ଭୁବନେଶ୍ବର: ସିମେଣ୍ଟ ପଡିଯିବାରୁ ସୀମା ଟପିଲେ ସମ୍ଭ୍ରାନ୍ତ ଘରର ମହିଳା । ପଡୋଶୀ ପାଚେରି ଡେଇଁ ଘର ପଡିଥିବା ସିମେଣ୍ଟ ସଫା କରିବା ବେଳେ ଦିନ ମଜୁରିଆ ମହିଳାଙ୍କୁ ମାଡ଼ ମାରି ଲୁହଲୁହାଣ କଲେ ଭାରତ ମୋଟର୍ସ ମାଲିକାଣି । ଯାହାକୁ ନେଇ ଥାନାରେ ଅଭିଯୋଗ ପହଞ୍ଚିଛି । ଅଭିଯୋଗ ପରେ ସହିଦ ନଗର ଥାନାରେ ଭାରତ ମୋଟର୍ସ ମାଲିକାଣି ମଞ୍ଜୁ ଡାଲମିଆ ।
ସୁଚନା ମୁତାବକ ସହିଦନଗର ଥାନା ବମିଖାଲ ଅଞ୍ଚଳର ପ୍ଲଟ ନମ୍ବର ୨୧୨ ମନୋରମା ଇଷ୍ଟେଟରେରେ ଥିବା ବିଭୁ ଦାସଙ୍କ ଘରକୁ ଦିନ ମଜୁରିଆ ଭାଵେ କାମ କରିବାକୁ ଆସିଥିଲେ ଛବିରାଣି ନାୟକ ଓ ତାଙ୍କ ସହ ରାମଚନ୍ଦ୍ର ପ୍ରଧାନ ନାମକ ଜଣେ ଶ୍ରମିକ । ହେଲେ କାମ କରୁଥିବା ସମୟରେ କିଛି ସିମେଣ୍ଟ ଘରକୁ ଲାଗିଥିବା ପଡୋଶୀ ୨୧୪ ରେ ରହୁଥିବା ଭାରତ ମୋଟର୍ସ ମାଲିକାଣିଙ୍କର ଘର ପାଚେରି ପାଖରେ ପଡିଥିଲା । ତେବେ ତାଙ୍କ ପାଚେରି ଡେଇଁ ସଫା କରିବକୁ ଚେଷ୍ଟା କରିଥିଲେ ସମ୍ପୃକ୍ତ ମହିଳା ଶ୍ରମିକ । ଠିକ ଏହି ସମୟରେ ହଠାତ ଭାରତ ମୋଟରସ ମାଲିକାଣି ରାଗିଯାଇ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ସମ୍ପୃକ୍ତ ମହିଳା ଶ୍ରମିକ ଜଣଙ୍କ କ୍ଷମା ମାଗିଥିଲେ ସୁଦ୍ଧା ତାଙ୍କୁ ରକ୍ଷା ମିଳିନଥିଲା ।
ପରେ ପୋଲିସକୁ ଫୋନ କରିବା ପରେ ମହିଳାକୁ ପୋଲିସ ଉଦ୍ଧାର କରାଯାଇଥିଲା । ଏନେଇ ସହିଦନଗର ଥାନାରେ ଅଭିଯୋଗ ପରେ ପୋଲିସ କେସ ନମ୍ବର ୧୯୭/୨୧ରେ ତଦନ୍ତ ଆରମ୍ଭ କରିଛି । ଏନେଇ ମଞ୍ଜୁ ଡାଲମିଆଙ୍କୁ ଥାନାରେ ପଚରା ଉଚରା କରିଛି ପୋଲିସ । ତେବେ ଜଣେ ଜଣେ ଦିନ ମଜୁରିଆ ଭାବେ କାମ କରି ବଞ୍ଚୁଥିବା ଜଣେ ମହିଳାଙ୍କୁ ପୋଲିସ କଣ ନ୍ୟାୟ ଦେଉଛି, ନା ଜଣେ ସଂମ୍ଭ୍ରାନ୍ତ ମହିଳାଙ୍କ ଚାପରେ ତଦନ୍ତ ବାଟବଣା ହେଉଛି ତାହା ଦେଖିବାକୁ ଅପେକ୍ଷା । ଅନ୍ୟପଟେ ଆକ୍ରମଣ କରିଥିବା ମହିଳାଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।
ଭୁବନେଶ୍ବରରୁ ତାପସ ପରିଡା,ଇଟିଭି ଭାରତ