ETV Bharat / city

କେନ୍ଦ୍ର ଅବହେଳା କାର୍ଡ ଖେଳିଲେ ଅର୍ଥମନ୍ତ୍ରୀ, ୬ ବର୍ଷରେ କେନ୍ଦ୍ର କାଟିଛି ୫୬,୨୨୨ କୋଟି

author img

By

Published : Feb 27, 2021, 10:03 PM IST

ଶନିବାର ବିଧାନସଭାରେ ବଜେଟ ଆଲୋଚନାବେଳେ କେନ୍ଦ୍ର ଅବହେଳା ପ୍ରସଙ୍ଗ ଉଠାଇଲେ ଅର୍ଥମନ୍ତ୍ରୀ । ୬ ବର୍ଷରେ କେନ୍ଦ୍ର କାଟିଛି ୫୬ ହଜାର ୨୨୨ କୋଟି । ଅଧିକ ପଢନ୍ତୁ...

finance minister raised the issue of central negligence in assembly
କେନ୍ଦ୍ର ଅବହେଳା ପ୍ରସଙ୍ଗ ଉଠାଇଲେ ଅର୍ଥମନ୍ତ୍ରୀ ,୬ ବର୍ଷରେ କେନ୍ଦ୍ର କାଟିଛି ୫୬ ହଜାର ୨୨୨ କୋଟି

ଭୁବନେଶ୍ବର: ଶେଷ ହେଲା ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ। ବଜେଟ ଉପରେ ସାଧାରଣ ଆଲୋଚନା ଶେଷ । ୧୨ ମାର୍ଚ ୧୦.୩୦ ଯାଏ ଗୄହ ମୂଲତବୀ । ଅଧିବେଶନର ବଜେଟ ଆଲୋଚନାରେ କେନ୍ଦ୍ର ଅବହେଳା ପ୍ରସଙ୍ଗ ଉଠାଇଲେ ଅର୍ଥମନ୍ତ୍ରୀ । ୬ ବର୍ଷରେ କେନ୍ଦ୍ର କାଟିଛି ୫୬ ହଜାର ୨୨୨ କୋଟି ।

ଚଳିତ ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟରେ ବଜେଟ ଆଲୋଚନାବେଳେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଉତ୍ତର ରଖିବା ବେଳେ କେନ୍ଦ୍ର ସରକାରକୁ ଟାର୍ଗେଟ କରିଛନ୍ତି । ଗତ ୬ ବର୍ଷରେ ୫୯ ହଜାର ୨୨୨ କୋଟି ଦେଇନାହାନ୍ତି କେନ୍ଦ୍ର ସରକାର । ଏହି ଟଙ୍କାକୁ ଅର୍ଥ କମିଶମ ସୁପାରିସ କରିଥିବା ସତ୍ତ୍ବେ ମିଳିନାହିଁ । ଏହା ସହ କେନ୍ଦ୍ର ସରକାର ୮ଟି ଯୋଜନାକୁ ଉଚ୍ଛେଦ କରିଛନ୍ତି। ଏଫଆରବିଏମ ଆକ୍ଟ ଅନୁସାରେ ସରକାର ୠଣ କରିଛନ୍ତି। ଧାନ ସବସିଡି ବାବଦରେ ବକେୟା ରହିଛି ୮ ହଜାର କୋଟିରୁ ଉର୍ଦ୍ଧ୍ବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।

ସେପଟେ ଅର୍ଥମନ୍ତ୍ରୀଙ୍କ ଅଭିଯୋଗର ଜବାବ ରଖିଛନ୍ତି ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ମାଝି । ଅର୍ଥମନ୍ତ୍ରୀଙ୍କ ଅଭିଯୋଗ ମିଛ। କେନ୍ଦ୍ର ଅନୁଦାନ ନ ଆସିଲେ ରାଜ୍ୟ ସରକାର ବଜେଟ କରିପାରିବେ ନାହିଁ ବୋଲି କହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.