ETV Bharat / city

Odisha flood Fury: କୁଆଡେ ଗଲା ପ୍ରତିଶୃତି, ଆଉ କେତେ ଜୀବନ ଗଲେ ମିଳିବ ପକ୍କାଘର

ବନ୍ୟା ଆଉ ବର୍ଷା ଖୋଲିଛି, ରାଜ୍ୟ ସରକାରଙ୍କ ଆବାସ ଯୋଜନାର ସତ (Odisha govt pucca house scheme) । ରାଜ୍ୟରେ ଅଯୋଗ୍ୟ ହିତାଧିକାରୀଙ୍କୁ ପକ୍କାଘର ମିଳିଥିବା ଅଭିଯୋଗ କଲା ବିରୋଧୀ । ଆବାସ ପ୍ରତିଶ୍ରୁତି ରଖିପାରିଲେନି ରାଜ୍ୟ ସରକାର ( govt miserably failed to provide pucca House )। ଅଧିକ ପଢନ୍ତୁ

author img

By

Published : Aug 22, 2022, 9:34 PM IST

pucca House truth govt miserably failed to provide pucca House to the beneficiary
flood in Odisha କୁଆଡେ ଗଲା ପ୍ରତିଶୃତି, ଆଉ କେତେ ଜୀବନ ଗଲେ ମିଳିବ ପକ୍କାଘର

ଭୁବନେଶ୍ବର: ବନ୍ୟା ପରେ ବନ୍ୟା ଯୋଗୁଁ ରାଜ୍ୟରେ ବିପନ୍ନଙ୍କ ଅବସ୍ଥା କଥା କହିଲେ ନସରେ (flood in Odisha) । ଏଭଳି ପ୍ରାକୃତିକ ବିପର୍ଯ୍ୟୟ ପାଇଁ ସରକାର ଜିରୋ କାଜୁଆଲିଟି କଥା କହି ବାହା ବାହା ନେଉଛନ୍ତି । କିନ୍ତୁ ଗ୍ରାଉଣ୍ଡ ଜିରୋରୁ ଚିତ୍ର କିଛି ଅଲଗା କାହାଣୀ କହୁଛି । ପକ୍କା ଘର ସ୍ବପ୍ନ ଦେଖାଇ ଭୋଟ ସାଉଁଟିଥିବା ଶାସକ ଦଳ ବାସ୍ତବରେ କେତେ ପ୍ରତିଶୃତି ପାଳନ କରିଛି ତାହା ବର୍ତ୍ତମାନ ବନ୍ୟା ପରିସ୍ଥିତିକୁ ଦେଖିଲେ ସ୍ପଷ୍ଟ ବାରି ହୋଇ ପଡ଼ିଛି( govt miserably failed to provide pucca House ) ।

ପାଣିର ଗାର ପକ୍କା ଘର ପ୍ରତିଶୃତି !

୨୦୧୯ରେ 'ବାତ୍ୟା ବନ୍ୟାକୁ ନାହିଁ ଡର, ମୁଣ୍ଡ ଉପରେ ପକ୍କା ଘର' ପ୍ରତିଶୃତି ଦେଇଥିଲା ଶାସକ ବିଜେଡି । ଏହାକୁ ନେଇ ନିଜ ନିର୍ବାଚନ ଇସ୍ତାହାରରେ ଘୋଷଣା କରଯାଇଥିଲା । ହେଲେ ୨୦୧୯ ଯାଇ ୨୦୨୨ ଆସିଥିବା ବର୍ତ୍ତମାନ ସୁଦ୍ଧା ବନ୍ୟା ଆଶଙ୍କା ଅଞ୍ଚଳରେ ଲୋକଙ୍କୁ ପକ୍କା ଘର ମିଳି ପାରନାହିଁ । ଯାହାର ପରିଣାମ ଭୋଗୁଛନ୍ତି ବନ୍ୟା ବିପନ୍ନ ।

