ଭୁବନେଶ୍ବର: ସରକାରଙ୍କ ବିଭିନ୍ନ ଯୋଜନାକୁ ତୃଣମୂଳସ୍ତରରେ ଲୋକଙ୍କ ନିକଟରେ ପହଞ୍ଚାଉଥିବା ଆଶାକର୍ମୀମାନେ ଅନେକ ଅବହେଳାର ସ୍ବୀକାର ହେଉଛନ୍ତି । ସରକାର ଯେପରି ସୁବିଧା ସୁଯୋଗ ପ୍ରଦାନ କରିବା କଥା ତାହା ସେମାନଙ୍କ ନିକଟରେ ପହଞ୍ଚୁନାହିଁ । ଯାହାକୁ ନେଇ ସେମାନେ କ୍ଷୋଭ ପ୍ରକାଶ କରିବା ସହ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଆଶାକର୍ମୀମାନେ ।
ରାଜଧାନୀର ଗାନ୍ଧିମାର୍ଗରେ ଏକତ୍ରିତ ହୋଇ ବିକ୍ଷୋଭ ଶୋଭାଯାତ୍ରା ମାଧ୍ୟମରେ ନିଜ ଦାବି ଉପସ୍ଥାପନ କରିଛନ୍ତି ଆଶାକର୍ମୀମାନେ । ପ୍ରଥମତଃ ସେମାନଙ୍କୁ ସରକାରୀ ମାନ୍ୟତା ଓ ମାସିକ 21 ହଜାର ଟଙ୍କା ପ୍ରଦାନ ଏବଂ ଅବସର ପରେ ମାସିକ 6 ହଜାର ପେନସନ ଆଦି ପ୍ରଦାନ କରାଯିବାକୁ ଦାବି କରାଯାଇଛି । ଯାହାକୁ ସରକାର ତୁରନ୍ତ ପୂରଣ କରିବାକୁ ଓଡିଶା ଆଶାକର୍ମୀ ଆସୋସିଏସନର ସଭାପତି ଲୋଭାକାନ୍ତ ସ୍ବାଇଁ ପ୍ରକାଶ କରିଛନ୍ତି ।
ଏହି ରାଲିରେ ସିଆଇଟିୟୁର ଅନ୍ୟାନ୍ୟ ବିଶିଷ୍ଟ ନେତୃମଣ୍ଡଳୀ ମାନେ ଉପସ୍ଥିତ ରହି ସରକାରଙ୍କ ଶ୍ରମିକ ମାରଣ ନୀତିକୁ ସମାଲୋଚନ କରିବା ସହିତ ଆଶାକର୍ମୀଙ୍କ ଦୁର୍ଦ୍ଦିନ ଅବସ୍ଥା ପାଇଁ ଦାୟୀ କରିଛନ୍ତି ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