ETV Bharat / city

ସୁବର୍ଣ୍ଣରେଖାରେ ଆସିବ ମଧ୍ୟମ ଧରଣର ବନ୍ୟା

author img

By

Published : May 28, 2021, 5:00 PM IST

ବାତ୍ୟା ୟସ ପ୍ରଭାବରେ ରାଜ୍ୟର ଅନେକ ଜିଲ୍ଲାରେ ଅତ୍ୟଧିକ ବର୍ଷା ଫଳରେ ସୁବର୍ଣ୍ଣରେଖା ନଦୀରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ଏ ନେଇ ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ । ଅଧିକ ପଢନ୍ତୁ...

_flash flood update in subarnarekha river
ସୁବର୍ଣ୍ଣରେଖାରେ ଆସିବ ମଧ୍ୟମ ଧରଣର ବନ୍ୟା

ଭୁବନେଶ୍ବର: ସାମୁଦ୍ରିକ ବାତ୍ୟା ୟସ ପ୍ରଭାବରେ ରାଜ୍ୟର ଅନେକ ଜିଲ୍ଲାରେ ଅତ୍ୟଧିକ ବର୍ଷା ହୋଇଛି । ଯାହା ଫଳରେ ସୁବର୍ଣ୍ଣରେଖା ନଦୀରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ଏହାକୁ ନେଇ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋର୍ତିର୍ମୟ ରଥ ପ୍ରତିକ୍ରିୟା ରଖିଛନ୍ତି ।

ସୁବର୍ଣ୍ଣରେଖାରେ ଆସିବ ମଧ୍ୟମ ଧରଣର ବନ୍ୟା

ଜଳସଂପଦ ବିଭାଗ ମୁଖ୍ୟ ଯନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ, କୌଣସି ଲୋକ ସୁବର୍ଣ୍ଣରେଖାକୁ ଯାଆନ୍ତୁ ନାହିଁ। ଆଜି ଅପରାହ୍ନ ସୁଦ୍ଧା ସୁବର୍ଣ୍ଣରେଖାରେ ମଧ୍ୟମ ଧରଣର ବନ୍ୟା ଆସିବାକୁ ଯାଉଛି । ନିବେଦନ କରୁଛୁ ନଦୀକୁ କେହି ଯାଅନ୍ତୁ ନାହିଁ । ଆସନ୍ତାକାଲି ପର ଠାରୁ ନଦୀରେ ପାଣି କମିବ । ବନ୍ୟା ବାବଦରେ ଜିଲ୍ଲା ଦାୟିତ୍ବରେ ଥିବା ଆଇଏଏସ ବିଶାଲ ଦେବ ଓ ଭୋଗରାଇ ବିଧାୟକଙ୍କୁ ଅବଗତ କରାଯାଇଛି । ଆଜି ଉପରେ ମୁଣ୍ଡରେ ବର୍ଷା ହୋଇନାହିଁ । ବୈତରଣୀରେ ମଧ୍ୟମ ଧରଣ ବନ୍ୟା ଦେଖାଦେଇଛି । ଆଖୁଆପଦା ଠାରେ ବିପଦ ସଂକେତ ଠାରୁ ୨ ଫୁଟ ଉପରେ ପାଣି ଅଛି, ଧୀରେ ଧୀରେ ଏହା କମୁଛି । ଆନନ୍ଦପୁରରେ ବିପଦ ସଂକେତ ୮ ଫୁଟ ତଳେ ପାଣି ରହିଛି । ଉପର ମୁଣ୍ଡରେ ପାଣି ନାହିଁ । ବୁଢାବଳଙ୍ଗ, ସୁବର୍ଣରେଖାରେ ମଧ୍ୟମ ବନ୍ୟା ଆସିବ । ପୂର୍ଣିମା ଯୋଗୁଁ ନିଷ୍କାସନ ହୋଇ ପାରୁ ନ ଥିଲା । ଏହା ଏକ ମଧ୍ୟମ ଧରଣର ବନ୍ୟା ବୋଲି ଜଳସଂପଦ ବିଭାଗର ଯନ୍ତ୍ରୀ କହିଛନ୍ତି ।

ସୂଚନା ଥାଉକି ରାଜ୍ୟରେ ସାମୁଦ୍ରିକ ବାତ୍ୟା ୟସ ଓଡିଶା ଦେଇ ଅତିକ୍ରମ କରିବା ଫଳରେ ଉପକୂଳବର୍ତ୍ତୀ ଜିଲ୍ଲା ଓ ଉତ୍ତର ଓଡିଶାରେ ପ୍ରବଳ ବର୍ଷା ହୋଇଛି । ଯାହା ଫଳରେ ଉତ୍ତର ଓଡିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି ।

ଭୁବନେଶ୍ବରରୁ ତପନ କୁମାର ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.