ETV Bharat / city

ରାଜଭବନରେ ପ୍ରଦର୍ଶିତ ହେଲା ଚଳଚ୍ଚିତ୍ର ‘ପରିଚୟ’ - ଚଳଚ୍ଚିତ୍ର ‘ପରିଚୟ’

ରାଭବନରେ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ପରିଚୟ’ର ସ୍ଵତନ୍ତ୍ର ପ୍ରଦର୍ଶନ ହୋଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉପସ୍ଥିତ ରହି ଚଳଚ୍ଚିତ୍ରର ଏପରି ସୃଜନ ପ୍ରୟାସକୁ ପ୍ରଶଂସା କରିଛନ୍ତି । ଅଧିକ ପଢନ୍ତୁ

ରାଜଭବନରେ ପ୍ରଦର୍ଶିତ ହେଲା ଚଳଚ୍ଚିତ୍ର ‘ପରିଚୟ’

author img

By

Published : May 8, 2022, 9:56 PM IST

ଭୁବନେଶ୍ବର : ରାଜଭବନରେ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ପରିଚୟ’ର ସ୍ଵତନ୍ତ୍ର ପ୍ରଦର୍ଶନ ହୋଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉପସ୍ଥିତ ରହି ଚଳଚ୍ଚିତ୍ରର ଏପରି ସୃଜନ ପ୍ରୟାସକୁ ପ୍ରଶଂସା କରିଛନ୍ତି । ସେ ଚଳଚ୍ଚିତ୍ରର ବିଷୟକୁ ଭାବ-ଉଦ୍ରେକକାରୀ ଓ ଏହାର ବାର୍ତ୍ତା ପ୍ରଭାବଶାଳୀ ବୋଲି ଉଲ୍ଲେଖ କରିଛନ୍ତି ।

ରାଜଭବନରେ ପ୍ରଦର୍ଶିତ ହେଲା ଚଳଚ୍ଚିତ୍ର ‘ପରିଚୟ’

କାର୍ଯ୍ୟକ୍ରମରେ ‘ପରିଚୟ’ର ପ୍ରଯୋଜକ ଓ ନିର୍ଦ୍ଦେଶକ ସାତ୍ୟକି ମିଶ୍ର ଉପସ୍ଥିତ ରହିଥିଲେ । ଗୋଟିଏ ଜାରଜର ଆତ୍ମପରିଚୟ ଅନ୍ଵେଷଣ ଏବଂ ସମାଜର ଅବହେଳା ଓ ଉଦାସୀନତା ଚଳଚ୍ଚିତ୍ରର ଭାବବସ୍ତୁ ବୋଲି ପ୍ରକାଶ କରିଛନ୍ତି । ଚଳଚ୍ଚିତ୍ରର ସହ - ପ୍ରଯୋଜିକା ସୁଚିସ୍ମିତା ମିଶ୍ର ଚଳଚ୍ଚିତ୍ର ନିର୍ମାଣର ପ୍ରେରଣା ଓ ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇଛନ୍ତି ।

ରାଜ୍ୟପାଳ ପ୍ରଫେସର ଲାଲ ନିର୍ଦ୍ଦେଶକ ସାତ୍ୟକି ମିଶ୍ରଙ୍କ ସମେତ ଚଳଚ୍ଚିତ୍ର ସମ୍ପୃକ୍ତ କଳାକାର ଓ ବୈଷୟିକ ସହଯୋଗୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଏଥିରେ କଳାକାରଙ୍କ ସହ ରାଜଭବନର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.