ଭୁବନେଶ୍ବର: ନିୟମ୍ ଉଲ୍ଲଙ୍ଘନକାରୀ ସାବଧାନ କରାଇଛି ଭୁବନେଶ୍ବର ମହାନଗର ନିଗମ । ଏଣିକି କୋଭିଡ୍ ନିୟମ ଉଲ୍ଲଙ୍ଘନ କଲେ 5 ଶହ ଜୋରିମାନା ଦେବାକୁ ପଡିବ । ଏନେଇ ବିଏମସି ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଦିନକୁ ଦିନ ରାଜ୍ୟରେ କରୋନା ଓ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏହାକୁ ନଜରରେ ରଖି ବିଏମସି ଏହି ପଦକ୍ଷେପ ନେଇଛି ।
-
କୋଭିଡ୍ର ନୂତନ ଭାରିଏଣ୍ଟ ଓମିକ୍ରନ ସଂକ୍ରମଣ ବଢିବାରେ ଲାଗିଛି। ଏଥିପାଇଁ ଆମକୁ ଅଧିକ ସତର୍କ ରହିବାକୁ ପଡିବ।
— BMC (@bmcbbsr) January 10, 2022 " class="align-text-top noRightClick twitterSection" data="
ଆପଣଙ୍କ ସତର୍କତା ହିଁ ଆପଣଙ୍କୁ କରୋନା ମହାମାରୀ ଠାରୁ ସୁରକ୍ଷିତ ରଖିବ। #Omicron #COVID19 #StaySafeStayHealthy pic.twitter.com/ccebYPZPaW
">କୋଭିଡ୍ର ନୂତନ ଭାରିଏଣ୍ଟ ଓମିକ୍ରନ ସଂକ୍ରମଣ ବଢିବାରେ ଲାଗିଛି। ଏଥିପାଇଁ ଆମକୁ ଅଧିକ ସତର୍କ ରହିବାକୁ ପଡିବ।
— BMC (@bmcbbsr) January 10, 2022
ଆପଣଙ୍କ ସତର୍କତା ହିଁ ଆପଣଙ୍କୁ କରୋନା ମହାମାରୀ ଠାରୁ ସୁରକ୍ଷିତ ରଖିବ। #Omicron #COVID19 #StaySafeStayHealthy pic.twitter.com/ccebYPZPaWକୋଭିଡ୍ର ନୂତନ ଭାରିଏଣ୍ଟ ଓମିକ୍ରନ ସଂକ୍ରମଣ ବଢିବାରେ ଲାଗିଛି। ଏଥିପାଇଁ ଆମକୁ ଅଧିକ ସତର୍କ ରହିବାକୁ ପଡିବ।
— BMC (@bmcbbsr) January 10, 2022
ଆପଣଙ୍କ ସତର୍କତା ହିଁ ଆପଣଙ୍କୁ କରୋନା ମହାମାରୀ ଠାରୁ ସୁରକ୍ଷିତ ରଖିବ। #Omicron #COVID19 #StaySafeStayHealthy pic.twitter.com/ccebYPZPaW
ଏଥିସହ ସାଧାରଣ ଲୋକେ କୋଭିଡ୍ ନିୟମକୁ ପାଳନ କରିବା ସହ ସତର୍କ କରାଇଛି ବିଏମସି । ସେହିପରି ଘରୁ ବାହାରକୁ ଗଲା ସମୟରେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବା ଲାଗି ବିଏମସି ଅନୁରୋଧ କରିଛି । ଅନ୍ୟପଟେ ସମସ୍ତ ଯୋଗ୍ୟ ବ୍ୟକ୍ତି କୋରୋନା ଟିକାର ଦ୍ବିତୀୟ ଡୋଜ୍ ସମ୍ପୂର୍ଣ୍ଣ କରିବା ଲାଗି ନିବେଦନ କରାଯାଇଛି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