ETV Bharat / city

ରାଜ୍ୟରେ ଦୁର୍ବଳ 48 ନଦୀବନ୍ଧ, ଜଳକା ନଦୀରେ ବନ୍ୟା - ବନ୍ୟା

ରାଜ୍ୟରେ ଜାରି ରହିଥିବା ବର୍ଷା ଓ ବନ୍ୟା ସ୍ଥିତିକୁ ପରିଲିଖିତ କରି ସମ୍ୟକ ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତ୍ରିମୟ ରଥ । ପଢନ୍ତୁ ଅଧିକ ଖବର...

ରାଜ୍ୟରେ ଦୁର୍ବଳ 48 ନଦୀବନ୍ଧ, ଜଳକା ନଦୀରେ ବନ୍ୟା

author img

By

Published : Aug 19, 2020, 4:44 PM IST

ଭୁବନେଶ୍ବର: ପ୍ରବଳ ବର୍ଷା ଓ ସାମ୍ଭାବ୍ୟ ବନ୍ୟା ନେଇ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତ୍ରିମୟ ରଥ ରଖିଛନ୍ତି ପ୍ରତିକ୍ରିୟା । ସେ କହିଛନ୍ତି, କେବଳ ଜଳକା ନଦୀରେ ବନ୍ୟା ସ୍ଥିତି ଅଛି । ତାହା କେବଳ ଫ୍ଲାଶ ଫ୍ଲଡ଼ । ଅନ୍ୟ ନଦୀରେ ବନ୍ୟା ସ୍ଥିତି ନାହିଁ ।

ସବୁ ନଦୀର ଜଳସ୍ତର ବିପଦ ସଙ୍କେତ ତଳେ ରହିଛି। ବିଭାଗ ପୁରା ନଜର ରଖିଛି । ହୀରାକୁଦ ଜଳଭଣ୍ଡାର ୧୪ଟି ଗେଟ୍ ଖୋଲା ରହିଛି। ଖୁବଶୀଘ୍ର ଦୁଇଟି ଗେଟ୍ ବନ୍ଦ କରାଯିବ ବୋଲି କହିଛନ୍ତି ରଥ।

ସେହିପରି ସେ କହିଛନ୍ତି ଗତ 24 ଘଣ୍ଟାରେ ହୀରାକୁଦ ଉପରେ ମୁଣ୍ଡରେ ବର୍ଷା ହୋଇ ନାହିଁ। ଆଗକୁ ଆସୁଥିବା ଲଘୁଚାପ ଲାଗି ମଧ୍ୟ ବିଭାଗ ପ୍ରସ୍ତୁତ ରହିଛି। ରାଜ୍ୟରେ ଏବେ ୪୮ ଟି ନଦୀ ବନ୍ଧ ଦୁର୍ବଳ ରହିଛି । ସେଥଲାଗି ଆବଶ୍ୟକ ପଦକ୍ଷେପ ନିଆଯାଉଛି ବୋଲି ସେ ସୂଚନା ଦେଇଛନ୍ତି।

ଭୁବନେଶ୍ବରରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.