ETV Bharat / city

ଡିଜିଟାଲ ଶିକ୍ଷା ପାଇଁ ତାଲିମ ନେବେ ଏସଏଚଜି ମହିଳା

ଏସଏଚଜି ମହିଳାଙ୍କୁ ଡିଜିଟାଲ ଶିକ୍ଷାରେ ଗୁରୁତ୍ବ ଦେଉଛନ୍ତି ନବୀନ ସରକାର । ଅଧିକ ପଢନ୍ତୁ...

ଡିଜିଟାଲ ଶିକ୍ଷା ପାଇଁ ତାଲିମ ନେବେ ଏସଏଚଜି ମହିଳା
ଡିଜିଟାଲ ଶିକ୍ଷା ପାଇଁ ତାଲିମ ନେବେ ଏସଏଚଜି ମହିଳା
author img

By

Published : Jun 4, 2021, 10:21 PM IST

Updated : Jun 4, 2021, 10:57 PM IST

ଭୁବନେଶ୍ବର: ରାଜ୍ୟରେ ମହିଳାମାନଙ୍କ ସାମାଜିକ ଓ ଆର୍ଥିକ ବ୍ୟବସ୍ଥାକୁ ସୁଦୃଢ କରିବା ଲାଗି ଅନେକ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଏସଏଚଜି ମାଧ୍ୟମରେ ସେମାନଙ୍କୁ ଆଗକୁ ନେବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ସେମାନଙ୍କର ଡିଜିଟାଲ ଶିକ୍ଷା ଉପରେ ଗୁରୁତ୍ବ ଦେଉଛନ୍ତି ସରକାର ।

ଆଜି ଏହି କାର୍ଯ୍ୟର ସମୀକ୍ଷା କରିଛନ୍ତି ଇଲେକଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା । ଏହି ସମୀକ୍ଷା ବୈଠକରେ ବିଭାଗର ପ୍ରମୁଖ ଶାସନ ସଚିବ ମନୋଜ ମିଶ୍ର । କୋଭିଡ ସମୟରେ ସୂଚନା ପ୍ରଯୁକ୍ତିର ବ୍ୟାପକ ଉପଯୋଗ ଉପରେ ବିଭାଗର ପ୍ରମୁଖ ଶାସନ ସଚିବ ମନୋଜ ମିଶ୍ର, ଓକାକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମନୋଜ ପଟ୍ଟନାୟକ ଓ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ମନ୍ତ୍ରୀ ।

ବୈଠକରେ ଡାଟା ସେଣ୍ଟର ବିକାଶ ପାଇଁ ଟେଣ୍ଡର କାର୍ଯ୍ୟକୁ ଶୀଘ୍ର ଶେଷ କରିବାକୁ ବୈଠକରେ ଆଲୋଚନା ହୋଇଛି । ଏସଏଚଜି ମହିଳାଙ୍କୁ ଡିଜିଟାଲ ଶିକ୍ଷା ତାଲିମ ଉପରେ ବିଶେଷ କରି ବୈଠକରେ ଗୁରୁତ୍ବ ଦିଆଯାଇଛି । ସମଗ୍ର ରାଜ୍ୟରେ ଟେଲି ଯୋଗାଯୋଗ ବ୍ୟବସ୍ଥାର ସୁଦୃଢୀକରଣ ଉପରେ ମନ୍ତ୍ରୀ ଓ ପ୍ରମୁଖ ଶାସନ ସଚିବ ଗୁରୁତ୍ବ ଦେଇଛନ୍ତି । ଏଥିସହିତ ଷ୍ଟେଟ ଡାସ ବୋର୍ଡ, କୋଭିଡ ପରୀକ୍ଷା ସମ୍ପର୍କିତ ତଥ୍ୟ ଏବଂ ମୋ ସରକାର କଲ ସେଣ୍ଟର ଆଦି ସମ୍ପର୍କରେ ମନ୍ତ୍ରୀ ଓ ପ୍ରମୁଖ ସଚିବ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Jun 4, 2021, 10:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.