ଭୁବନେଶ୍ବର: ସୋଲାର ଏନର୍ଜି କ୍ଷେତ୍ରରେ ଆଉ ପାଦେ ଆଗେଇଲା ଓଡିଶା । ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ଖୋଲିଲା ସୋଲାର ଇନର୍ଭଟର ପାର୍କ । ଭୁବନେଶ୍ୱର ସ୍ଥିତ ପଟିଆ ଶିଖରଚଣ୍ଡି ନିକଟରେ ଗାୟତ୍ରି ସୋଲାର ପାର୍କ ପ୍ରତିଷ୍ଠା କରିଛନ୍ତି ଯୁବ ଉଦ୍ୟୋଗୀ ପ୍ରଶାନ୍ତ ପାଣିଗ୍ରାହୀ।
ସୋଲାର ଏନର୍ଜି କ୍ଷେତ୍ରରରେ ସୋଲାର ଇନର୍ଭଟର ଗୁରୁତ୍ବପୂର୍ଣ ଭୂମିକା ରହିଛି । ଯାହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଜଣେ ଯୁବ ଉଦ୍ୟୋଗପତି ଗାୟତ୍ରି ସୋଲାର ନାମରେ ସୋଲାର ଇନର୍ଭଟର ପାର୍କ କରିଛନ୍ତି । ଏଠାରେ ବିଶେଷ କରି ସୋଲାର ଇନର୍ଭଟର ସହ ବ୍ୟାଟେରି ମଧ୍ୟ ପ୍ରସ୍ତୁତ କରାଯାଉଛି । ଏଥିସହ ଅନଲାଇନ ୟୁପିଏସ ୧ରୁ ୧୦୦କେଭିର ୟୁପିଏସ, ଅଫଲାଇନ ହାଇବ୍ରିଡ, ଅନଗ୍ରୀଡ ଇନଭର୍ଟର ମଧ୍ୟ ପ୍ରସ୍ତୁତ କରାଯିବ । ଅନ୍ୟପଟେ ଘରୋଇ ବ୍ୟବହାର ପାଇଁ ଇନବିଲ୍ଲଟ ବ୍ୟାଟେରି ଇନର୍ଭଟର ସହ ଅକ୍ଷମ ସୋଲାର ଇନଭର୍ଟରକୁ ପୁନଃ କାର୍ଯ୍ୟକ୍ଷମ କରିବା ନେଇ ମଧ୍ୟ କାମ କରାଯିବ ।
ଇଟିଭି ଭାରତ, ଭୁବନେଶ୍ବର