ETV Bharat / city

ପିସିସି ସଭାପତିଙ୍କ ସଚେତନତା ବାର୍ତ୍ତା; ‘ଲକଡାଉନ ନିୟମକୁ ପାଳନ୍ତୁ’ - ଲକଡାଉନ ନିୟମକୁ ପାଳନ୍ତୁ

କୋରୋନା ପାଇଁ ଜାରି ହୋଇଥିବା ଲକଡାଉନକୁ ମାନିବାକୁ ସଚେତନା କରାଇଲେ ପିସିସି ସଭାପତି । ଅଧିକ ସୂଚନା ପାଇଁ ପଢନ୍ତୁ...

Follow the  Lockdown Rules PCC President's message
ପିସିସି ସଭାପତିଙ୍କ ସଚେତନତା ବାର୍ତ୍ତା, ଲକଡାଉନ ନିୟମକୁ ପାଳନ୍ତୁ
author img

By

Published : Mar 29, 2020, 5:45 PM IST

ଭୁବନେଶ୍ବର: କୋରୋନା ଭାଇରସ ବିଶ୍ବରେ ଅକଳ୍ପନୀୟ କ୍ଷତି ଘଟାଇଛି । ଏହାଦ୍ବାରା ଦୁନିଆର ପ୍ରତ୍ୟେକ ଦେଶ ପ୍ରଭାବିତ ହୋଇଛି । ଏହାର ପ୍ରତିରୋଧ ପାଇଁ ଲକଡାଉନ ହେଉଛି ଏକମାତ୍ର ବିକଳ୍ପ । ତେଣୁ ମୁଁ ଲକଡାଉନ ନିୟମକୁ ପାଳିବାକୁ ଅନୁରୋଧ କରୁଛି । ସରକାରଙ୍କ ଆଦେଶକୁ ଶୁଣନ୍ତୁ । ବାହାରକୁ ଯାଆନ୍ତୁ ନାହିଁ । କର୍ମୀ ଓ ଜନସାଧାରଣଙ୍କୁ ଏଭଳି ସଚେତନତା ବାର୍ତ୍ତା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

ପିସିସି ସଭାପତିଙ୍କ ସଚେତନତା ବାର୍ତ୍ତା; ‘ଲକଡାଉନ ନିୟମକୁ ପାଳନ୍ତୁ’

ସେ କହିଛନ୍ତି ଯେ, ‘କୋରୋନା ହଜାର ହଜାର ଲୋକଙ୍କ ଜୀବନ ନେଇଛି । କିନ୍ତୁ ଏହା ମାନବ ଜାତିର ଆତ୍ମା – କରୁଣା ଓ ସହାନୁଭୂତି ମାରି ପାରିବ ନାହିଁ । ଆମକୁ ସୁନିଶ୍ଚିତ କରିବାକୁ ପଡିବ ଯେ ଲକଡାଉନ ସମୟରେ ଗରିବ ଲୋକ ଅନାହାରରେ ମୃତ୍ୟୁମୁଖରେ ନ ପଡନ୍ତୁ ।’ ସେହିଭଳି ପକ୍ଷୀ ଏବଂ ଅନ୍ୟ ପଶୁଙ୍କୁ ଖାଇବାକୁ ଦିଅନ୍ତୁ । ଏହା ମଣିଷ ଭାବରେ ଆମର କର୍ତ୍ତବ୍ୟ | ସରକାର ଆଦେଶକୁ ଯଥା ସମ୍ଭବ ପାଳନ କରନ୍ତୁ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.