ETV Bharat / city

ସୁସ୍ଥ ହେବା ପରେ ପ୍ରତିକ୍ରିୟା ରଖିଲେ ରାଜ୍ୟର ପ୍ରଥମ କୋରୋନା ଆକ୍ରାନ୍ତ - ଭୁବନେଶ୍ବର ଖବର

ସୁସ୍ଥ ହୋଇଛନ୍ତି ରାଜ୍ୟର ପ୍ରଥମ କୋରୋନା ଆକ୍ରାନ୍ତ । ହସ୍ପିଟାଲରୁ ଫେରି ରଖିଲେ ନିଜର ପ୍ରତିକ୍ରିୟା । କହିଲେ ପଜିଟିଭ ରୁହନ୍ତୁ ଭୟଭୀତ ହୁଅନ୍ତୁ ନାହିଁ । ଅଧିକ ପଢ଼ନ୍ତୁ...

First coronavirus patient, 1st corona patient of odisha recovers, discharged from hospital, ସୁସ୍ଥ ହେଲେ ରାଜ୍ୟର ପ୍ରଥମ କୋରୋନା ଆକ୍ରାନ୍ତ, ଭୁବନେଶ୍ବର ଖବର, କୋରୋନା ଆକ୍ରାନ୍ତ
ସୁସ୍ଥ ହେବା ପରେ ପ୍ରତିକ୍ରିୟା ରଖିଲେ ରାଜ୍ୟର ପ୍ରଥମ କୋରୋନା ଆକ୍ରାନ୍ତ
author img

By

Published : Apr 3, 2020, 10:11 PM IST

Updated : Apr 4, 2020, 10:55 AM IST

ଭୁବନେଶ୍ବର: ସୁସ୍ଥ ହୋଇ ଫେରିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଥମ କୋରୋନା ଆକ୍ରାନ୍ତ । କହିଲେ ଭୟଭୀତ ହୁଅନ୍ତୁ ନାହିଁ । ସକାରାତ୍ମକ ଚିନ୍ତାଧାରା ରଖନ୍ତୁ ।

ସୁସ୍ଥ ହୋଇ ଫେରିବା ପେର ପ୍ରଥମ କୋରୋନା ସଂକ୍ରମିତ କହିଛନ୍ତି ଯେ, ସେ ପ୍ରଥମେ ଭୟଭୀତ ଥିଲେ । ଆଡମିଟ ହେବା ପରେ ମନରେ ଭୟ ରହିଥିଲା । କିନ୍ତୁ ଡାକ୍ତରଙ୍କ ସହଯୋଗ ଏବଂ ସରକାରଙ୍କ ସୁବିଧା ଯୋଗୁଁ ସେ ଆଜି ସୁସ୍ଥ ହୋଇ ଫେରିଛନ୍ତି । ତାଙ୍କ କନସଲଟାଣ୍ଟ ଡାକ୍ତର ଏସସି ସାହୁ ଚିକିତ୍ସକ ଡ଼ ଗୁରୁଦତ୍ତ ଓ କ୍ୟାପିଟାଲ ହସ୍ପିଟାଲ ଡାଇକ୍ଟରଙ୍କୁ ଧନ୍ୟବାଦ ଦେଇଛନ୍ତି ସେ । ଏଥିସହ ସରକାରଙ୍କ ସୁବିଧା ସୁଧୋଗକୁ ନେଇ ନିଜର କୃତଜ୍ଞତା ଜ୍ଞାପନ କରଛନ୍ତି । ଲୋକଙ୍କୁ ଅପିଲ କରିଛନ୍ତି କୋରୋନାକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ । ଭଲଭାବେ ବୁଝନ୍ତୁ ଏବଂ ସକାରାତ୍ମକ ଚିନ୍ତାଧାରା ରଖନ୍ତୁ । 14 ଦିନ ଚିକିତ୍ସିତ ହୋଇ ସୁସ୍ଥ ଫେରିଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ।

ସୁସ୍ଥ ହେବା ପରେ ପ୍ରତିକ୍ରିୟା ରଖିଲେ ରାଜ୍ୟର ପ୍ରଥମ କୋରୋନା ଆକ୍ରାନ୍ତ

ସୂଚନା ଯୋଗ୍ୟ ଯେ ରାଜ୍ୟରେ ପ୍ରଥମ କୋରୋନା ଆକ୍ରାନ୍ତ ମାର୍ଚ୍ଚ 15 ତାରିଖରେ ଚିହ୍ନଟ ହୋଇଥିଲେ । ଯାହାପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିଲା ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Apr 4, 2020, 10:55 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.