ETV Bharat / city

ବିଧାୟକ ଭାସ୍କର ମଢେଇଙ୍କ ବିରୋଧରେ ମହିଳା ଥାନାରେ ଏତଲା

ବିଧାନସଭାରେ ଅରୁଚିକର ମହିଳା ବିରୋଧୀ ମନ୍ତବ୍ୟ ଦେଇଥିଲେ ବିଜେପି ବିଧାୟକ ଭାସ୍କର ମଢେଇ । ମହିଳାଙ୍କୁ ନେଇ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ସମ୍ବିଧାନ ବିରୋଧୀ ବୋଲି କହିଛି ସମିତି । ସମ୍ବିଧାନ ଉଭୟ ମହିଳା ଓ ପୁରୁଷଙ୍କୁ ସମାନ ଅଧିକାର ଦେଇଛି । ସେହି ସମ୍ବିଧାନର ଶପଥ ନେଇ ବିଧାୟକ ବିଧାନସଭା ପ୍ରବେଶ କରୁଛନ୍ତି । ଅଧିକ ପଢନ୍ତୁ

ବିଧାୟକ ଭାସ୍କର ମଢେଇଙ୍କ ବିରୋଧରେ ମହିଳା ଥାନାରେ ଏତଲା
ବିଧାୟକ ଭାସ୍କର ମଢେଇଙ୍କ ବିରୋଧରେ ମହିଳା ଥାନାରେ ଏତଲା
author img

By

Published : Apr 1, 2022, 6:18 PM IST

ଭୁବନେଶ୍ବର: ବିଧାନସଭାରେ ମହିଳା ବିରୋଧୀ ମନ୍ତବ୍ୟ ଦେବା ବିଧାୟକଙ୍କୁ ପଡିଲା ମହଙ୍ଗା । ବିଜେପି ବିଧାୟକ ଭାସ୍କର ମଢେଇଙ୍କ ବିରୋଧରେ ଭୁବନେଶ୍ବର ମହିଳା ଥାନାରେ ଏତଲା । ଏତଲା ଦେଲା ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି । ବିଧାୟକଙ୍କ ବିରୋଧରେ ଦେଶଦ୍ରୋହୀ ମାମଲା ସହ ଗିରଫ ଦାବି କଲା ସମିତି ।

ବିଧାୟକ ଭାସ୍କର ମଢେଇଙ୍କ ବିରୋଧରେ ମହିଳା ଥାନାରେ ଏତଲା

ବିଧାନସଭାରେ ଅରୁଚିକର ମହିଳା ବିରୋଧୀ ମନ୍ତବ୍ୟ ଦେଇଥିଲେ ବିଜେପି ବିଧାୟକ ଭାସ୍କର ମଢେଇ । ମହିଳାଙ୍କୁ ନେଇ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ସମ୍ବିଧାନ ବିରୋଧୀ ବୋଲି କହିଛି ସମିତି । ସମ୍ବିଧାନ ଉଭୟ ମହିଳା ଓ ପୁରୁଷଙ୍କୁ ସମାନ ଅଧିକାର ଦେଇଛି । ସେହି ସମ୍ବିଧାନର ଶପଥ ନେଇ ବିଧାୟକ ବିଧାନସଭା ପ୍ରବେଶ କରୁଛନ୍ତି । ମହିଳାଙ୍କ ବିରୋଧୀ ମନ୍ତବ୍ୟ ବିଧାନସଭାର ମର୍ଯ୍ୟାଦା ଖୁର୍ଣ୍ଣ କରିଛି । ମହିଳାଙ୍କ ବିରୋଧରେ ଅରୁଚି କର ମନ୍ତବ୍ୟ ପାଇଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ।

ସମିତି ପକ୍ଷରୁ କୁହାଯାଇଛି ଯେ, ଉଦଳା ବିଧାୟକ ଭାସ୍କର ମଢେଇ ବିଧାନସଭାରେ ଆମ ରାଜ୍ୟର ମହିଳାମାନଙ୍କୁ ଅତ୍ୟନ୍ତ ଘୃଣ୍ୟ ଓ ଅଶାଳୀନ ଭାଷାରେ ଗାଳିଗୁଲଜ କରିବା ସହିତ ଚରିତ୍ର ହନନ କରିଛନ୍ତି । ଗଣତନ୍ତ୍ରର ମନ୍ଦିର ବିଧାନସସଭାରେ ଭାଷଣ ଦେଇ ବିଧାୟକ କହିଛନ୍ତି ଯେ, ‘ମହିଳାମାନେ ସ୍ଵାମୀଙ୍କ କଥା ମାନୁନାହାଁନ୍ତି । ଅର୍ଥ ରୋଜଗାର କରିବାକୁ ଯାଇ ସେମାନେ ପଥହରା ଓ ଦିଗହରା ହୋଇଯାଉଛନ୍ତି । ଅର୍ଥ ରୋଜଗାର ଉଦ୍ଦେଶ୍ୟରେ ଅଫିସ ମାନଙ୍କରେ ବୁଲୁଛନ୍ତି । ଏପରିକି ଛୋଟ ପୋଷାକ ପିନ୍ଧିବା ଓ ମୋବାଇଲ ଧରିବା ଯୋଗୁଁ ଅବାଟକୁ ଚାଲିଯାଉଛନ୍ତି । କେବଳ ବିଧାନସଭା ମଧ୍ୟରେ ନୁହେଁ ବାହାରକୁ ଆସି ଗଣମାଧ୍ୟମ ଆଗରେ ଏହାକୁ ଦୋହରାଇଥିଲେ । ସମିତି କହିଛି ଯେ, ଆମ ସମ୍ବିଧାନ ସବୁ ନାଗରିକଙ୍କୁ ମର୍ଯ୍ୟାଦାର ସହିତ ସମାନ ଭାବରେ ବଞ୍ଚିବାର ଅଧିକାର ଦେଇଛି । ଏଠାରେ କେହି କାହାରି ଅଧସ୍ତନ ନୁହଁନ୍ତି । ସମ୍ବିଧାନଙ୍କୁ ସୁରକ୍ଷିତ ରଖିବାର ଶପଥ ନେଇ ବିଧାନସଭାକୁ ପ୍ରବେଶ କରିଥିବା ଜଣେ ବିଧାୟକଙ୍କର ଏପରି ମନ୍ତବ୍ୟ ସମ୍ପୂର୍ଣ୍ଣ ଭାବରେ ସମ୍ବିଧାନ ବିରୋଧୀ ଓ ଗୃହର ମର୍ଯ୍ୟାଦାକୁ କଳୁଷିତ କରୁଛି ।

ମହିଳା ମାନଙ୍କ ବିରୋଧରେ ଅଶାଳୀନ ଭାଷାର ପ୍ରୟୋଗ ଓ ଚରିତ୍ର ହନନ କରିବା ଏକ ଗୁରୁତର ଅପରାଧ । ମହିଳାମାନଙ୍କର ଚରିତ୍ର ହନନ କରୁଥିବା ବିଧାନସଭାର ମର୍ଯ୍ୟାଦାହାନି କରୁଥିବା ଓ ସର୍ବୋପରି ସମ୍ବିଧାନର ଅବମାନନା କରୁଥିବା ବିଧାୟକ ଭାସ୍କର ମଢେଇଙ୍କ ବିରୋଧରେ ତୁରନ୍ତ ତଦନ୍ତ କରି ଦଣ୍ଡପ୍ରଦାନ କରିବା ପାଇଁ ଦାବି କରାଯାଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.