ETV Bharat / city

ରାଜଧାନୀରେ ବାଣ ବିକ୍ରିକୁ ଗ୍ରୀନ ସିଗନାଲ, 7ଟି ସ୍ଥାନରେ ଖୋଲିବ ଦୋକାନ - ଭୁବନେଶ୍ବରେ ବାଣ ବିକ୍ରି

ଚଳିତ ବର୍ଷ ବାଣ ବିକ୍ରିକୁ ଗ୍ରୀନ ସିଗନାଲ ଦେଲେ ରାଜ୍ୟ ସରକାର । ରାଜଧାନୀର 7ଟି ସ୍ଥାନରେ ବାଣ ବିକ୍ରି କରିବାକୁ ବ୍ୟବସାୟୀଙ୍କୁ ଅନୁମତି । ଅଧିକ ପଢନ୍ତୁ

ରାଜଧାନୀରେ ବାଣ ବିକ୍ରିକୁ ଗ୍ରୀନ ସିଗନାଲ
ରାଜଧାନୀରେ ବାଣ ବିକ୍ରିକୁ ଗ୍ରୀନ ସିଗନାଲ
author img

By

Published : Oct 15, 2022, 10:14 PM IST

ଭୁବନେଶ୍ବର: ପାଖେଇ ଆସୁଛି ଆଲୋକର ପର୍ବ ଦୀପାବଳି(Diwali), ଦୀର୍ଘ ଦୁଇ ବର୍ଷ ପରେ ଧୁମଧାମରେ ବିନା କଟକଣାରେ ଦୀପାବଳି ପାଳିବେ ରାଜ୍ୟବାସୀ । କୋରୋନା ଯୋଗୁଁ ଗତ ବର୍ଷ ବାଣ ବିକ୍ରି ଉପରେ କଟକଣା ଲଗାଯାଇଥିବା ବେଳେ ଚଳିତ ବର୍ଷ ବାଣ ବିକ୍ରିକୁ ଗ୍ରୀନ ସିଗନାଲ ଦେଇଛନ୍ତି ରାଜ୍ୟ ସରକାର । ଏନେଇ ଚଳିତ ବର୍ଷ ରାଜଧାନୀର 7ଟି ସ୍ଥାନରେ ବାଣ ବିକ୍ରି କରିବାକୁ ବ୍ୟବସାୟୀଙ୍କୁ ଅନୁମତି ଦିଆଯାଇଛି (cracker shop permission to open in Bhubaneswar) । ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ (Department of Public Administration)ପକ୍ଷରୁ ବିଏମସି(Bhubaneswar Municipal Corporation)କୁ ଚିଠି ଲେଖାଯାଇ ବାଣ ବିକ୍ରିକୁ ଅନୁମତି ଦେବାକୁ କୁହାଯାଇଛି ।

ରାଜଧାନୀରେ ବାଣ ବିକ୍ରିକୁ ଗ୍ରୀନ ସିଗନାଲ
ରାଜଧାନୀରେ ବାଣ ବିକ୍ରିକୁ ଗ୍ରୀନ ସିଗନାଲ

ଏହା ମଧ୍ୟ ପଢନ୍ତୁ-ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦୀପାବଳି !

ମିଳିଥିବା ସୂଚନା ଅନୁଯାୟୀ, ବ୍ୟବସାୟୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଅନୁମତି ଦେବାକୁ ବିଏମସି ପକ୍ଷରୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଥିଲା । ତାହାର ଜବାବରେ ଆଜି(ଶନିବାର) ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ମାନସ ରଞ୍ଜନ ସାମଲ ବିଏମସିର ଅତିରିକ୍ତ କମିଶନରଙ୍କୁ ବାଣ ବିକ୍ରିକୁ ଅନୁମତି ଦେବାକୁ ଚିଠି ଲେଖିଛନ୍ତି । ଭୁବନେଶ୍ବରର 7ଟି ସ୍ଥାନରେ ବାଣି ବିକ୍ରି କରିବାକୁ ବ୍ୟବସାୟୀଙ୍କୁ ଅନୁମତି ଦିଆଯାଇଥିବା ଚିଠିରେ ଦର୍ଶାଯାଇଛି । ଗାଡ଼କଣ, ବମିଖାଲ, ପାଣ୍ଡରା, ବାପୁଜୀନଗର, ଲକ୍ଷ୍ମୀସାଗର ଓ ବଡ଼ଗଡ଼ର 2ଟି ଚିହ୍ନଟ ସ୍ଥାନରେ ବାଣ ବିକ୍ରି ନେଇ ଅନୁମତି ଦିଆଯାଇଛି । ଦୋକାନ ଖୋଲିବା ପୂର୍ବରୁ ଭୁବନେଶ୍ୱର ଡିସିପି କାର୍ଯ୍ୟାଳୟ, ଅଗ୍ନିଶମ, ଶକ୍ତି ବିଭାଗର ଅନୁମତି ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ବାଣ ବିକ୍ରି ଦେକାନ ପାଇଁ ପ୍ରତି 100 ବର୍ଗ ଫୁଟ ଯାଗା ପାଇଁ ବ୍ୟବସାୟୀଙ୍କୁ 160 ଟଙ୍କା ବିଏମସିକୁ ଦେବାକୁ ପଡିବ ।

ଏହା ମଧ୍ୟ ପଢନ୍ତୁ-CM Naveen To Address: ସଂଧ୍ୟା ସାଢେ ୬ଟାରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ

ତେବେ କୋରୋନା କଟକଣା ଯୋଗୁଁ ଦୀର୍ଘ ଦୁଇ ବର୍ଷ ରାଜ୍ୟ ରାଜଧାନୀରେ ବାଣ ବିକ୍ରି ଉପରେ କଟକଣା ଲାଗିଥିଲା, ଫଳରେ ଅନେକ ବାଣ ବ୍ୟବସାୟୀ ଦୀପାବଳିରେ ବାଣ ବିକ୍ରି କରିନପାରି କ୍ଷତି ସହିଥିଲେ, ରାଜ୍ୟ ସରକାରଙ୍କ ଏହି ଗ୍ରୀନ ସିଗନାଲ ପରେ ବ୍ୟବସାୟୀ ଭଲ ଦୁଇ ପଇଲା ରୋଜଗାର କରିବାର ଆଶା ରଖିଛନ୍ତି । ଅନ୍ୟପଟେ ବାଣ ଫୁଟାଇବା ଉପରେ ମଧ୍ୟ କଟକଣା ଲାଗିଥିବାରୁ ଚଳିତ ବର୍ଷ ଦୀପାବଳିକୁ ଖୁବଧୁମଧାମ ର ପାଳନ କରିବାକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ରାଜ୍ୟବାସୀ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.