ଭୁବନେଶ୍ବର: ପୁରୀର ବିକାଶ ପାଇଁ ୫ ଆଇଏଏସଙ୍କୁ ଦାୟିତ୍ବ ଦେଲେ ମୁଖ୍ୟମନ୍ତ୍ରୀ । ଶ୍ରୀକ୍ଷେତ୍ରର ବିକାଶରେ ପୁରୀ ଜିଲ୍ଲାପାଳଙ୍କୁ ସହଯୋଗ କରିବେ | ପୁରୀର ଉନ୍ନତି ପାଇଁ ହେଉଥିବା ବିଭିନ୍ନ ପ୍ରକଳ୍ପ ଦାୟିତ୍ବରେ ରହିବେ ଏହି ୫ ଜଣ ଆଇଏଏସ |
ଦାୟିତ୍ବ ପାଇଥିବା ସମସ୍ତ ଅଫିସର ୨୦୧୮ ବ୍ୟାଚର ହୋଇଥିବାବେଳେ ସେମାନଙ୍କ ନାମ ହେଉଛି ସୂର୍ଯ୍ୟବଂଶୀ ମୟୁର ବିକାଶ, ଡ.ଶୁଭଙ୍କର ମହାପାତ୍ର, କୀର୍ତ୍ତିଭାସନ୍ ଭି, ଜେ ସୋନାଲ ଓ ଭୁବନେଶ ଦେବଦାସ ପାଟିଲ | ଏହି ଆଇଏଏସ୍ ଅଧିକାରୀମାନେ ଶୁକ୍ରବାର କାର୍ଯ୍ୟରେ ଯୋଗ ଦେଇଛନ୍ତି ।
ଅଧିକାରୀଗଣ ପୁରୀ ଯିବା ପୂର୍ବରୁ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ଆର୍. ବାଲକ୍ରିଷ୍ଣନ୍ ଏବଂ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ.ପାଣ୍ଡିଆନ୍ ସେମାନଙ୍କୁ ଦାୟିତ୍ବ ସଂପର୍କରେ ଅବଗତ କରିଥିଲେ । ରାଜ୍ୟ ସରକାରଙ୍କ ଏହି ମହତ୍ବାକାଂକ୍ଷୀ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପ୍ରତିବଦ୍ଧତାର ସହ କାମ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ପରାମର୍ଶଦାତା ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