ETV Bharat / city

PG Admission 2022: ଆଜିଠୁ ପିଜି ନାମଲେଖା ପ୍ରକ୍ରିୟା ଆରମ୍ଭ - PG Admission 2022

ପିଜି ନାମଲେଖା ମେଧା ତାଲିକା ପ୍ରକାଶ ପାଇଛି । ଆଜିଠୁ ପିଜି ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ । ଅଧିକ ପଢନ୍ତୁ

ଆଜିଠୁ ପିଜି ନାମଲେଖା ପ୍ରକ୍ରିୟା ଆରମ୍ଭ
ଆଜିଠୁ ପିଜି ନାମଲେଖା ପ୍ରକ୍ରିୟା ଆରମ୍ଭ
author img

By

Published : Sep 16, 2022, 9:31 AM IST

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରେ ସ୍ନାତକତ୍ତୋର (ପିଜି) ପାଠ୍ୟକ୍ରମରେ ଆଜିଠୁ (ଶୁକ୍ରବାର) ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ । ମେଧା ତାଲିକା ପ୍ରକାଶ ପାଇବା ପରେ ଆଜିଠୁ ପିଜି ନାମଲେଖା ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ଆଜି ଓ ଆସନ୍ତାକାଲି (ଶନିବାର) ନାମ ଲେଖାଇବେ । ସେପ୍ଟେମ୍ବର 23 ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ସିଟ ଆଲର୍ଟମେଣ୍ଟ କରାଯିବ ।

73ଟି ଶିକ୍ଷାନୁଷ୍ଠାନର 15 ହଜାର 709 ସିଟ୍‌ରେ ନାମଲେଖା ଲାଗି 56 ହଜାର 80 ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ 42 ହଜାର 16 ଜଣଙ୍କ ଆବେଦନକୁ ବିଚାରକୁ ନିଆଯିବା ସହ 11 ହଜାର 984 ଜଣଙ୍କୁ ସିଟ୍‌ ଆ‌ଲଟ୍‌ମେଣ୍ଟ ହୋଇଛି । 20 ହଜାର 452 ଜଣ ଛାତ୍ରଙ୍କ ମଧ୍ୟରୁ 4645 ଜଣ ଚୟନ ହୋଇଥିବା ବେଳେ 35 ହଜାର 622 ଜଣ ଛାତ୍ରୀଙ୍କ ମଧ୍ୟରୁ 7339 ଜଣ ନାମଲେଖା ଲାଗି ମନୋନୀତ ହୋଇଛନ୍ତି । ଆଜି ଓ ଆସନ୍ତାକାଲି ନାମଲେଖା ପ୍ରକ୍ରିୟା ଅନୁଷ୍ଠିତ ‌ହେବ । ସେପ୍ଟେମ୍ବର 23ରେ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ । 24 ଓ 25 ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ହେବ । 29 ତାରିଖରେ ପ୍ରୋଭିଜନାଲ ଖାଲି ସିଟ୍‌ ତାଲିକା ସାମ୍‌ସ ୱେବସାଇଟ୍‌ରେ ପ୍ରକାଶ ପାଇବ । ଏଥିରେ ନାମଲେଖା ପାଇଁ ଅକ୍ଟୋବର 10ରେ ସ୍ପଟ ସିଟ ତାଲିକା ପ୍ରକାଶ ପାଇବ ।

ଏହା ବି ପଢନ୍ତୁ...OTET ଉତ୍ତର ସିଟ୍‌ ଭାଇରାଲ ଘଟଣା, ପରୀକ୍ଷା ବାତିଲ

ଅକ୍ଟୋବର 10ରେ ସ୍ପଟ୍‌ ତାଲିକା ସହ ଛାତ୍ରଛାତ୍ରୀ 11 ଓ 12 ତାରିଖରେ ଶିକ୍ଷାନୁଷ୍ଠାନରେ ରିପୋର୍ଟିଂ କରିପାରିବେ । ପିଜି ପାଠ୍ୟକ୍ରମରେ ରାଜ୍ୟରେ ଦୁଇଟି ବିଷୟରେ କଟ୍‌ ଅଫ୍‌ ମାର୍କ 70 ପ୍ରତିଶତରୁ ଅଧିକ ରହିଛି । ଜେନେରାଲ ବର୍ଗରେ ସର୍ବାଧିକ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ମେରାଇନ ସାଇନ୍ସରେ 79.31 ପ୍ରତିଶତ କଟ ଅଫ ମାର୍କ ରହିଥିବା ବେଳେ ଖୋର୍ଦ୍ଧା ସ୍ଥିତ ପ୍ରାଣନାଥ ସୟଂଶାସିତ ମହାବିଦ୍ୟାଳୟର ଆପ୍ଲାଏଡ୍‌ ଜିଓଲୋଜି ବିଭାଗର କଟ୍‌ ଅଫ୍‌ ମାର୍କ 72.52%, ବାରିପଦାର ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ହିନ୍ଦୀରେ ସର୍ବନିମ୍ମ କଟ ଅଫ ମାର୍କ 31.17 ପ୍ରତିଶତ ରହିଛି ।

ସେହିପରି ଏସସି ବର୍ଗରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ପବ୍ଲିକ ଆଡମିଷ୍ଟ୍ରେସନରେ 57.29 ପ୍ରତିଶତ ସର୍ବାଧିକ କଟ ଅଫ ମାର୍କ ରହିଛି । ରାଉରକେଲାର ସରକାରୀ କଲେଜରେ ଏମଏସ (କମ୍ପ୍ୟୁଟର ସାଇନ୍ସ)ରେ 27.2 ପ୍ରତିଶତ ସର୍ବନିମ୍ନ କଟଅଫ୍ ରହିଛି । ଏସଟି ବର୍ଗରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ମାରିନ ସାଇନ୍ସରେ 55.73 ପ୍ରତିଶତ ସର୍ବାଧିକ କଟ ଅଫ ମାର୍କ ରହିଥିବାବେଳେ କଣ୍ଟାପଡାର ଉଦୟନାଥ କଲେଜରେ 26.31 ପ୍ରତିଶତ ମାର୍କ ସର୍ବନିମ୍ନ କଟଅଫ ମାର୍କ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.