ETV Bharat / city

ରାଜ୍ୟ ମାନବାଧିକାର ଆୟୋଗରେ ଫାଟିଲା AC, ଆତଙ୍କିତ କର୍ମଚାରୀ - ଆତଙ୍କିତ କର୍ମଚାରୀ

ରାଜ୍ୟ ମାନବାଧିକାର ଆୟୋଗରେ ଏସି ଫାଟିବା ଯୋଗୁଁ ନିଆଁ ଲାଗିଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

ରାଜ୍ୟ ମାନବାଧିକାର ଆୟୋଗରେ ଫାଟିଲା AC, ଆତଙ୍କିତ କର୍ମଚାରୀ

author img

By

Published : Aug 5, 2021, 2:38 PM IST

ଭୁବନେଶ୍ବର: ରାଜ୍ୟ ମାନବାଧିକାର ଆୟୋଗରେ ଲାଗିଲା ନିଆଁ । ସର୍ଟସର୍କିଟ ଯୋଗୁଁ ଏୟାର କଣ୍ଡିସନର(AC) ଫାଟିବା ଯୋଗୁଁ ନିଆଁ ଲାଗିଥିବା ସୂଚନା । ଏଭଳି ଘଟଣା ଘଟିବା ପରେ କର୍ମଚାରୀମାନେ ଭୟଭୀତ ହୋଇଯାଇଥିବା ବେଳେ ନିଆଁକୁ ଆୟତ୍ତ କରିଛନ୍ତି ଅଗ୍ନିଶମ କର୍ମଚାରୀ ।

ରାଜ୍ୟ ମାନବାଧିକାର ଆୟୋଗରେ ଫାଟିଲା AC, ଆତଙ୍କିତ କର୍ମଚାରୀ

ତୋଷାଳି ଭବନରେ ଥିବା ରାଜ୍ୟ ମାନବାଧିକାର କମିଶନରେ ସଟସର୍କିଟ ଯୋଗୁଁ ଏସି ଫାଟିଥିବା ସୂଚନା ମିଳିଛି । ଫଳରେ କାର୍ଯ୍ୟାଳୟର କିଛି ଅଂଶରେ ନିଆଁ ଲାଗିଥିଲା । ତେବେ ଅଚାନକ ଭାବରେ ଏସି ବ୍ଲାଷ୍ଟ ହୋଇ ନିଆଁ ବାହାରିଥିଲା ବୋଲି ଜଣେ କର୍ମଚାରୀ କହିଛନ୍ତି । ଅଗ୍ନି ନିୟନ୍ତ୍ରକ ଯନ୍ତ୍ର ମାଧ୍ୟମରେ ନିଆଁକୁ ଆୟତ୍ତ କରିଥିଲେ କାର୍ଯ୍ୟାଳୟର କର୍ମଚାରୀ ।

କିନ୍ତୁ ନିଆଁ ନ ଲିଭିବା ପରେ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ଏହାପରେ ଅଗ୍ନିଶମ ବିଭାଗ ଠିକ ସମୟରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ତେବେ ଏନେଇ ମହିଳା କମିଶନ ଓ ରାଜ୍ୟ ମାନବାଧିକାର କମିଶନର ସମସ୍ତ କର୍ମଚାରୀମାନେ ଭୟରେ କାର୍ଯ୍ୟାଳୟ ଛାଡି ବାହାରକୁ ଆସିଯାଇଥିଲେ ବୋଲି କହିଛନ୍ତି ରାଜ୍ୟ ମାନବାଧିକାର କମିଶନର ଜଣେ କର୍ମଚାରୀ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.