ETV Bharat / city

ରାଗିଂ ଫ୍ରି ହେବ କଲେଜ କ୍ୟାମ୍ପସ, ମାନବାଧିକାରଙ୍କ ନିକଟରେ ପିଟିସନ ଦାଖଲ - ରାଗିଙ୍ଗ ମୁକ୍ତ କ୍ୟାମ୍ପସ ଅଭିଯାନ ଆବାହକ ତେଜେଶ୍ବର ପରିଡା

ରାଗିଂ ମୁକ୍ତ କ୍ୟାମ୍ପସ ଅଭିଯାନ ପକ୍ଷରୁ ଓଡିଶା ମାନବାଧିକାର ଆୟୋଗ ନିକଟରେ ପିଟିସନ ଦାଖଲ କରାଯାଇଥିବା କହିଛନ୍ତି ଏହାର ଆବାହକ ତେଜେଶ୍ବର ପରିଡା।

ରାଗିଙ୍ଗ ଘଟଣାରେ ମାନବାଧିକାରଙ୍କ ନିକଟରେ ପିଟିସନ ଦାଖଲ
author img

By

Published : Sep 18, 2019, 5:44 PM IST

Updated : Sep 18, 2019, 8:28 PM IST

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନମାନଙ୍କରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ରାଗିଂ । ଗତ ମାସ 22 ତାରିଖରେ ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟରେ ଘଟଣା ସାରା ଦେଶରେ ଆଲୋଡନ ସୃଷ୍ଟି କରିଥିଲା। ଆଉ ଏହାର କିଛି ଦିନ ଅନ୍ତରରେ ପୁଣି ଏହିଭଳି ଘଟଣା ସମ୍ବଲପୁରର ବୈଦିକ କନିଷ୍ଠ ମହାବିଦ୍ୟାଳୟ ଓ ରେଭେନ୍ସା ବିଶ୍ବବିଦ୍ୟାଳୟରେ ହୋଇଥିବା ନଜରକୁ ଆସିଛି।

ରାଗିଙ୍ଗ ଘଟଣାରେ ମାନବାଧିକାରଙ୍କ ନିକଟରେ ପିଟିସନ ଦାଖଲ

ଏହାକୁ ନେଇ ରାଗିଂ ମୁକ୍ତ କ୍ୟାମ୍ପସ ଅଭିଯାନ ପକ୍ଷରୁ ଓଡିଶା ମାନବାଧିକାର ଆୟୋଗ ନିକଟରେ ପିଟିସନ ଦାଖଲ କରାଯାଇଥିବା କହିଛନ୍ତି ଏହାର ଆବାହକ ତେଜେଶ୍ବର ପରିଡା। ଏ ବିଷୟରେ ରାଜ୍ୟସରକାର କ'ଣ ପଦକ୍ଷେପ ନେଉଛନ୍ତି ଓ ଏହାକୁ ରୋକିବାକୁ କଣ କଣ ବ୍ୟବସ୍ଥା ଗ୍ରହଣ କରାଯାଇଛି ସେନେଇ ଆୟୋଗ ମାଧ୍ୟମରେ ସରକାରଙ୍କୁ ସ୍ପଷ୍ଟୀକରଣ ଦେବାକୁ କୁହାଯାଇଛି ବୋଲି ସେ କହିଛନ୍ତି।

ଆୟୋଗର ଅଧକ୍ଷ ଓ ସଦସ୍ୟ ତାଙ୍କ ପିଟିସନ ଗ୍ରହଣ କରିବା ସହିତ ସରକାରଙ୍କ ସହିତ ଆଲୋଚନା କରି ଆସନ୍ତା ମାସ 11 ତାରିଖରେ ଏ ବିଷୟରେ ଅବଗତ କରାଇବେ ବୋଲି ତେଜେଶ୍ବର ସୂଚନା ଦେଇଛନ୍ତି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କରେ ଦିନକୁ ଦିନ ରାଗିଙ୍ଗ ବୃଦ୍ଧି ପାଇବାରେ ଲାଗିଛି।ଗତ ମାସ 22 ତାରିଖରେ ସମ୍ବଲପୁର ର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ରେ ଘଟଣା ସାରା ଦେଶରେ ଆଲୋଡନ ସୃଷ୍ଟି କରିଥିଲା।ଏହାର କିଛି ଦିନ ଅନ୍ତରରେ ପୁଣି ଏହିଭଳି ଘଟଣା ସମ୍ବଲପୁରର ବୈଦିକ କନିଷ୍ଠ ମହାବିଦ୍ୟାଳୟ ଓ ରେଭେନ୍ସା ବିଶ୍ୱବିଦ୍ୟାଳୟ ରେ ହୋଇଥିବା ନଜରକୁ ଆସିଛି।

Body:ଯାହାକୁ ନେଇ ରାଗିଙ୍ଗ ମୁକ୍ତ କ୍ୟାମ୍ପସ ଅଭିଯାନ ପକ୍ଷରୁ ଓଡିଶା ମାନବାଧିକାର ଆୟୋଗ ନିକଟରେ ପିଟିସନ ଦାଖଲ କରାଯାଇଥିବା କହିଛନ୍ତି ଏହାର ଆବାହକ ତେଜେଶ୍ୱର ପରିଡା।ଏ ବିଷୟରେ ରାଜ୍ୟସରକାର କଣ ପଦକ୍ଷେପ ନେଉଛନ୍ତି ଏହାକୁ ରୋକିବାକୁ କଣ କଣ ବ୍ୟବସ୍ଥା ଗ୍ରହଣ କରାଯାଇଛି ସେନେଇ ଆୟୋଗ ମାଧ୍ୟମରେ ସରକାର ସ୍ପଷ୍ଟୀକରଣ ଦେବାକୁ କୁହାଯାଇଛି ବୋଲି ସେ କହିଛନ୍ତି।ଆୟୋଗର ଅଧକ୍ଷ ଓ ସଦସ୍ୟ ତାଙ୍କ ପିଟିସନ ଗ୍ରହଣ କରିବା ସହିତ ସରକାରଙ୍କ ସହିତ ଆଲୋଚନା କରି ଆସନ୍ତା 11 ତାରିଖ ରେ ଏ ବିଷୟରେ ଅବଗତ କରାଇବେ ବୋଲି ଶ୍ରୀ ପରିଡା ସୂଚନା ଦେଇଛନ୍ତି।ଶ୍ରୀ ପରିଡାଙ୍କ ନେତୃତ୍ୱରେ ଅନ୍ୟ ସଦସ୍ୟମାନେ ମଧ୍ୟ ସଦସ୍ୟଙ୍କ ସହିତ ଆଲୋଚନା କରିବା ସହ ପିଟିସନ ଦାଖଲ ସମୟରେ ଉପସ୍ଥିତ ଥିଲେ।
ବାଇଟ-ତେଜେଶ୍ୱର ପରିଡା-ଆବାହକ-ରାଗିଙ୍ଗ ମୁକ୍ତ କ୍ୟାମ୍ପସ ଅଭିଯାନ
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଈଟିଭି ଭାରତ

Conclusion:
Last Updated : Sep 18, 2019, 8:28 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.