକୃତି ଶିବିର ପରିଦର୍ଶନ ନିମନ୍ତେ ଆଗୁଆ ସଂରକ୍ଷଣ କରିପାରିବେ । ଏ କାର୍ଯ୍ୟକ୍ରମରେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଶଶି ପଲ୍‌, ମୁଖ୍ୟ ବନ ସଂରକ୍ଷକ ମନୋଜ ଭି. ନାୟାର, ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ମନୋଜ ମହାପାତ୍ରଙ୍କ ସମେତ ବହୁ ଜଙ୍ଗଲ ବିଭାଗର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.