ETV Bharat / city

ଲାଗୁ ହେବ ଏନଆରସି, ବିଦା ହେବେ ବାଂଲାଦେଶୀ - forest departments letter

ସାରା ଭାରତ ତଥା ଓଡିଶାରେ ରହିଛନ୍ତି ଅନେକ ଅନୁପ୍ରବେଶକାରୀ ତଥା ବାଂଲାଦେଶୀ । ଖାଲି ରହିନାହାଁନ୍ତି ବରଂ ଭାରତୀୟ ନାଗରିକତ୍ବ ମଧ୍ୟ ହାସଲ କରିଛନ୍ତି । ଏଭଳି ପରିସ୍ଥିତିରେ ସେମାନଙ୍କୁ ରାଜ୍ୟ ତଥା ଦେଶରୁ ବିଦା କରିବା ସରକାରଙ୍କ ପାଇଁ କଷ୍ଟକର ହୋଇପାରେ ।

ଏନଆରସି
author img

By

Published : Aug 12, 2019, 7:10 PM IST

Updated : Aug 12, 2019, 8:06 PM IST

ଭୁବନେଶ୍ବର: ଭାରତରେ ରହୁଥିବା ଅନୁପ୍ରବେଶକାରୀଙ୍କ ଉପରେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଦେଶର ବିଭିନ୍ନ ରାଜ୍ୟରେ ଶରଣାର୍ଥୀ ଭାବେ ରହି ଅସାମାଜିକ କାର୍ଯ୍ୟରେ ଲିପ୍ତ ରହୁଥିବା ଅନୁପ୍ରବେଶକାରୀଙ୍କୁ ଖୁବଶିଘ୍ର କରାଯିବ ଚିହ୍ନଟ । ଏହି ପରିପ୍ରେକ୍ଷୀରେ କେନ୍ଦ୍ରାପଡାରେ ଥିବା ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ପାଇଁ ରାଜ୍ୟ ଗୃହ ବିଭାଗକୁ ଚିଠି ଲେଖିଛନ୍ତି ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ହେଲେ ସାରା ଭାରତରୁ ଅନୁପ୍ରବେଶକାରୀ ବିଶେଷ କରି ବାଂଲାଦେଶୀଙ୍କୁ ଚିହ୍ନଟ କରି ସେମାନଙ୍କ ବିତାଡିତ କରିବା ଏକ ବଡ ଚ୍ୟାଲେଞ୍ଜ । ବିଭିନ୍ନ ଦେଶରୁ ଆସି ଭାରତରେ ବସତି ସ୍ଥାପନ କରି ଭାରତୀୟ ନାଗରିକତ୍ବ ବି ହାତେଇଛନ୍ତି । ଓଡିଶାରେ ମଧ୍ୟ ଅନେକ ଅନୁପ୍ରବେଶକାରୀ ଆସି ରହିଛନ୍ତି । ବିଶେଷକରି କୋରାପୁଟ, ମାଲକାନଗିରି, ପୁରୀ ଓ କେନ୍ଦ୍ରାପଡା ଜିଲ୍ଲାରେ ।

ତେବେ ଅନୁପ୍ରବେଶକାରୀମାନଙ୍କୁ ବିଦା କରିବା ପୂର୍ବରୁ ସମସ୍ତ ରାଜ୍ୟ ସରକାରଙ୍କ ସହ କେନ୍ଦ୍ର ସରକାର ଆଲୋଚନା କରୁ ବୋଲି ବିଜେଡି ଦାବି କରିଛି । ସେପଟେ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି ଯେ, ଏହା ଏକ ଅସମ୍ଭବ ପଦକ୍ଷେପ । ଯେହେତୁ ଏହି ଅନୁପ୍ରବେଶକାରୀମାନେ ଦୀର୍ଘ ବର୍ଷ ହେବ ବସତି ସ୍ଥାପନ କରି ରହିଲେଣି ସେମାନଙ୍କୁ ବିଦା କରିବା କଷ୍ଟକର ହେବ । ଅନୁପ୍ରବେଶକାରୀଙ୍କୁ ନେଇ ଓଡିଶା ଗସ୍ତରେ ଆସିଥିବା ବିଜେପି ରାଷ୍ଟ୍ରୀୟ ଉପସଭାପତି ଶିବରାଜ ସିଂ ଚୌହାନଙ୍କ ମନ୍ତବ୍ୟକୁ ନେଇ ଚକୁଳି ଖାଇଆ ଲୋକ, ବିନ୍ଧ କାହିଁ ଗଣୁଛ କହି କଟାକ୍ଷ କରିଛନ୍ତି ଶଶିକାନ୍ତ ବେହେରା ।

