ETV Bharat / city

ସୁସ୍ଥ ହୋଇ ଘରକୁ ଫେରିଲେ ରାଜ୍ୟର ପ୍ରଥମ ଓମିକ୍ରନ ଆକ୍ରାନ୍ତ

author img

By

Published : Dec 27, 2021, 2:58 PM IST

Updated : Dec 27, 2021, 5:01 PM IST

ଓଡ଼ିଶାରେ ଓମିକ୍ରନ ଭାଇରସରେ ଚିହ୍ନଟ ହୋଇଥିବା ପ୍ରଥମ ଆକ୍ରାନ୍ତ ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି । ଅଧିକ ପଢନ୍ତୁ

ସୁସ୍ଥ ହୋଇ ଘରକୁ ଫେରିଲେ ରାଜ୍ୟର ପ୍ରଥମ ଓମିକ୍ରନ ଆକ୍ରାନ୍ତ
ସୁସ୍ଥ ହୋଇ ଘରକୁ ଫେରିଲେ ରାଜ୍ୟର ପ୍ରଥମ ଓମିକ୍ରନ ଆକ୍ରାନ୍ତ

କଟକ: ଓମିକ୍ରନକୁ ନେଇ ଖୁସି ଖବର । ରାଜ୍ୟରେ ପ୍ରଥମ ଚିହ୍ନଟ ହୋଇଥିବା ଓମିକ୍ରନ ରୋଗୀ ଆଜି(ସୋମବାର) ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ସମ୍ପୃକ୍ତ ବ୍ୟକ୍ତି ଜଣକ ନାଇଜେରିଆ ଫେରନ୍ତା ଥିଲେ । ସେ ଗତ ୧୭ ତାରିଖରେ ଓମିକ୍ରନ ଭାଇରସରେ ଆକ୍ରାନ୍ତ ହେବା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।

ଏହା ବି ପଢନ୍ତୁ: Night Curfew in Odisha: ଏବେ ଆବଶ୍ୟକତା ନାହିଁ କହିଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ତାଙ୍କର କୌଣସି ଲକ୍ଷଣ ନଥିଲା । ଦୁଇଥର କୋଭିଡ଼ ପରୀକ୍ଷା କରାଯାଇଥିଲା ଏବଂ ରିପୋର୍ଟ ନେଗେଟିଭ ଆସିବାରୁ ଆଜି ଡିସଚାର୍ଜ କରାଯାଇଛି । ସମ୍ପୃକ୍ତ ବ୍ୟକ୍ତି ଜଣଙ୍କୁ ଘରେ ଆଇସଲେସନରେ ରହିବାକୁ ପରାମର୍ଶ ଦିଆଯାଇଛି । ତେବେ ଓମିକ୍ରନକୁ ନେଇ ଭୟଭୀତ ନ ହେବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି ।

ଏହା ବି ପଢନ୍ତୁ: CORONA Vaccination: ୨୫ ଲକ୍ଷ ପିଲା ନେବେ ଟିକା, ଜାନୁଆରୀ ୧ରୁ ପଞ୍ଜୀକରଣ

ସେପଟେ ବର୍ତ୍ତମାନ ରାଜ୍ୟରେ ସ୍ଥିତି ଭଲ ରହିଛି । ଏଯାବତ୍‌ ରାଜ୍ୟରେ ଲକଡ଼ାଉନ କି ନାଇଟ କର୍ଫ୍ୟୁ ଲାଗୁ କରିବା ଭଳି ପରିସ୍ଥିତି ଉପୁଜି ନାହିଁ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Dec 27, 2021, 5:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.