ETV Bharat / city

ଗାଡି ପାର୍କିଂ ନେଇ ତେଜିଲା ଗଣ୍ଡଗୋଳ, ରାଜଧାନୀର ଜାଗମରାରେ ଗୁଳିକାଣ୍ଡ

author img

By

Published : Sep 3, 2021, 8:29 PM IST

ରାଜଧାନୀର ଜାଗମରାରେ ଗୁଳିକାଣ୍ଡ । ଗାଡି ପାର୍କିଂକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗୁଳିକାଣ୍ଡ ଘଟିଥିବା ସୂଚନା । ଅଧିକ ପଢନ୍ତୁ...

ଗାଡି ପାର୍କିଂକୁ ନେଇ ରାଜଧାନୀରେ ଫୁଟିଲା ଗୁଳି

ଭୁବନେଶ୍ବର: ଫୁଟିଲା ଗୁଳି । ଖେଳିଲା ଆତଙ୍କ । ରାଜଧାନୀର ଜାଗମରା ଅନ୍ତର୍ଗତ ଗଣ୍ଡମୁଣ୍ଡାରେ ଗୁଳିକାଣ୍ଡ । ଗାର୍ଡି ପାର୍କିଂ ନେଇ ଗୁଳିକାଣ୍ଡ ଘଟିଥିବା ସୂଚନା । ଗାଡି ପାର୍କିଂକୁ କେନ୍ଦ୍ରକରି ଦୁଇ ଜଣ ବ୍ୟକ୍ତିଙ୍କ ସହ ଅନ୍ୟ ଜଣେ ବ୍ୟକ୍ତିର ଝଗଡା ହୋଇଥିଲା । ଯେଉଁଥିରେ ହଠାତ୍ ରାଗି ଯାଇ ତୃତୀୟ ବ୍ୟକ୍ତି ଜଣକ ଗୁଳି ଫୁଟାଇଛି । ଏଥିରେ କାହାର କିଛି କ୍ଷତି ହୋଇନାହିଁ । କେବଳ ଆତ୍ମରକ୍ଷା ପାଇଁ ଗୁଳି ଫୁଟିଛି ଏବଂ ଏଥିରେ ବ୍ୟବହୃତ ବନ୍ଧୁକଟି ଲାଇସେନ୍ସପ୍ରାପ୍ତ ହୋଇଥିବା ଜଣାପଡିଛି । ଏନେଇ ଖଣ୍ଡଗିରି ଥାନାରେ ଉଭୟ ପକ୍ଷରୁ ରିପୋର୍ଟ ଦିଆଯାଇଛି ।

ସୂଚନା ଅନୁଯାୟୀ, ପର୍ଣ୍ଣଙ୍ଗ ପଟ୍ଟନାୟକ ଓ ଅଭିଶେଖ ଜେନା ନାମକ ଦୁଇ ଶଳା ଭିଣୋଇ ସହ ସେହି ଗାଁରେ ଭଡାରେ ରହୁଥିବା ତ୍ରିଦିତ ରାଉତ ନାମକ ଆଉ ଜଣେ ବ୍ୟକ୍ତିଙ୍କର ଗାଡି ପାର୍କିଂ ନେଇ ଝଗଡା ହୋଇଥିଲା । ଏହାପରେ ସେମାନେ ତ୍ରିଦିତଙ୍କୁ ମାଡ ମାରିଥିଲେ । ଫଳରେ ଆତ୍ମରକ୍ଷା ପାଇଁ ତ୍ରିଦିତ ଫାଙ୍କା ଗୁଳିଚାଳନା କରିଥିବା ସେହି ଅଭିଯୋଗରେ ଦର୍ଶାଇଛନ୍ତି ।

ଅନ୍ୟପଟେ ଗାଡି ଅଜାଗାରେ ପାର୍କିଂ ନେଇ ବିରୋଧ କରିବାରୁ ସେ ଧମକ ପୂର୍ବକ ଗୁଳି ଚାଳନା କରିଥିବା ଅଭିଯୋଗ କରିଛନ୍ତି ଅପରପକ୍ଷ । ଦୁଇ ଗୋଷ୍ଠୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.