ତେବେ କେନ୍ଦ୍ରାପଡା ଜିଲ୍ଲାରେ ଅତ୍ୟଧିକ ଅନୁପ୍ରବେଶକାରୀ ରହୁଛନ୍ତି । ସେମାନେ ବେଆଇନ ଭାବେ ଜଙ୍ଗଲ କାଟୁଥିବା ଅଭିଯୋଗ ଆଣିଛି ଜଙ୍ଗଲ ଓ ପରିବେଶ ବିଭାଗ । ଅନ୍ୟପକ୍ଷରେ ଦେଶରେ ବର୍ଷବର୍ଷ ଧରି ରହୁଥିବା ଶରଣାର୍ଥୀମାନେ ଏବେ ଭୋଟ ବ୍ୟାଙ୍କ ପାଲଟିଥିବା ହେତୁ ସେମାନଙ୍କୁ ବାହାର କରିବା ସରକାରଙ୍କ ପାଇଁ କାଠିକର ପାଠ ହେବ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ଭାରତ ରେ ଥିବା ଅନୁପ୍ରବେଶ କାରୀଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ ।ଦେଶର ବିଭିନ୍ନ ରାଜ୍ୟରେ ଶରଣାର୍ଥୀ ଭାବେ ରହି ଅସମାଜିକ କାର୍ଯ୍ୟ ରେ ଲିପ୍ତ ରହୁଥିବା ଶରଣାର୍ଥୀ ମାନଙ୍କ ଉପରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ ।ଏହା ସହ ଏମାନଙ୍କ ର ଖୁବଶୀଘ୍ର ଚିହ୍ନଟ କରାଯିବ ।ଏହି ପରିପେକ୍ଷିରେ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ଅନୁପ୍ରବେଶ କାରୀଙ୍କ ଚିହ୍ନଟ କରିବା ପାଇଁ ରାଜ୍ୟ ଗୃହ ବିଭାଗ କୁ ପତ୍ର ଲେଖିଛନ୍ତି ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ।

।Body:ଦେଶରୁ ବିଦାହେବେ ଶରଣାର୍ଥୀ ।କେମିତି ଏମାନଙ୍କ ଚିହ୍ନଟ କରାଯିବ ତାହା ଏକ ବଡ ଚ୍ୟାଲେଞ୍ଜ ହେବ

କେନ୍ଦ୍ର ରେ ଥିବା
ଏନିଡିଏ ସରକାର ଙ୍କ ଫୋକସ ରେ ବିଦେଶୀ ଅନୁପ୍ରବେଶ କାରୀ ଙ୍କୁ ଆସାମ ରେ ବିଦା କରିବା ଲକ୍ଷ ରହିଛି ।ବିଭିନ୍ନ ଦେଶରୁ ଆସି ଭାରତରେ ବର୍ଷ ବର୍ଷ ଧରି ରହିଥିବା ଶରଣାର୍ଥୀ ମାନେ ଏବେ ଭାରତୀୟ ନାଗରିକ ହାତେଇଛନ୍ତି ।ଏହା ସହ ଅନେକ ସମୟରେ ଏମାନେ ଅସାମାଜିକ କାର୍ଯ୍ୟ ରେ ଲିପ୍ତ ରହୁଥିବା ଅଭିଯୋଗ ହୋଇଛି ।ଏମାନଙ୍କୁ ତୁରନ୍ତ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି ।

ଓଡ଼ିଶାରେ ମଧ୍ୟ ବିଭିନ୍ନ ଜିଲ୍ଲାରେ ଶରଣାର୍ଥୀ ମାନେ ରହିଛନ୍ତି ବିଶେଷ କରି କୋରାପୁଟ ,ମାଲକାନଗିରି ପୁରୀ କେନ୍ଦ୍ରାପଡା ଜିଲ୍ଲାରେ ଅଧିକ ଶରଣାର୍ଥୀ ରହିଛନ୍ତି ।ଏମାନଙ୍କ ଚହ୍ନଟ କରିବା ସହ କେଉଁ ପରିସ୍ଥିତିରେ ଏମାନେ ବସବାସ କଲେ ।ଏମାନଙ୍କ ବିଦା କରିବା ପୂର୍ବରୁ ସମସ୍ତ ରାଜ୍ୟ ସରକାରଙ୍କ ସହ କେନ୍ଦ୍ର ଆଲୋଚନା କରୁ ବୋଲି ବିଜେଡି ଦାବି କରିଛି ।ସେପଟେ କଂଗ୍ରେସ ବିଧାୟକ ସୁରଷ ରାଉତରାୟ କହିଛନ୍ତି ଯେ ,ଏହା ଏକ ଜଟିଳ ପ୍ରକ୍ରିୟା ,ଏମାନଙ୍କ ଚିହ୍ନଟ କରିବା କଷ୍ଟକର ହେବ ଯେହେତୁ ବର୍ଷ ବର୍ଷ ଧରି ପୁରୁଷ ପୁରୁଷ ଧରି ରହିହେଲେଣି ଏମାନଙ୍କୁ ହଟେଇବା କଷ୍ଟ ହେବ ବୋଲି କହିଛନ୍ତି ସୁର ରାଉରରାୟ

Conclusion:କେନ୍ଦ୍ରାପଡା ଜିଲ୍ଲାରେ ଅଧିକ ଅନୁପ୍ରବେଶକାରୀ ରହିଛନ୍ତି ।ବିଶେଷ କରି ମହାକାଳପଡ଼ା ,ରାଜନଗର ,ଡାଙ୍ଗମାଳ ରେ ଏମାନେ ରହୁଛନ୍ତି ।ଏମାନେ ବେଆଇନ ଭାବେ ଜଙ୍ଗଲ କାଟୁଥିବା ମଧ୍ୟ ଅଭିଯୋଗ ହୋଇଛି । ଦେଶରେ ବର୍ଷ ବର୍ଷ ଧରି ରହୁଥିବା ଶରଣାର୍ଥୀ ମାନେ ଏବେ ଭୋଟ ବ୍ୟାଙ୍କ ପାଲଟିଥିବା ହେତୁ ଏମାନଙ୍କ ବାହାର କରିବା ସରକାରଙ୍କ ପାଇଁ ମଧ୍ୟ ଚ୍ୟାଲେଞ୍ଜ ସୃଷ୍ଟି ହେବ
Last Updated : Aug 12, 2019, 8:06 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.