ଭୁବନେଶ୍ବର: ରାଜ୍ୟରେ ଲଗାଣ ବର୍ଷା ଫଳରେ ବିଭିନ୍ନ ନଦୀର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ।ସେଥିରେ ସୁଧାର ଆସିଛ ।ସୁବର୍ଣ୍ଣରେଖା ରେଖାରେ ବନ୍ୟା ଜଳ କମୁଛି । ଆଗକୁ ଜଳସ୍ତର କମିବ । ବୁଢାବଳଙ୍ଗରେ ଜଳ ମଧ୍ୟ କମିବାରେ ଲାଗିଛି । ଆଗକୁ ଆହୁରି କମିବ ଜଳସ୍ତର ।ଏହାସହ ବୈତରଣୀରେ ମଧ୍ୟ ଜଳ ସ୍ତର କମୁଥିବା ସୂଚନା ଦେଇଛନ୍ତି ରାଜ୍ୟ ସରକାର ।
ବାହ୍ମଣୀ ନଦୀରେ ମଧ୍ୟ ଜଳସ୍ତର କମୁଛି । ଜଳସ୍ତର ସର୍ବାଧିକ ୨୩.୪୬ ଥିଲା । ମହାନଦୀରେ ଜଳସ୍ତର ୬୨୫ .୨୯ ମିଟର ଅଛି ।ବର୍ତ୍ତମାନ ଜଳଭଣ୍ଡାର ମଧ୍ୟକୁ ୬.,୯୦,୧୧୮ ଜଳ କ୍ଵୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ଜଳଭଣ୍ଡାର ମଧ୍ୟରୁ ୪ ଲକ୍ଷ ୧୧ ହଜାର ୯ ୮୩ ଜଳ ନିଷ୍କାସନ ହେଉଛି । ଦିନ ୨ ଟି ସୁଧା ୩୬ଟି ଗେଟ୍ ଖୋଲାଯାଇଛି ।
ସେହିପରି ୧ଲକ୍ଷ ୫ହଜାର ୮୮୧ ପ୍ରାଣୀ ସମ୍ପଦ କ୍ଷତିଗ୍ରସ୍ତ ହୋଇଛି । ଏହି ବନ୍ୟା ପରିସ୍ଥିତି ରେ ୫ଟି ସହରାଞ୍ଚଳ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ବରଗଡ ,ଯାଜପୁର ,ବାଲେଶ୍ବର, ନୂଆପଡା, ଭଦ୍ରକ ଜିଲ୍ଲାରେ ଜଣେ ଲେଖାଏଁ କରି ମୋଟ ୫ ଜଣ ପ୍ରାଣ ହରାଇଛନ୍ତି ବୋଲି ଏସଆରସି ସୂଚନା ଦେଇଛନ୍ତି । ଏହାସହ ବନ୍ୟାରେ ଉଦ୍ଧାର ପାଇଁ ୭ଟି ଓଡ୍ରାଫ, ୭ଟି ଏନଡିଆରଏଫ ଟିମ୍ ନିୟୋଜିତ ହୋଇଛି ।
ଅନ୍ୟପକ୍ଷରେ ମୟୂରଭଞ୍ଜ ଜିଲ୍ଲାର ୧ ଓଡ୍ରାଫ, ବାଲେଶ୍ବର ୧ ଓଡ୍ରାଫ, ୨ଟି ଏନଡିଆରଏଫ, ଭଦ୍ରକରେ ୧ଓଡ୍ରାଫ, ୨ ଏନଡିଆରଏଫ, ଯାଜପୁରରେ ୨ ଓଡ୍ରାଫ, ୩ଏନଡିଆରଏଫ ଟିମ, କେନ୍ଦ୍ରାପଡା ୨ଓଡ୍ରାଫ, ୧ ଏନଡିଆରଏଫ ଟିମ ନିୟୋଜିତ ହୋଇଥିବା ସୂଚନା ଦେଇଛନ୍ତି ଏସଆରସି । ଜଗତସିଂହପୁର, ପୁରୀ, ଝାରସୁଗୁଡା, ସୁନ୍ଦରଗଡ, ବଲାଙ୍ଗୀର, ବୈଦ୍ଧ ଓ ଦେବଗଡରେ ଗୋଟିଏ ଲେଖାଏଁ ଓଡ୍ରାଫ ଓ ପୁରୀ କୁ ଦୁଇଟି ଏନଡିଆରଏଫ ପଠାଯାଇଥିବା ସୂଚନା ମିଳିଛି ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