ETV Bharat / city

ୟୁକେରେ କୋରୋନା ଟୀକା ନେଲେ ପ୍ରଥମ ଓଡିଆ ଡାକ୍ତର

ବ୍ରିଟେନରେ ଫାଇଜର ଟୀକା ନେଇଛନ୍ତି ପ୍ରଥମ ଓଡିଆ ଡାକ୍ତର । ଜାରି କରିଛନ୍ତି ଭିଡିଓ । ଅଧିକ ପଢନ୍ତୁ...

ୟୁକେରେ କୋରୋନା ଟୀକା ନେଲେ ପ୍ରଥମ ଓଡିଆ ଡାକ୍ତର
ୟୁକେରେ କୋରୋନା ଟୀକା ନେଲେ ପ୍ରଥମ ଓଡିଆ ଡାକ୍ତର
author img

By

Published : Dec 9, 2020, 7:52 PM IST

ଭୁବନେଶ୍ବର: ସାରା ବିଶ୍ବରେ ମହାମାରୀ କୋରୋନା ସଙ୍କଟ ମଧ୍ୟରେ ଭ୍ୟାକ୍ସିନ ଉପରେ ରହିଥିଲା ସମସ୍ତଙ୍କ ନଜର । ଏହାରି ମଧ୍ୟରେ ଦୀର୍ଘ ମାସ ପ୍ରତୀକ୍ଷାର ଅନ୍ତ ଘଟାଇ ବ୍ରିଟେନରେ ଆରମ୍ଭ ହୋଇଛି ଟୀକାକରଣ । ପ୍ରାଥମିକ ପର୍ଯ୍ୟାୟରେ ସ୍ବାସ୍ଥ୍ୟକର୍ମୀଙ୍କୁ ଦିଆଯାଉଛି ଫାଇଜର ଟୀକା । ତେବେ ବ୍ରିଟେନରେ ଏହି ଫାଇଜର ଟୀକା ନେଇଛନ୍ତି ପ୍ରଥମ ଓଡିଆ ଡାକ୍ତର ଶୈଳେଶ ମିଶ୍ର ।

ଭିଡିଓ ସୌଜନ୍ୟ: @AshBiswal

ଟୀକା ନେବା ପରେ ଏକ ଭିଡିଓ ଜାରି କରିଛନ୍ତି ଡାକ୍ତର ଶୈଳେଶ ମିଶ୍ର । ଏହି ଭିଡିଓରେ ଡାକ୍ତର ମିଶ୍ର କହିଛନ୍ତି, ‘ମଙ୍ଗଳବାର ବିଶ୍ବର ପ୍ରଥମ ଦେଶ ଭାବରେ କୋରୋନା ଟୀକାକରଣ ଆରମ୍ଭ କରିଥିଲା ୟୁକେ । ତେବେ ମୁଁ କାର୍ଯ୍ୟରତ ହସ୍ପିଟାଲରେ ଫାଇଜର ଭ୍ୟାକ୍ସିନ ଦିଆଯାଇଥିଲା ’। ତେବେ ପ୍ରଥମ ଓଡିଆ ଭାବରେ ଏହି ଟୀକା ନେଇଥିବା ନେଇ ପ୍ରତିକ୍ରିୟା ଦେଇଛନ୍ତି ମିଶ୍ର । ଡାକ୍ତର ଶୈଳେଶ ମିଶ୍ର ୟୁକେର ଏନଏଚଏସରେ ନିସ୍ତେଜକ ବିଶେଷଜ୍ଞ ଭାବରେ କାର୍ଯ୍ୟରତ ଅଛନ୍ତି ।

ସେପଟେ ବ୍ରିଟେନରେ ଆରମ୍ଭ ହୋଇଥିବା ଟୀକାକରଣ ଅଭିଯାନରେ ଉତ୍ତର ଆୟାରଲାଣ୍ଡ୍‌ର ଜଣେ 90 ବର୍ଷୀୟ ମହିଳାଙ୍କୁ ପ୍ରଥମ ଦିନରେ ଦିଆଯାଇଥିଲା ଫାଇଜର ଭ୍ୟାକ୍ସିନର ପ୍ରଥମ ଡୋଜ । ଏହି ମହିଳା ଜଣଙ୍କ ଫାଇଜର ଓ ବାୟୋଏନଟେକ କୋଭିଡ ଭ୍ୟାକ୍ସିନ ନେବାରେ ବିଶ୍ବର ପ୍ରଥମ ବ୍ୟକ୍ତି ଭାବରେ ରେକର୍ଡ ସୃଷ୍ଟି କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.