ETV Bharat / city

ସରିଲା ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନ, 18ହଜାର କୋଟି କେନ୍ଦ୍ର କମ ଦେଇଥିବା କହିଲେ ମନ୍ତ୍ରୀ - ସରିଲା ପ୍ରଥମ ବର୍ଯ୍ୟାୟ ବଜେଟ ଅଧିବେଶନ ବୈଠକ

ସରିଲା ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନ ବୈଠକ । କେନ୍ଦ୍ର ବଜେଟରେ 18 ହଜାର କୋଟି କମ ଦେଇଥିବା କହିଲେ ଅର୍ଥମନ୍ତ୍ରୀ । ଅଧିକ ପଢନ୍ତୁ ...

first session of Odisha budget ended today. Finance Minister  blamed center government
18 ହଜାର କୋଟି କମ ଦେଇଛି କେନ୍ଦ୍ର, ଗୃହରେ ଅର୍ଥମନ୍ତ୍ରୀ ଙ୍କ ବିବୃତି, ଗୃହ ମୁଲତବୀ
author img

By

Published : Feb 26, 2020, 9:51 PM IST

ଭୁବନେଶ୍ବର: ସରିଲା ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ବୈଠକ । ବୁଧବାର ସରିଛି ସାଧାରଣ ବଜେଟ ଆଲୋଚନା । ଗୃହରେ ବିବୃତି ରଖିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ସେ ରାଜ୍ୟ ସରକାରଙ୍କ ସଫଳତା କଥା କହିଥିବା ବେଳେ ପରୋକ୍ଷରେ କେନ୍ଦ୍ରକୁ ପେଞ୍ଚ ମାରିଛନ୍ତି l ଚତୁର୍ଦ୍ଦଶ ଅର୍ଥ କମିଶନ ଓଡିଶାକୁ 48 ହଜାର କୋଟି ଟଙ୍କା ଦେବାକୁ ସୁପାରିଶ କରିଥିଲେ । ସେହି ଅନୁସାରେ ରାଜ୍ୟ ତାର ପ୍ରାପ୍ୟ ପାଇବା କଥା । ହେଲେ କେନ୍ଦ୍ର ସରକାର 30 ହଜାର କୋଟି ଟଙ୍କା ଦେଲା । ବାକି 18 ହଜାର କୋଟି ଟଙ୍କା ମିଳିନାହିଁ । ଯାହାକୁ ନେଇ ସେ ଆପତ୍ତି ଉଠାଇବା ସହିତ କେନ୍ଦ୍ର ଦୋଷ ଦେଇଛନ୍ତି । ଏହି 18 ହଜାର କୋଟି ମିଳିଥିଲେ ରାଜ୍ୟ ବଜେଟର ଆକାର ବଢ଼ିଥାନ୍ତା । ବିଭିନ୍ନ ବିଭାଗକୁ ଅଧିକ ଅର୍ଥ ଅନୁଦାନ ମିଳିଥାନ୍ତା ।

ବଜେଟ ରାଜ୍ୟ ସରକାରଙ୍କ 5‘ଟି’ ତଥା ମୋ ସରକାର ପ୍ରକ୍ରିୟାର ପ୍ରତିବଦ୍ଧତାକୁ ପ୍ରତିପାଦନ କରୁଛି । 2003 ରୁ 2013 ମଧ୍ୟରେ ରାଜ୍ୟରେ ଚାଷୀଙ୍କ ଆୟ ଦ୍ଵିଗୁଣିତ ହୋଇଛି । ଆଗାମୀ ଦିନରେ କଟକ ଶ୍ରୀ ରାମ ଚନ୍ଦ୍ର ଭେଷଜ ମହାବିଦ୍ୟାଳୟକୁ ବିଶ୍ଵସ୍ତରୀୟ କରାଯାଇ ଏହାର ଶଯ୍ୟା ସଂଖ୍ୟା 3000କୁ ବୃଦ୍ଧି କରାଯିବ । ଆସନ୍ତା ଦୁଇ ବର୍ଷ ମଧ୍ୟରେ ଏଥିପାଇଁ ଏକ ହଜାରରୁ ଅଧିକ କୋଟି ଟଙ୍କା ବ୍ୟୟ କରାଯିବ ।

ଏପର୍ଯ୍ୟନ୍ତ ରାଜ୍ୟରେ 577 ଷ୍ଟାର୍ଟଅପକୁ ପଞ୍ଜିକୃତ କରାଯାଇଛି । 2020-21ରୁ ବଜେଟ ତଥ୍ୟ ଏକ୍ସେଲ ସିଟରେ ପ୍ରଦାନ କରାଯିବ । ରାଜ୍ୟରେ ଦରମା ପାଇଁ ବାର୍ଷିକ 28,083 କୋଟି ଟଙ୍କା, ପେନସନ୍ ପାଇଁ 15,900 କୋଟି ଟଙ୍କା ଓ ଋଣ ପରିଶୋଧ ବାବଦକୁ 7160 କୋଟି ଟଙ୍କାର ଆବଶ୍ୟକତା ରହିଛି । ଏ ସମସ୍ତ ଅର୍ଥ ପାଇଁ ରାଜ୍ୟ କୌଣସି ଋଣ କରୁନାହିଁ । ନିଜେ କରୁଥିବା ଆୟରୁ ଏ ସବୁ ଖର୍ଚ୍ଚ କରାଯାଉଛି । ଋଣ କରିଥିବା ସୁଧ ଅର୍ଥ ପରିଶୋଧ ପାଇଁ ରାଜ୍ୟ କୌଣସି ବାହାର ବଜାରରୁ ଋଣ କରୁନାହିଁ । ସ୍ବାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଅଧିକ ବ୍ୟୟ ବରାଦ ହୋଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.