ETV Bharat / city

Odisha Assembly: କାହିଁକି ଶିମିଳିପାଳକୁ ମିଳୁନି ଜାତୀୟ ମାନ୍ୟତା ? ଉତ୍ତର ରଖିଲେ ମନ୍ତ୍ରୀ

ଘୋଷଣା ସତ୍ତ୍ବେ ଶିମିଳିପାଳକୁ ପୂର୍ଣ୍ଣ ଜାତୀୟ ଉଦ୍ୟାନର ମାନ୍ୟତା ମିଳିନାହିଁ । ଏହାର ମୂଳ କାରଣ କଣ ? ଏହାକୁ ନେଇ ବିଧାନସଭା ଗୃହରେ ଲିଖିତ ଉତ୍ତର ରଖିଥିଲେ ବିଜେପି ବିଧାୟକ ଗଣେଶ ରାମ୍ ସିଂ ଖୁଣ୍ଟିଆ । ଅଧିକ ପଢ଼ନ୍ତୁ...

Odisha Assembly: କାହିଁକି ଶିମିଳିପାଳକୁ ମିଳୁନି ଜାତୀୟ ମାନ୍ୟତା ? ଉତ୍ତର ରଖିଲେ ମନ୍ତ୍ରୀ
Odisha Assembly: କାହିଁକି ଶିମିଳିପାଳକୁ ମିଳୁନି ଜାତୀୟ ମାନ୍ୟତା ? ଉତ୍ତର ରଖିଲେ ମନ୍ତ୍ରୀ
author img

By

Published : Sep 7, 2021, 8:07 PM IST

ଭୁବନେଶ୍ବର : ଘୋଷଣା ସତ୍ତ୍ବେ ଶିମିଳିପାଳକୁ ପୂର୍ଣ୍ଣ ଜାତୀୟ ଉଦ୍ୟାନର ମାନ୍ୟତା ମିଳି ନାହିଁ । ଏହାର ମୂଳ କାରଣ କଣ ? ଏହାକୁ ନେଇ ବିଧାନସଭା ଗୃହରେ ଲିଖିତ ଉତ୍ତର ରଖିଥିଲେ ବିଜେପି ବିଧାୟକ ଗଣେଶ ରାମ୍ ସିଂ ଖୁଣ୍ଟିଆ । ବିଧାନ ସଭାରେ ଏହି ପ୍ରଶ୍ନର ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।

ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ଯେ ଶିମିଳିପାଳ ଅଭୟାରଣ୍ୟର ମୋଟ ଅଞ୍ଚଳ ମଧ୍ୟରୁ ୨୩୦୬.୬୧ ବର୍ଗ କି.ମି ମଧ୍ୟରୁ ୮୪୫.୭୦ ବର୍ଗ କି.ମି ଅଞ୍ଚଳକୁ ପ୍ରସ୍ତାବିତ ଜାତୀୟ ଉଦ୍ୟାନ ଭାବରେ ଘୋଷଣା କରିଛନ୍ତି | କିନ୍ତୁ ଏହାକୁ ପୂର୍ଣ୍ଣାଙ୍ଗ ଜାତୀୟ ଉଦ୍ୟାନର ମାନ୍ୟତା ଏପର୍ଯ୍ୟନ୍ତ ମିଳିପାରି ନାହିଁ । ଏହାର ମୂଳ କାରଣ ହେଉଛି ଏହି ପ୍ରସ୍ତାବିତ ଅଞ୍ଚଳରୁ ଏଯାଏଁ ଜନବସତି ଶୂନ୍ୟ ହୋଇପାରିନାହିଁ । କୌଣସି ସ୍ଥାନ ବା ଅଭୟାରଣ୍ୟକୁ ଜାତୀୟ ଉଦ୍ୟାନ ଭାବେ ଘୋଷଣା କରିବା ପାଇଁ ସେହି ସ୍ଥାନ ସମ୍ପୂର୍ଣ୍ଣ ଜନ ବସତି ଓ ଗୃହପାଳିତ ପଶୁ ଶୂନ୍ୟ ତଥା ସେମାନଙ୍କ ବିଚରଣରୁ ସମ୍ପୂର୍ଣ୍ଣ ମୁକ୍ତ ହେବା ଆବଶ୍ୟକ ।

