ETV Bharat / city

ନିୟନ୍ତ୍ରଣକୁ ଆସୁଛି ନିଆଁ, ସହଯୋଗ ପାଇଁ ଜନସାଧାରଣଙ୍କୁ ଅନୁରୋଧ - forest fire taskforce chief

ଗତ 24 ଘଣ୍ଟା ମଧ୍ୟରେ ନିଆଁ ଲିଭା କାର୍ଯ୍ୟ ଅଗ୍ରଗତି ହେଉଛି ଏବଂ ନିୟନ୍ତ୍ରଣକୁ ଆସୁଛି ବୋଲି ରାଜ୍ୟରେ ନିଆଁ ଲିଭା ପାଇଁ ଗଠନ କରାଯାଇଥିବା ଟାସ୍କଫୋର୍ସ ମୁଖ୍ୟ ସନ୍ଦୀପ ତ୍ରିପାଠୀ କହିଛନ୍ତି ।ଜନସାଧାରଣଙ୍କୁ ସହଯୋଗ ପାଇଁ କଲେ ଅନୁରୋଧ । ଅଧିକ ପଢନ୍ତୁ...

forest fire taskforce chief sandip tripathy pressmeet
ନିୟନ୍ତ୍ରଣକୁ ଆସୁଛି ନିଆଁ, ସହଯୋଗ ପାଇଁ ଜନସାଧାରଣଙ୍କୁ ଅନୁରୋଧ
author img

By

Published : Mar 9, 2021, 7:07 PM IST

ଭୁବନେଶ୍ବର: ନିୟନ୍ତ୍ରଣକୁ ଆସୁଛି ନିଆଁ, ସହଯୋଗ ପାଇଁ ଜନସାଧାରଣଙ୍କୁ ଅନୁରୋଧ। ରାଜ୍ୟରେ ଅନେକ ଜଙ୍ଗଲରେ ନିଆଁ ଲାଗିବା ପ୍ରସଙ୍ଗରେ 95 ପ୍ରତିଶତ ଭାଗରୁ ଅଧିକ ଫାୟାର ପଏଣ୍ଟରେ ନିଆଁ ନିୟନ୍ତ୍ରଣକୁ ଆସିଛି। ଗତ 24 ଘଣ୍ଟା ମଧ୍ୟରେ ଏହା କରାଯାଇ ପାରିଛି ବୋଲି ଟାସ୍କଫୋର୍ସ ଅଧ୍ୟକ୍ଷ ସନ୍ଦୀପ ତ୍ରିପାଠୀ କହିଛନ୍ତି ।

ନିୟନ୍ତ୍ରଣକୁ ଆସୁଛି ନିଆଁ, ସହଯୋଗ ପାଇଁ ଜନସାଧାରଣଙ୍କୁ ଅନୁରୋଧ

ଶିମିଳିପାଳରେ ଜଙ୍ଗଲ ନିଆଁ ଲିଭାଇବା ପାଇଁ ଓଡ୍ରାଫର ଦୁଇଟି ଟିମ ପହଞ୍ଚିଛନ୍ତି । ଜଙ୍ଗଲ ନଆଁ ନିୟନ୍ତ୍ରଣ ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା ଗ୍ରହଣ କରାଯାଇଛି । ରାଜ୍ୟ ସରକାର ଜନସାଧାରଣଙ୍କୁ ବନବିଭାଗ ଓ ଅନ୍ୟ ବିଭାଗର କର୍ମଚାରୀ ବନଅଗ୍ନି ନିର୍ବାପନ କାର୍ଯ୍ୟରେ ସହଯୋଗ ନିମନ୍ତେ ନିବେଦନ କରିଛନ୍ତି । ଦୁଇ ଦିନର ପରିସ୍ଥିତି ଅପେକ୍ଷା ଆଜି 95 ପ୍ରତିଶତ ହ୍ରାସ ପାଇଛି। ନିଆଁ ଲାଗିଥିବା 6258 ଫାୟାର ପଏଣ୍ଟରୁ 3285କୁ ହ୍ରାସ ପାଇଛି। ରାଜ୍ୟ ସାରା ନିଆଁ ଲିଭା ପାଇଁ ୧୦୦ଟି ଦଳ ନିୟୋଜିତ ହୋଇଛି। ଜଙ୍ଗଲ ନିଆଁ ନେଇ ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ। ଏହି ବୈଠକରେ ରାଜ୍ୟର ସମସ୍ତ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ଓ ବନଖଣ୍ଡ ଅଧିକାରୀଙ୍କ ସହ ବନାଗ୍ନି ପରିସ୍ଥିତିର ସମୀକ୍ଷା କରିଛନ୍ତି ।

ଜଙ୍ଗଲ ନିଆଁ ଲିଭାଇବା ପାଇଁ ସମସ୍ତ ଉଦ୍ୟମ ତଥା ରାତ୍ରୀକାଳୀନ ପେଟ୍ରୋଲିଂକୁ ତୀବ୍ରତର କରିବା ସତର୍କ ସୂଚନା ଦିଆଯାଇଛି। ଏହି ଜଙ୍ଗଲ ନିଆଁରେ କୌଣସି ଜୀବଜନ୍ତୁଙ୍କ ମୃତ୍ୟୁ ଘଟିନଥିବା ସୂଚନା ଦେଇଛନ୍ତି ଟାସ୍କଫୋର୍ସ ଅଧ୍ୟକ୍ଷ । ଗତ ଦୁଇ ମଧ୍ୟରେ ରାଜ୍ୟରେ ନିଆଁ ଲିଭା କାର୍ଯ୍ୟ ଅଗ୍ରଗତି ହୋଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.