ETV Bharat / city

ମେ' ପହିଲାରୁ ପଛୁଆ ବର୍ଗଙ୍କ ପାଇଁ ଜନଗଣନା ସର୍ଭେ ଆରମ୍ଭ

ମେ' ପହିଲାରୁ ପଛୁଆ ବର୍ଗଙ୍କ ପାଇଁ ଆରମ୍ଭ ହେବ ଜନଗଣନା ସର୍ଭେ। ପ୍ରତି୧୦ବର୍ଷରେ ଥରେ ଜନଗଣନା ହେଇଥିବାବେଳେ ପ୍ରଥମଥର ପାଇଁ ଓଡ଼ିଶାରେ ପଛୁଆ ବର୍ଗଙ୍କ ପାଇଁ ଜନଗଣନା ସର୍ଭେ ଆରମ୍ଭ ହେବ। ଅଧିକ ପଢନ୍ତୁ...

author img

By

Published : Apr 14, 2021, 9:08 AM IST

ମେ' ପହିଲାରୁ ଜନଗଣନା ସର୍ଭେ
ମେ' ପହିଲାରୁ ଜନଗଣନା ସର୍ଭେ

ଭୁବନେଶ୍ବର: ରାଜଧାନୀରେ ଆରମ୍ଭ ହେବ ଜନଗଣନା ସର୍ଭେ । ମେ' ପହିଲାରୁ ପଛୁଆ ବର୍ଗଙ୍କ ପାଇଁ ଆରମ୍ଭ ହେବ ଜନଗଣନା ସର୍ଭେ। ପ୍ରତି୧୦ବର୍ଷରେ ଥରେ ଜନଗଣନା ହେଇଥିବାବେଳେ ପ୍ରଥମଥର ପାଇଁ ଓଡ଼ିଶାରେ ପଛୁଆ ବର୍ଗଙ୍କ ପାଇଁ ଜନଗଣନା ସର୍ଭେ ଆରମ୍ଭ ହେବ।

ମେ' ପହିଲାରୁ ଜନଗଣନା ସର୍ଭେ

ସମଗ୍ର ଦେଶରେ ଓଡିଶା ପ୍ରଥମ ରାଜ୍ୟ, ଯେଉଁଠି ଏହି ସର୍ଭେ ଆରମ୍ଭ ହେବାକୁ ଯାଉଛି। ରାଜ୍ୟରେ ମୋଟ ସାଢ଼େ 4 କୋଟି ଲୋକଙ୍କ ମଧ୍ୟରୁ ଶତକଡା 53 ପ୍ରତିଶତ ଲୋକ ପଛୁଆ ବର୍ଗ ଅଛନ୍ତି। ସେମାନଙ୍କ ଆର୍ଥିକ, ସାମାଜିକ ଓ ଶିକ୍ଷାଗତ ସ୍ଥିତିକୁ ଦୃଷ୍ଟିରେ ରଖି ଏହି ସର୍ଭେ କରାଯିବ।

ଏହାସହ ବ୍ଲକ ଲେବେଲ ମାଷ୍ଟର ଟ୍ରେନରମାନଙ୍କ କର୍ମଶାଳା ଆରମ୍ଭ ହେବ । ମେ' ପହିଲାରୁ ଆରମ୍ଭ ହୋଇ 20ତାରିଖ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। 101କେନ୍ଦ୍ରରେ ଏହି ସର୍ଭେ ହେବାକୁ ଥିବାବେଳେ ଏଥିରେ 133 ଜଣ ଏନୁମ୍ୟୁରେଟର ଓ 22ଜଣ ସୁପରଭାଇଜର ନିୟୋଜିତ ରହିବେ।

ସର୍ଭେ ନିର୍ଭୁଲ ଭାବେ କରିବା ପାଇଁ ଏମାନଙ୍କୁ ତାଲିମ ଦେବା ପାଇଁ 3ଜଣ ସିଡିପିଓ ଓ ଜଣେ ଡେପୁଟି କମିଶନରଙ୍କ ସମେତ 4ଜଣ ଜିଲ୍ଲାସ୍ତରୀୟ ମଷ୍ଟର ଟ୍ରେନରଙ୍କୁ ରଖାଯାଇଛି। ମଙ୍ଗଳବାର ଠାରୁ ବିଏମସିରେ ଏନୁମ୍ୟୁରେଟରମାନଙ୍କୁ ତାଲିମ ଦେବା କାର୍ଯ୍ୟ ଆରମ୍ଭ ହୋଇଛି।

ସର୍ଭେ ଶେଷ ହେବା ପରେ ଜୁନ ପହିଲାରେ ସରକାରଙ୍କ ଦ୍ବାରା ଡ୍ରାଫ୍ଟ ପବ୍ଲିକେସନ ଏବଂ ଆପତ୍ତି ଅଭିଯୋଗ ଶୁଣାଣିର ନିର୍ଦ୍ଧାରିତ ସମୟ ଶେଷ ପରେ ଚୂଡାନ୍ତ ତାଲିକା ପ୍ରକାଶ ପାଇବ। ବିଭିନ୍ନ କ୍ଷେତ୍ରରେ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଥିବାବେଳେ ଏହି ସର୍ଭେ ଦ୍ବାରା ପ୍ରକୃତ ପଛୁଆବର୍ଗ ଚିହ୍ନଟ ହୋଇପାରିବେ। ଯେଉଁମାନଙ୍କ ଆର୍ଥିକ ସ୍ଥିତି ସ୍ଵଚ୍ଛଳ ଥିବ, ସେମାନଙ୍କୁ ତାଲିକାରୁ ବାଦ ଦିଆଯିବ।

ଭୁବନେଶ୍ବରରୁ ସଞ୍ଜିବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.