ETV Bharat / city

ରାଜ୍ୟରେ ବନ୍ୟା ପରିସ୍ଥିତି: 6 ଜିଲ୍ଲାକୁ ସତର୍କ ସୂଚନା

ରାଜ୍ୟରେ ବନ୍ୟା ସ୍ଥିତି । ଲଘୁଚାପ ବର୍ଷା କାରଣରୁ ରାଜ୍ୟରେ ଉପୁଜିଛି ବନ୍ୟା ପରିସ୍ଥିତି ।

ରାଜ୍ୟରେ ବନ୍ୟା ପରିସ୍ଥିତି: 6 ଜିଲ୍ଲାକୁ ସତର୍କ ସୂଚନା
ରାଜ୍ୟରେ ବନ୍ୟା ପରିସ୍ଥିତି: 6 ଜିଲ୍ଲାକୁ ସତର୍କ ସୂଚନା
author img

By

Published : Aug 30, 2020, 2:42 PM IST

ଭୁବନେଶ୍ବର: ରାଜ୍ୟରେ ବନ୍ୟା ସ୍ଥିତି । ଲଘୁଚାପ ବର୍ଷା କାରଣରୁ ରାଜ୍ୟରେ ଉପୁଜିଛି ବନ୍ୟା ପରିସ୍ଥିତି । ସୁବର୍ଣ୍ଣରେଖା, ବୈତରଣୀ ଓ ବ୍ରାହ୍ମଣୀ ନଦୀରେ ଧିରେ ଧିରେ ସୁଧାର ମଧ୍ୟ ଆସିଛି । ଏହି ସମସ୍ତ ନଦୀର ଜଳସ୍ତର ବିପଦ ସଙ୍କେତ ତଳେ ରହିଛି ।

ଅନ୍ୟପକ୍ଷେ ହୀରାକୁଦକୁ 8 ଲକ୍ଷ 20 ହଜାର ଘନଫୁଟ ଜଳ ପ୍ରବେଶ କରୁଛି । 46ଟି ଗେଟ ଜରିଆରେ 7 ଲକ୍ଷ 65 ହଜାର ଘନଫୁଟ ଜଳ ନିଷ୍କାସନ ହେଉଥିବାବେଳେ ମୁଣ୍ଡୁଳିରେ 10 ଲକ୍ଷ ଘନଫୁଟ ଜଳ ନିଷ୍କାସିତ ହେଉଛି । ଏହାସହ ରାଜ୍ୟରେ ଏପର୍ଯ୍ୟନ୍ତ 32ଟି ଘାଇ ସୃଷ୍ଟି ହେଲାଣି ।

ରାଜ୍ୟରେ ବନ୍ୟା ପରିସ୍ଥିତି: 6 ଜିଲ୍ଲାକୁ ସତର୍କ ସୂଚନା

ଯାଜପୁରରେ କେବଳ 24ଟି ଘାଇ ସୃଷ୍ଟି ହୋଇଛି । 46ଟି ଗେଟର ଜଳ ନିଷ୍କାସନ କରାଯାଉଥିବାବେଳେ ଆବଶ୍ୟକ ପଡିଲେ ଆଉ ଦୁଇଟି ଗେଟ୍ ଖୋଲାଯିବ । ଖୋର୍ଦ୍ଧା, ପୁରୀ, କଟକ, କେନ୍ଦ୍ରାପଡା, ଯାଜପୁର, ନୟାଗଡ ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

ଅନ୍ୟପକ୍ଷେ ମୁଣ୍ଡୁଳିରୁ ବନ୍ୟାଜଳ ସମୁଦ୍ରରେ ପହଞ୍ଚିବାକୁ 12 ରୁ 15 ଘଣ୍ଟା ସମୟ ଲାଗିବ । ଏହି ସମୟ ମଧ୍ୟରେ ସତର୍କ ରହିବାକୁ ଅଧିକାରୀ କହିଛନ୍ତି । ରାଜ୍ୟରେ 500ଟି ଘଳିଆକୁ ମରାମତି କରାଯାଇଛି ବୋଲି ସୂଚନା ଦେଲେ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟାେତିର୍ମୟ ରଥ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.