ଓଡ଼ିଶାରେ ବନ୍ୟାରେ ଭାଙ୍ଗୁଛି ବିପନ୍ନଙ୍କ ଘର

କେନ୍ଦୁଝର ସଦର ବ୍ଲକ ମହାଦେଈଯୋଡା ପଞ୍ଚାୟତ ଟିକରପଡା ଗାଁର କାହ୍ନୁଚରଣ ବେହେରାଙ୍କ ଘର କାନ୍ଥ ଭୁଶୁଡିଗଲା । ତାଙ୍କ ପତ୍ନୀ ଦୂତିକାଙ୍କ ମୃତ୍ୟୁ ହୋଇଛି । ସେପଟେ କାହ୍ନୁଚରଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ମୟୁରଭଞ୍ଜ ରାଇରଙ୍ଗପୁର ବିଶୋଇ ଥାନା ଅଞ୍ଚଳ ଭୋଳ ବେଡା ଗାଁରେ ଲଗାଣ ବର୍ଷାରୁ ଅନୀଲ କୁମାର ଗିରିଙ୍କ କାନ୍ଥ ଭୁଶୁଡିଲା । ଫଳରେ ତାଙ୍କ ଦୁଇ ନାବାଳିକା ଝିଅଙ୍କ ଅକାଳରେ ମୃତ୍ୟୁ ହୋଇଛି । ରାଜ୍ୟ ସରକାର କହୁଛନ୍ତି ବର୍ଷା ଓ ବନ୍ୟାରେ କାନ୍ଥ ପଡି 4 ଜଣଙ୍କ ଜୀବନ ଯାଇଛି । ଯଦି ରାଜ୍ୟ ସରକାର ପ୍ରତିଶୃତି ମୁତାବକ ପକ୍କା ଘର ନିର୍ମାଣ କରିଥାଆନ୍ତେ ତେବେ ଆଜି ବନ୍ୟାବିପନ୍ନଙ୍କୁ ଦୁର୍ଦ୍ଦଶା ଭୋଗିବାକୁ ପଡିନଥାନ୍ତା ।

ବିରୋଧୀଙ୍କ ପକ୍କା ଘର ପ୍ରଶ୍ନ

ପକ୍କା ଘରକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛି ବିରୋଧୀ ବିଜେପି । ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, "ରାଜ୍ୟ ସରକାର ଦଳୀୟ ଭିତ୍ତିରେ କେବଳ ନିଜ କର୍ମୀଙ୍କୁ ଖୁସି କରିବା ପାଇଁ ପକ୍କା ବାଣ୍ଟିଛନ୍ତି । ଯୋଗ୍ୟ ହିତାଧିକାରୀ ପକ୍କା ଘର ଯୋଜନାରେ ସାମିଲ ହୋଇ ପାରିନାହାନ୍ତି । ପ୍ରାଣହାନୀ ହୋଇଥିବା ପରିବାରକୁ ଯଦି ପକ୍କା ଘର ଖଣ୍ଡିଏ ମିଳିଥାଆନ୍ତା, ତାହାଲେ ଆଜି ଏ ଦୁର୍ଦ୍ଦଶା ସେମାନେ ଭୋଗିନଥାନ୍ତେ । ନିଜ ପିଲା ଛୁଅଙ୍କୁ ହରାଇବାକୁ ପଡ଼ି ନଥାନ୍ତା ।"

ସେହିଭଳି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମଧ୍ୟ ଲୋକଙ୍କୁ ପକ୍କା ଘର ଖଣ୍ଡିଏ ମିଳି ପାରିନାହିଁ । ବିଧାନସଭାରେ ସରକାରଙ୍କ ତଥ୍ୟ ଅନୁଯାୟୀ, ରାଜ୍ୟର 12 ଲକ୍ଷ 24 ହଜାର 725 ପରିବାର କଚ୍ଚା ଘରେ ରହୁଛନ୍ତି । ଏଥିରୁ 21, 239 ଭୁମିହୀନ ପ୍ରଧାନମନ୍ତ୍ରୀ ଗ୍ରାମୀଣ ପକ୍କା ଘର ପାଇବା ପାଇଁ ଅପେକ୍ଷା କରି ରହିଛନ୍ତି ।

ବର୍ତ୍ତମାନର ବନ୍ୟା ସ୍ଥିତି ରାଜ୍ୟ ସରକାରଙ୍କ ସମ୍ମୁଖରେ ଅନେକ ପ୍ରଶ୍ନ ପ୍ରସ୍ତୁତ କରୁଛି । ଯଦି ଆବାସ ଯୋଜନାରେ ଦୁର୍ନୀତି ହୋଇଛି ତେବେ ସରକାର ଏହାକୁ ନେଇ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବେ । ସେପଟେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ କହିଛନ୍ତି, ବିଭିନ୍ନ ବିଭାଗ ସହିତ ଆଲୋଚନା କରି ଚିଠି ଲେଖିବା ପରେ ହିଁ 8 ଲକ୍ଷ ଅନୁମୋଦିତ ଘର ପାଇଁ ମିଳିବ ଅର୍ଥ । ଏଯାଏଁ ରାଜ୍ୟ ସରକାର ରିପୋର୍ଟ ଦେଇ ପାରୁନାହାନ୍ତି । ତେବେ ପ୍ରଶ୍ନ ଉଠୁଛି, ରାଜ୍ୟ ସରକାରଙ୍କ ପକ୍କାଘର ପ୍ରତିଶୃତି କେବେ ପ୍ରତିଶୃତିରେ ରହିଯିବନି ତ ? କେବେ ପୂରଣ ହେବ ସମସ୍ତଙ୍କ ମୁଣ୍ଡ ଉପରେ ପକ୍କାଘରର ପ୍ରତିଶୃତି ?

ଭୁବନେଶ୍ବରରୁ ଲାଲମୋହନ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.