ETV Bharat / city

ରାଜଧାନୀରେ ଚାଲିଛି ଜୋରଦାର ଚେକିଂ, ବାଇକରେ ୨ ଜଣ ମନା

ରାଜଧାନୀରେ ଚାଲିଛି ଜୋରଦାର ଚେକିଂ । ପୁଣି କୋରୋନା ରୋଗୀ ଚିହ୍ନଟ ପରେ ତତ୍ପର ହୋଇଛି କମିଶନରେଟ ପୋଲିସ । ଏଥର ବାଇକରେ ୨ଜଣ ଗଲେ କଟୁଛି ଫାଇନ । ରାଜଧାନୀରେ ବିଭିନ୍ନ ଛକ ଓ ଟ୍ରାଫିକ ପୋଷ୍ଟରେ କଡାକଡି କରାଯାଇଛି ଚେକିଂ ।

author img

By

Published : May 8, 2020, 1:12 PM IST

fine-imposed-to-bike-double-ride-at-red-zone-bhubhaneswar
ରାଜଧାନୀରେ ବାଇକରେ ୨ଜଣ ମନା, ପୋଲିସର ଚେକିଂ କଡାକଡି

ଭୁବନେଶ୍ବର: ଘରୁ ବାଇକରେ ଯଦି ଦୁଇଜଣ ଯାଉଛନ୍ତି ତେବେ ହୋଇଯାନ୍ତୁ ସତର୍କ । ଗଣିପାରନ୍ତି ଫାଇନ । କାରଣ ଛକ ଛକ ଓ ଟ୍ରାଫିକ ପୋଷ୍ଟରେ ରାଜଧାନୀରେ ଚାଲିଛି କଡା ଚେକିଂ । ଦୀର୍ଘଦିନ ପରେ ପୁଣି ରାଜଧାନୀରେ କୋରୋନା ରୋଗୀ ଚିହ୍ନଟ ପରେ ତତ୍ପର ହୋଇଛି କମିଶନରେଟ ପୋଲିସ ।

ରେଡ ଜୋନରେ ଭୁବନେଶ୍ବର ଥିବାରୁ ଜାରି ରହିଛି ଅନେକ କଟକଣା । ତେବେ କିଛି ନିୟମ କୋହଳ ପରେ ଲୋକେ ପଦାକୁ ଆସୁଥିବା ବେଳେ ଟ୍ରାଫିକ ପୋଷ୍ଟରେ ଦେଖିବାକୁ ମିଳୁଛି ଜବରଦସ୍ତ ଗହଳି । ଏପରିକି ବାଇକ ଓ କାର ଯୋଗେ ଘରୁ ବାହାରୁଥିବାର ସାମ୍ନାକୁ ଆସୁଥିବା ବେଳେ ଅନେକ ବିଜି ମାର୍କେଟରେ ମଧ୍ଯ ଗହଳି ଦେଖିବାକୁ ମିଳୁଛି । ତେବେ ଏସବୁ ଭିତରେ ରେଡ ଜୋନରେ ବାଇକରେ ୨ ଜଣ ଯିବା ଅନୁମତି ନାହିଁ ।

ରାଜଧାନୀରେ ଅନେକ ଥାନା ଅଞ୍ଚଳରେ ଚେକିଂ କଡାକଡି ହୋଇଛି । ୨ଜଣ ବାଇକରେ ଯାତ୍ରା କରୁଥିବା ଲୋକଙ୍କଠୁ ଫାଇନ ଆଦାୟ କରାଯାଉଛି । ଓଡିଶା ଅର୍ବାନ ଆକ୍ଟ ଧାରାରେ ୧୦୦ ଟଙ୍କା ଲେଖାଏ ଫାଇନ କାଟୁଛନ୍ତି କମିଶନରେଟ ପୋଲିସ ଅଧିକାରୀ ।

ଭୁବନେଶ୍ବରରୁ ତାପସ ପରିଡା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.