ETV Bharat / city

ନମାମି ଗଙ୍ଗେ ନଦୀ ସୁରକ୍ଷା ସମିତିର ପ୍ରଥମ କାର୍ଯ୍ୟ କର୍ମକର୍ତ୍ତା ବୈଠକ ଅନୁଷ୍ଠିତ

ଆସନ୍ତା ୧୭ ତାରିଖରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିବସ । ଏହି ଅବସରରେ ନମାମି ଗଙ୍ଗେ ନଦୀ ସୁରକ୍ଷା ସମିତିର ପ୍ରଥମ କାର୍ଯ୍ୟ କର୍ମକର୍ତ୍ତା ବୈଠକ ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ...

ନମାମି ଗଙ୍ଗେ ନଦୀ ସୁରକ୍ଷା ସମିତିର ପ୍ରଥମ କାର୍ଯ୍ୟ କର୍ମକର୍ତ୍ତା ବୈଠକ ଅନୁଷ୍ଠିତ
ନମାମି ଗଙ୍ଗେ ନଦୀ ସୁରକ୍ଷା ସମିତିର ପ୍ରଥମ କାର୍ଯ୍ୟ କର୍ମକର୍ତ୍ତା ବୈଠକ ଅନୁଷ୍ଠିତ
author img

By

Published : Sep 9, 2021, 7:53 PM IST

ଭୁବନେଶ୍ବର: ରାଜ୍ୟ ବିଜେପି ଟିମ ନମାମି ଗଙ୍ଗେ ନଦୀ ସୁରକ୍ଷା ସମିତିର ପ୍ରଥମ କାର୍ଯ୍ୟ କର୍ମକର୍ତ୍ତା ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଛି । ରାଜ୍ୟରେ 17 ତାରିଖରୁ 15 ଦିନ ଧରି ନଦୀ ସଂସ୍କାର କାର୍ଯ୍ୟକ୍ରମ ଚାଲିବ ବୋଲି ଟିମ ନମାମି ଗଙ୍ଗେ ନଦୀ ସୁରକ୍ଷା ସମିତିର ସଭାପତି ମହେଶ୍ବର ସାହୁ କହିଛନ୍ତି ।

ନମାମି ଗଙ୍ଗେ ନଦୀ ସୁରକ୍ଷା ସମିତିର ପ୍ରଥମ କାର୍ଯ୍ୟ କର୍ମକର୍ତ୍ତା ବୈଠକ ଅନୁଷ୍ଠିତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ୭୧ବର୍ଷ ବୟସରେ ପାଦ ଥାପିବାକୁ ଯାଉଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିବସକୁ ପାଳନ କରିବା ପାଇଁ ଏହି ବୈଠକ ଡକାଯାଇଛି । ଏହି ଅବସରରେ ବିଭିନ୍ନ ସଫେଇ କାର୍ଯ୍ୟ କରାଯିବ । ଓଡ଼ିଶାରେ 71ଟି ପବିତ୍ର ନଦୀକୁ ସଫେଇ କରିବା କାର୍ଯ୍ୟକ୍ରମ ସହ ବନ୍ଦାଣ କାର୍ଯ୍ୟକ୍ରମ ମଧ୍ୟ କରାଯିବ । ରାଜ୍ୟରେ ଏହି ନଦୀ ସଂସ୍କାର କାର୍ଯ୍ୟକ୍ରମ ଆସନ୍ତା 17 ତାରିଖରୁ 15 ଦିନ ଧରି ଚାଲିବ ।

ଏହା ସହ ନଦୀ ସୁରକ୍ଷା ପାଇଁ ହେଉଥିବା ବାଲି ଚୋରି ରୋକିବା ଦିଗରେ ମଧ୍ୟ ବୈଠକରେ କାର୍ଯ୍ୟପନ୍ଥା ସ୍ଥିର କରାଯିବ ବୋଲି କହିଛନ୍ତି ମହେଶ୍ବର । ଏହା ଛଡ଼ା ନଦୀ ପାଣିକୁ କଳକାରଖାନାମାନେ ବ୍ୟବହାର କରୁଥିବା ବେଳେ ଏହାର ସଂସ୍କାର ପାଇଁ କୌଣସି କାର୍ଯ୍ୟକ୍ରମ କରୁନାହାନ୍ତି ସରକାର । ଏହା ବିରୋଧରେ ମଧ୍ୟ କାର୍ଯ୍ୟକ୍ରମ ସ୍ଥିର କରାଯିବ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.