ETV Bharat / city

Supplementary Budget Presented: ଆଗତ ହେଲା ଅତିରିକ୍ତ ବଜେଟ

author img

By

Published : Dec 1, 2021, 5:55 PM IST

Updated : Dec 1, 2021, 9:08 PM IST

ବିଧାନସଭାରେ ଆଗତ ହେଲା ଅତିରିକ୍ତ ବଜେଟ ବିଲ୍‌ । ବିରୋଧୀଙ୍କ ହୋ ହାଲ୍ଲା ମଧ୍ୟରେ ଏହି ବିଲ ଆଗତ ହୋଇଛି । ୨୦୨୧-୨୨ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ । ଏଥିପାଇଁ ମୋଟ ୧୯,୮୩୩ କୋଟି ଟଙ୍କାର ବ୍ୟୟବରାଦ ବିଧାନସଭାର ଅନୁମୋଦନ ପାଇଁ ଉପସ୍ଥାପନ କରାଯାଇଛି । ଅଧିକ ପଢ଼ନ୍ତୁ

Odisha Assmbly Update: ପାରିତ ହେଲେ ଅତିରିକ୍ତ ବଜେଟ ବିଲ୍‌

ଭୁବନେଶ୍ବର: ପ୍ରବଳ ହଟ୍ଟଗୋଳ ଏବଂ ହଙ୍ଗାମା ମଧ୍ୟରେ ବିଧାନସଭାରେ ଆଗତ ହେଲା ୨୦୨୧-୨୨ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ ବିଲ୍‌ (Supplementary budget bill presented) । ଅର୍ଥମନ୍ତ୍ରୀ ବିଲ ଆଗତ କରିବା ପରେ ଗୃହକୁ କାଲି ଯାଏଁ ମୁଲତବୀ କରିଛନ୍ତି ବାଚସ୍ପତି । ଏନେଇ ପୂର୍ବରୁ ରାଜ୍ୟ କ୍ୟାବିନେଟ୍‌ ବୈଠକରେ ନିଷ୍ପତ୍ତି ହୋଇଥିଲା । ଶୀତ ଅଧିବେଶନର ପ୍ରଥମ ଦିନରେ ବିଲ୍‌ ଆଗତ ହୋଇଛି ।

Supplementary Budget Presented: ଆଗତ ହେଲା ଅତିରିକ୍ତ ବଜେଟ

ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ଗୃହରେ ଅତିରିକ୍ତ ବ୍ୟୟମଞ୍ଜୁରୀ ବିଲ ଆଗତ କରିଥିଲେ (Finance Minister Niranjan Pujari presented supplementary budget) । 19,833 କୋଟିର ଅତିରିକ୍ତ ବଜେଟ ଆଗତ ହୋଇଛି । ପଞ୍ଚାୟତ ରାଜ ବିଭାଗର ଅତିରିକ୍ତ ବ୍ୟୟ ବରାଦ ପାଇଁ 3624, ସ୍ବାସ୍ଥ୍ୟ ବିଭାଗ ପାଇଁ 2310 ଏବଂ ଶକ୍ତି ବିଭାଗର ଅତିରିକ୍ତ ବ୍ୟୟ ବରାଦ ପାଇଁ 2143 କୋଟିର ଅତିରିକ୍ତ ବଜେଟ ଆଗତ ହୋଇଛି ।

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପାଇଁ ୧୧୪୧ କୋଟର ଅତିରିକ୍ତ ବଜେଟ ଆଗତ ହୋଇଛି । ସ୍କୁଲ୍‌ ଓ ଗଣଶିକ୍ଷା ବିଭାଗ ପାଇଁ ୧୬୦୫ କୋଟି, କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ପାଇଁ ୧୯୫ କୋଟି, ଜଳ ସମ୍ବଳ ବିଭାଗ ପାଇଁ ୪୦୫ କୋଟି, ପରିବହନ ବିଭାଗ ପାଇଁ ୧୧୬ କୋଟି, ଜଙ୍ଗଲ ଓ ପରିବେଶ ବିଭାଗ ପାଇଁ ୧୧୦ କୋଟିର ଅତିରିକ୍ତ ବଜେଟ ଆଗତ ହୋଇଛି ।

ଏହାସହ ଜିଲ୍ଲା ପରିଷଦ ନିର୍ବାଚନ ପାଇଁ 8.40 କୋଟି, ବିପର୍ଯ୍ୟୟ ପରିଚାଳନା ପାଇଁ 1684 କୋଟିର ଅତିରିକ୍ତ ବଜେଟ ଆଗତ ହୋଇଛି ।

ଭୁବନେଶ୍ବରରୁ ରୁଦ୍ର ନାରାୟଣ ଦାସ ଓ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Dec 1, 2021, 9:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.