ETV Bharat / city

ଓଲିଉଡରେ ପୁଣି କାଷ୍ଟିଂ କାଉଚ, ପ୍ରଯୋଜକ ଗିରଫ

ଓଲିଉଡକୁ ପୁଣି ଫେରିଲା କାଷ୍ଟିଂ କାଉଚ । ପ୍ରଯୋଜକ ଗିରଫ । ହିରୋଇନ କରିବେ କହି ଅଶ୍ଳୀଳ ଫଟୋ ଓ ଭିଡିଓ ଉତ୍ତୋଳନ ।

author img

By

Published : Jul 12, 2019, 4:58 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର

ଭୁବନେଶ୍ବର: କିଛି ଦିନର ବ୍ୟବଧାନ ପରେ ଫିଲ୍ମ ଇଣ୍ଡଷ୍ଟ୍ରିକୁ ପୁଣି ଫେରିଛି କାଷ୍ଟିଂ କାଉଚ। ପ୍ରଥମେ ହିରୋଇନ କରିଦେବାର ଆଶା ଏହାପରେ ଯୁବତୀ ଜଣଙ୍କ ସହ ଅସଦାଚରଣ କରିବା ସହ ଅଶ୍ଳୀଳ ଫଟୋ ଓ ଭିଡିଓ କରିଛନ୍ତି ଜଣେ ଯୁବକ। ଯୁବକ ଜଣଙ୍କ ନିଜକୁ ପ୍ରଯୋଜକ କହୁଥିବା ବେଳେ ଏଭଳି ମଡେଲ ମାନଙ୍କୁ ନେଇ ବିଭିନ୍ନ ଫଟୋସୁଟ କରିଥାଏ। ଉକ୍ତ ଯୁବକକୁ ସହିଦ ନଗର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ସୂଚନା ମୁତାବକ, କଟକର ଜଣେ ମଡେଲ ସହ ଗିରଫ ଯୁବକ ଅବିନାଶ ରାଉତଙ୍କ ସାକ୍ଷାତ ହୋଇଥିଲା। ଏହାପରେ ସେ ମଡେଲ ଜଣଙ୍କୁ ଫିଲ୍ମ ଜଗତରେ ହିରୋଇନ୍ କରିଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ମଡେଲ ଜଣଙ୍କୁ ନେଇ ବିଭିନ୍ନ ପ୍ରକାରର ଅଶ୍ଳୀଳ ଫଟୋ ସୁଟ କରିବା ସହ ବିନା ବସ୍ତ୍ରରେ ରାମ୍ପରେ ଚାଲିବାକୁ କହିଥିଲେ। ଏପରି ଭାବରେ ବାରମ୍ବାର କରିବା ପରେ ଉକ୍ତ ମଡେଲ ଜଣଙ୍କ ସହିଦ ନଗର ଥାନାରେ ଅଭିଯୋଗ ଆଣିଥିଲେ।

ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ଅବିନାଶଙ୍କୁ ସହିଦନଗର ଅଞ୍ଚଳରୁ ଗିରଫ କରି ପଚରାଉଚରା କରିଥିଲା। ପଚରାଉଚରା କରିବା ପରେ ଅବିନାଶଙ୍କ ମୋବାଇଲରୁ ଅନେକ ଆପତ୍ତିଜନକ ଫଟୋ ଭିଡିଓ ପୋଲିସ ହାତରେ ପଡ଼ିଛି। ଏନେଇ ସହିଦ ନଗର ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଯୁବକଙ୍କୁ କୋର୍ଟ ଚାଲାଣ କରିଛି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ପୁଣି ଫେରିଲା କାଷ୍ଟିଂ କାଉଚ୍। ଃହିରୋଇନ କରିବାକୁ କହି ଅଶ୍ଳୀଳ ଫଟୋ ଉତ୍ତୋଳନ।

କିଛି ଦିନ ପରେ ଫିଲ୍ମ୍ ଜଗତରେ ସାମନାକୁ ଆସିଛି କଷ୍ଟିଂ କାଉଚ୍ଚ। ଜଣେ ଯୁବତୀଙ୍କୁ ହିରୋଇନ୍ କାଟିଦେବାକୁ କହି ଆସାଦାଚରଣ କରିବା ସହ ଅସିଲ୍ ଫଟୋ ଓ ଭିଡିଓ କରିଛନ୍ତି ଜଣେ ଯୁବକ। ଯୁବକ ଜଣଙ୍କ ନିଜକୁ ପ୍ରଯୋଜକ କହୁଥିବା ବେଳେ ଏଭଳି ମଡେଲ ମାନଙ୍କୁ ନେଇ ବିଭିନ୍ନ ପ୍ରକାରର ଅଶିଲ୍ ଫଟୋ ପଠେଇ ଛନ୍ତି। ଉକ୍ତ ଯୁବକକୁ ସହିଦ ନଗର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।Body:
ସୂଚନା ମୁତାବକ, କଟକ ର ଜଣେ ମଡେଲ ସହ ଉକ୍ତ ଯୁବକ ଅଭିନାସ ରାଉତ ସାକ୍ଷାତ ହୋଇଥିଲା। ଉକ୍ତ ମଡେଲ କୁ ଫିଲ୍ମ୍ ଜଗତରେ ହିରୋଇନ୍ କରିଦେବା କୁ ପ୍ରତିଶ୍ରୁତି ଦେଇଥିଲେ। ତାପରେ ଉକ୍ତ ମଡେଲ କୁ ନେଇ ବିଭିନ୍ନ ପ୍ରକାରର ଅଶ୍ଳୀଳ ଭାବରେ ଫଟୋ ଉଠେଇବାକୁ ବାଧ୍ୟ କରିଥିଲେ। ବିନା ବସ୍ତ୍ରରେ ରାୟାମ୍ପା ରେ ଚାଲିବାକୁ କହିଥିଲେ। ରାତାରାତି ଷ୍ଟାର ବନିଯିବ ବୋଲି ବାଧ୍ୟା କରିଥିଲେ। ଏପରି ଭାବରେ ବାରମ୍ବାର କରିବା ପରେ ଉକ୍ତ ମଡେଲ ଜଣଙ୍କ ସହିଦ ନଗର ଥାନାରେ ଅଭିଯୋଗ ଆଣିଥିଲେ।
ଏହା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଅଭିନାଶ ଙ୍କୁ ସହିଦନଗର ଅଞ୍ଚଳରୁ ଗିରଫ କରି ପଚରାଉଚରା କରିଥିଲା। ପଚରାଉଚରା କରିବା ପରେ ଅଭିନଶ ଙ୍କ ମୋବାଇଲ ରୁ ଅନେକ ଆପତ୍ତିଜନକ ଫଟୋ ଭିଡିଓ ପୋଲିସ ହାତରେ ପଡ଼ିଥିଲା।
ଏନେଇ ଏକ ସହିଦ ନଗର ପୋଲିସ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.