ଏହି ପ୍ରସ୍ତାବିତ ଅଞ୍ଚଳରେ ଗ୍ରାମ୍ୟ ଓ ଜନବସତି ରହିଥିବା ହେତୁ ଏହା ସମ୍ପୂର୍ଣ୍ଣ ଭାବେ ସରକାରଙ୍କ ଦ୍ବାରା ଧାର୍ଯ୍ୟ କରାଯାଇଥିବା ମାନଦଣ୍ଡକୁ ପୂରଣ କରିପାରୁନାହିଁ । ଶିମିଳିପାଳ କୋର୍ ଏରିଆ ମଧ୍ୟରେ 6ଟି ଗ୍ରାମ ଥିଲା । ସେଥିମଧ୍ୟରୁ ଜେନାବିଲ, ଜମୁନାଗଡ, କବାଟଘାଇ ଓ ବକୁଆ ଗ୍ରାମଗୁଡିକ ରାଜସ୍ବ ଗ୍ରାମ ଏବଂ ବାରାହା କାମୁଡା ଓ ବାହାଘର ଗ୍ରାମ ଦୁଇଟି Settlement Village(ବସ୍ତିଗ୍ରାମ) ଥିଲା । ସେଥିମଧ୍ୟରୁ ଜେନାବିଲ, କବାଟଘାଇ, ବାରାହା କାମୁଡା ଓ ବାହାଘର ଗ୍ରାମ ଗୁଡିକ ସମ୍ପୂର୍ଣ୍ଣ ଭାବରେ ସ୍ଥାନାନ୍ତରିତ କରାଯିବା ସହ ଜମୁନାଗଡ ଗ୍ରାମର 46 ଗୋଟି ପରିବାରକୁ ସ୍ଥାନାନ୍ତରିତ କରାଯାଇଛି । ବର୍ତ୍ତମାନ ଶିମିଳିପାଳ କୋର ଅଞ୍ଚଳରେ ଥିବା 2ଟି ଗ୍ରାମ ଯଥା ବଢୁଆ ଗ୍ରାମର 61 ଗୋଟି ପରିବାର ଓ ଜମୁନାଗଡ ଗ୍ରାମର 3 ଗୋଟି ପରିବାର ବସବାସ କରୁଛନ୍ତି ।

ଭାରତ ସରକାରଙ୍କ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (National Tiger Conservation Authority, Govt. of India) ନିୟମ ଅନୁସାରେ ପ୍ରତ୍ୟେକ ପରିବାର ସ୍ଥାନାନ୍ତରଣ ହେବା ପାଇଁ ଇଚ୍ଛା ପ୍ରକଟ କରିବା ପରେ, ଗ୍ରାମ ସଭାର ଅନୁମୋଦନ କ୍ରମେ କେନ୍ଦ୍ର ସରକାରଙ୍କର NTCA ପ୍ୟାକେଜ ଅନୁଯାୟୀ ସେଠାରୁ ସ୍ବେଚ୍ଛାକୃତ ସ୍ଥାନାନ୍ତରଣ କରାଯିବ । ସେଥିପାଇଁ ଉପର ବର୍ଣ୍ଣିତ 2 ଗୋଟି ଗ୍ରାମରେ ରହୁଥିବା ସବୁ ବାସିନ୍ଦାକୁ ସ୍ଥାନାନ୍ତରଣର ବିଭିନ୍ନ ଦିଗ ସମ୍ପର୍କରେ ଜନ ସଚେତନତା ସୃଷ୍ଟି କରାଯାଉଛି । ଏହି ଦୁଇଟି ଗ୍ରାମର ସବୁ ବାସିନ୍ଦା ସ୍ଥାନାନ୍ତରିତ ହେବାପରେ ଶିମିଳିପାଳକୁ ଏକ National Park ଭାବେ ଘୋଷଣା କରାଯାଇପାରିବ ବୋଲି କହିଛନ୍ତି ଜଙ୍ଗଲ ପରିବେଶ ମନ୍ତ୍ରୀ ।

