ETV Bharat / city

ଭୁବନେଶ୍ୱରରେ ପ୍ରଥମଥର ପାଇଁ ଆରମ୍ଭ ହେଲା ନିଶୁଳ୍କ ଅକ୍ସିଜେନ ଆଶ୍ରୟସ୍ଥଳୀ

author img

By

Published : Jun 2, 2021, 11:02 PM IST

କୋରୋନା ମହାମାରୀ ସମୟରେ କୋଭିଡ ରୋଗୀଙ୍କୁ ସହାୟକ ହେବ ନିଶୁଳ୍କ ଅମ୍ଳଜାନ ଆଶ୍ରୟ ସ୍ଥଳୀ । ଅଧିକ ପଢନ୍ତୁ...

ଭୁବନେଶ୍ୱରରେ ପ୍ରଥମଥର ପାଇଁ ଆରମ୍ଭ ହେଲା ନିଶୁଳ୍କ ଅକ୍ସିଜେନ ଆଶ୍ରୟସ୍ଥଳୀ
ଭୁବନେଶ୍ୱରରେ ପ୍ରଥମଥର ପାଇଁ ଆରମ୍ଭ ହେଲା ନିଶୁଳ୍କ ଅକ୍ସିଜେନ ଆଶ୍ରୟସ୍ଥଳୀ

ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମଥର ପାଇଁ ନିଶୁଳ୍କ ଅମ୍ଳଜାନ ଆଶ୍ରୟସ୍ଥଳୀ ଲୋକାର୍ପିତ । କୋଭିଡ଼ ମହାମାରୀରେ ଅମ୍ଳଜାନର ଆବଶ୍ୟକତାକୁ ନଜରରେ ରଖି ସ୍ମାଇଲ୍ ପ୍ଲିଜ୍, ସ୍ପର୍ଶ ହସ୍ପିଟାଲ୍ ଏବଂ ଦ ଓଡ଼ିଶା ସୋସାଇଟ୍ ଅଫ୍ ଦ ଆମେରିକା ହେଲ୍‌ଥ ଏଣ୍ଡ ୱଲ୍‌ନେସ୍ ଗ୍ରୁପ୍ (OSA-HWG) "ଅମୃତ ଧାରା" ନାମରେ ଏକ ନିଶୁଳ୍କ ଅମ୍ଳଜାନ ଆଶ୍ରୟ ସ୍ଥଳି ଭଳି ଏକ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି ।

ଏହି ଉନ୍ମୋଚନ ଅବସରରେ ସୁଶାନ୍ତ କୁମାର ରାଉତ, ବିଧାୟକ ଭୁବନେଶ୍ଵର-ଉତ୍ତର, ଡ଼ା. ପ୍ରିୟବ୍ରତ ଧିର୍, ସ୍ପର୍ଶ ହସ୍ପିଟାଲ୍ ମୁଖ୍ୟ ପରିଚାଳକ, ସବ୍ୟସାଚୀ ମିଶ୍ର, ଅଭିନେତା ତଥା ସମାଜସେବୀ, ଡ଼ା. ଅବିନାଶ ସାମଲ, ଏମ୍ପ୍ରିଓ ଗ୍ରୁପର ମୁଖ୍ୟ, ଡ଼ା ଅମ୍ରିତ ପାଟ୍ଟଯୋଶୀ, ପ୍ରଫେସର୍ ହାଇଟେକ ମେଡିକାଲ, ପ୍ରଭିନ୍ ଅଗ୍ରୱାଲ୍, ସମାଜସେବୀ ଏବଂ ଜାେନାଲ୍ ଡେପୁଟି କମିଶନର ପୁରନ୍ଦର୍ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

ପ୍ରଥମ ଥର ପାଇଁ ବିଏମସି ଅନୁମୋଦନରେ ଓଡ଼ିଶାରେ ଏଭଳି ଏକ ନିଶୁଳ୍କ ଅକ୍ସିଜେନ୍ ସେଲଟର୍ ପଟିଆ ବିଗବଜାରସ୍ଥିତ ତ୍ରିଷ୍ଣା ବାଙ୍କୁଏଟ ଠାରେ ଆରମ୍ଭ ହୋଇଯାଇଛି ।

ଅକ୍ସିଜେନ୍ ଅବଶ୍ୟକତା ଥିବା କୋଭିଡ଼ ରୋଗୀଙ୍କୁ ଏକ ଅନୁମୋଦିତ କୋଭିଡ୍ ହସ୍ପିଟାଲରେ ଶଯ୍ୟା ମିଳିବା ପର୍ଯ୍ୟନ୍ତ ଏହି ଆଶ୍ରୟସ୍ଥଳରେ ଅମ୍ଳଜାନ ଯୋଗାଇଦେଇ ତାଙ୍କୁ ହାଇପୋକ୍ସିୟାରୁ (ବ୍ଲଡ୍ ଅମ୍ଳଜାନ ସ୍ତରରେ ଡ୍ରପ୍) ରୁ ବଞ୍ଚାଯାଇ ପାରିବ । ଏହା କୋଭିଡ୍ ଜନିତ ଚିକିତ୍ସା କେନ୍ଦ୍ର ନହେଲେ ମଧ୍ୟ ଡ଼ାକ୍ତର ଏବଂ ନର୍ସଙ୍କ ଉପସ୍ଥିତି ଓ ପରାମର୍ଶରେ ଏକରୁ ଦୁଇ ଘଣ୍ଟା ଯାଏଁ ରୋଗୀଙ୍କୁ ଅମ୍ଳଜାନ ଦିଆଯିବ ।

ଏହି ଆଶ୍ରୟ ସ୍ଥଳରେ ଅମ୍ଳଜାନ ସହ ଖାଦ୍ୟ, ଆବଶ୍ୟକ ସ୍ଥଳେ ସାଇକୋଲୋଜିକାଲ୍ ପରାମର୍ଶ ଏବଂ ହସ୍ପିଟାଲ୍ ସ୍ଥାନନ୍ତର ପାଇଁ ଜୀବନ ଜ୍ୟୋତି ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯିବ । ଆଗାମୀଦିନରେ ପୋଷ୍ଟ କୋଭିଡ୍ ସେଣ୍ଟର ଭାବରେ ଏହା ପ୍ରଶଂସନୀୟ ହେବ ବୋଲି ଆଶା ପ୍ରକାଶ କରାଯାଉଛି ।

ଏହି ସେଣ୍ଟର୍ ସହ ଯୋଗାଯୋଗ କରିବାପାଇଁ ଦୁଇଟି ନମ୍ୱର୍ ୭୮୯୪୪୩୩୮୨୯ ଓ ୮୦୯୩୮୨୨୩୨୨ ଜାରି ହୋଇଛି । ଏହି କେନ୍ଦ୍ର ମାଧ୍ୟମରେ ଅନେକ ଲୋକ ଉପକୃତ ହେବେ ବୋଲି ପ୍ରକାଶ କରି ଅଭିନେତା ସବ୍ୟସାଚୀ OSA-HWG, ସ୍ପର୍ଶ ହସ୍ପିଟାଲର କର୍ତ୍ତୁପକ୍ଷ ଓ BMC କୁ ସହଯୋଗ ପାଇଁ ଧନ୍ୟବାଦ୍ ଜଣାଇଛନ୍ତି ।

ଭୁବନେଶ୍ୱରରୁ ସଞ୍ଜୀବ କୁମାର ରାୟ ଓ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.