ETV Bharat / city

ନଭେମ୍ବର ୨ରୁ ଭୁବନେଶ୍ବରରୁ ଜୟପୁରକୁ ଉଡିବ ବିମାନ

author img

By

Published : Oct 16, 2021, 11:20 AM IST

Updated : Oct 16, 2021, 2:47 PM IST

ନଭେମ୍ବର ୨ ତାରିଖରୁ ଭୁବନେଶ୍ବରରୁ ରାଜସ୍ଥାନର ଜୟପୁରକୁ ଆରମ୍ଭ ହେବ ବିମାନ ସେବା । ସୂଚନା ଦେଲେ କେନ୍ଦ୍ର ବେସାମରିକ ଓ ବିମାନ ଚଳାଚଳ ମନ୍ତ୍ରୀ । ଅଧିକ ପଢନ୍ତୁ...

ନଭେମ୍ବର ୨ରୁ ଭୁବନେଶ୍ବରରୁ ଜୟପୁରକୁ ଉଡିବ ବିମାନ
ନଭେମ୍ବର ୨ରୁ ଭୁବନେଶ୍ବରରୁ ଜୟପୁରକୁ ଉଡିବ ବିମାନ

ଭୁବନେଶ୍ବର: ଏଣିକି ଭୁବନେଶ୍ବରରୁ ରାଜସ୍ଥାନ ଜୟପୁରକୁ ଉଡିବ ବିମାନ । ନଭେମ୍ବର ୨ ତାରିଖରୁ ଜୟପୁରକୁ ଆରମ୍ଭ ହେବା ସିଧାସଳଖ ବିମାନ ସେବା । କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ରର ପ୍ରତ୍ୟୁତ୍ତରରେ କେନ୍ଦ୍ର ବେସାମରିକ ଓ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ଏମ.ସିନ୍ଧିଆ ଭୁବନେଶ୍ବର ଓ ଜୟପୁର ମଧ୍ୟରେ ଏହି ବିମାନ ସେବା ନେଇ ସୂଚନା ଦେଇଛନ୍ତି ।

ଗତ ସେପ୍ଟେମ୍ବର ୧୭ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଭାଗୀୟ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଏହି ବିମାନ ଚଳାଚଳ ସମ୍ପର୍କରେ ପତ୍ର ଲେଖିଥିଲେ । ଏନେଇ ଉକ୍ତ ପତ୍ରର ଉତ୍ତରରେ ସିନ୍ଧିଆ ଉଲ୍ଲେଖ କରିଛନ୍ତି ଯେ ବିମାନ ସଂସ୍ଥା ‘ଇଣ୍ଡିଗୋ’ ପକ୍ଷରୁ ଆସନ୍ତା ନଭେମ୍ବର ୨ ତାରିଖରୁ ଭୁବନେଶ୍ଵରରୁ ରାଜସ୍ଥାନର ଜୟପୁରକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ । ସପ୍ତାହରେ ୩ଥର ଏହି ବିମାନ ଚଳାଚଳ ହେବ ।

ଏହି ବିମାନ ସେବା ଆରମ୍ଭ ହେବା ଦ୍ଵାରା ମନ୍ଦିରମାଳିନୀ ଭୁବନେଶ୍ବର ଏବଂ ଗୋଲାପି ସହର ଜୟପୁର ମଧ୍ୟରେ ବିମାନ ସେବାର ଯାତ୍ରୀଙ୍କୁ ସୁବିଧା ମିଳିବ । ଏହାସହ ଉଭୟ ରାଜ୍ୟର ଅର୍ଥନୀତିକୁ ମଧ୍ୟ ମଜବୁତ୍ କରିବାରେ ସହାୟକ ହେବ ବୋଲି ସିନ୍ଧିଆ ପତ୍ରରେ ଉଲ୍ଲେଖ କରିଛନ୍ତି ।

ସୂଚନାଯୋଗ୍ୟ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିପ୍ରା ଫାଉଣ୍ଡେସନର ଜାତୀୟ ଆବାହକ ଜନୈକ ଓ.ପି ମିଶ୍ରଙ୍କ ପତ୍ର ଆଧାରରେ ଗତ ସେପ୍ଟେମ୍ବର ୧୭ରେ ବିଭାଗୀୟ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ଏମ ସିନ୍ଧିଆଙ୍କୁ ପତ୍ର ଲେଖି ଭୁବନେଶ୍ଵରରୁ ସିଧାସଳଖ ଜୟପୁରକୁ ବିମାନ ସେବା ଆରମ୍ଭ କରିବା ପାଇଁ ଅନୁରୋଧ କରିଥିଲେ । ଉଭୟ ରାଜ୍ୟରେ ଅନେକ ମନ୍ଦିର ଓ ପର୍ଯ୍ୟଟନ ସ୍ଥାନ ଥିବାବେଳେ ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକମାନଙ୍କ ବୃହତ ସ୍ବାର୍ଥ ଦୃଷ୍ଟିରେ ପଦକ୍ଷେପ ନେବା ପାଇଁ କେନ୍ଦ୍ରମନ୍ତ୍ରୀ ପତ୍ରରେ ଉଲ୍ଲେଖ କରିଥିଲେ । ଏହି ଅନୁମତି ପ୍ରଦାନ କରିଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ ଓ ତାପସ ପରିଡା, ଇଟିଭି ଭାରତ

Last Updated : Oct 16, 2021, 2:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.