ଶିମିଳିପାଳ ଅଭୟାରଣ୍ୟର ମୋଟ ସଂରକ୍ଷଣ ଏରିଆ (୨୩୦୬.୬୧ ବର୍ଗ କି.ମି) ମଧ୍ୟରୁ ୧୧୯୪.୭୫ ବର୍ଗ କି.ମି ଏରିଆକୁ କ୍ରିଟିକାଲ ଟାଇଗର ହାବିଟାଟ୍ ଭାବେ ରାଜ୍ୟ ସରକାର ଘୋଷଣା କରିଛନ୍ତି । ୨୦୧୪ ମସିହାରେ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ, ଭାରତ ସରକାରଙ୍କ ଦ୍ବାରା ଅନୁମୋଦିତ ଶିମିଳିପାଳ ବ୍ୟାଘ୍ର ଯୋଜନା (Similipal Tiger Conservation Plan)ରେ ଉଲ୍ଲେଖ ଥିବା ତଥ୍ୟ ମୁତାବକ ଶିମିଳିପାଳ ବଫର ଏରିଆରେ ସର୍ବମୋଟ ୬୫ ଗୋଟି ଗ୍ରାମ୍ୟ ରହିଛି । ସେଥି ମଧ୍ୟରୁ ଦୁଇଟି ଗ୍ରାମ ଯଥା: କିଆଝରୀ ଗ୍ରାମର ସମସ୍ତ ୭୯ ଗୋଟି ପରିବାର ଏବଂ ଖେଜୁରୀ ଗ୍ରାମର ୧୧୦ଟି ପରିବାରଙ୍କୁ ସମ୍ପୂର୍ଣ୍ଣ ଭାବେ ସ୍ଥାନାନ୍ତରିତ କରାଯାଇଛି । ସେଠାରେ ବସବାସ କରୁଥିବା ପରିବାର ଗୁଡିକ ଜଙ୍ଗଲ ଉପରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଯଥା ଗୋପାଳନ, ଲଘୁ ଜଙ୍ଗଲଜାତ ଦ୍ରବ୍ୟ ଯଥା- ମହୁ, ଝୁଣା, ପାଳୁଅ ଆଦି ସଂଗ୍ରହ କରି ସାମୁହିକ ଭାବେ ଜୀବନ ଜୀବିକା ନିର୍ବାହ କରନ୍ତି ।

ରାଜ୍ୟ ସରକାର ସେହି ପରିବାର ଗୁଡିକୁ ସମ୍ମାନର ସହ ଉପଯୁକ୍ତ ପର୍ଯ୍ୟାପ୍ତ କ୍ଷତିପୂରଣ ଜମି ଟଙ୍କା ଦେଇ ଅନ୍ୟତ୍ର ଥଇଥାନ କରିବା ପାଇଁ ପ୍ୟାକେଜ ସ୍ଵରୁପ (Revised Relocation Guidelines) ୨୦୨୧କୁ ଅନୁମୋଦନ କରିଛନ୍ତି । ଏହି ନୀତି ଅନୁଯାୟୀ ସ୍ଥାନାନ୍ତରିତ ହେବାକୁ ଥିବା ପ୍ରତ୍ୟେକ ପରିବାରକୁ ୧୫ ଲକ୍ଷ ଟଙ୍କା ସହ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଯଥା ୦.୧ ଏକର ଜାଗା ସହ ଘର, ପାନୀୟ ଓ ବିଦ୍ୟୁତ ଯୋଗାଣ ଏବଂ ସାମୁହିକ ଭିଭିଭୂମିର ବିକାଶ କରିବାର ବ୍ୟବସ୍ଥା କରିଛନ୍ତି ।

ଭୁବନେଶ୍ବରରୁ ରୁଦ୍ର ନାରାୟଣ ଦାସ ଓ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.