ETV Bharat / city

ଓଡ଼ିଆ ଭାଷାକୁ ଅସମ୍ମାନ; କାର୍ଯ୍ୟାନୁଷ୍ଠାନ ଲାଗି ଥାନାରେ ଏତଲା

author img

By

Published : Aug 21, 2019, 6:56 AM IST

ବର୍ଣ୍ଣବୋଧ ବହି ପୋଡିବା ଘଟଣା ପରେ ସୋସିଆଲ ମିଡିଆରେ ଓଡ଼ିଆ ଭାଷାକୁ ଅପମାନିତ କରାଯାଉଥିବାର ଭିଡିଓ ଦେଖିବାକୁ ମିଳୁଛି । ଯାହାକୁ ବିରୋଧ କରି ରାଜଧାନୀର କ୍ୟାପିଟାଲ ଥାନାରେ ସାମ୍ବାଦିକ ଓ ଲେଖକଙ୍କ ଏତଲା ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ଓଡ଼ିଆ ଶବ୍ଦକୁ ତାତ୍ସଲ୍ୟ କରି ଏଥିପ୍ରତି ଘୃଣାଭାବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଥାନାରେ ଅଭିଯୋଗ । ଓଡ଼ିଆ ଭାଷା ପ୍ରତି ଏଭଳି ବ୍ୟବହାର କରୁଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଭୁବନେଶ୍ବର କ୍ୟାପିଟାଲ ଥାନାରେ ଏତଲା ଦେଇଛନ୍ତି ଲେଖକ ଓ ସାମ୍ବାଦିକ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଓଡ଼ିଆ ସାହିତ୍ୟ ପାଇଁ ପଦ୍ମଶ୍ରୀ ସମ୍ମାନ ପାଇଥିବା କବି ହଳଧର ନାଗ ସର୍ବସାଧାରଣ ସଭାରେ ଓଡ଼ିଆ ଭାଷା ଓ ପ୍ରଚଳିତ ବହୁ ସମ୍ମାନ ସୂଚକ ଶବ୍ଦକୁ ତାତ୍ସଲ୍ୟ କରି ନକାରାତ୍ମକ ମନ୍ତବ୍ୟ ଦେଇଥିବାର ଦେଖିବାକୁ ମିଳିଥିଲା । ଯାହାକୁ କୋଟି କୋଟି ଓଡି଼ଆଙ୍କ ଭାବାବେଗକୁ ଆଘାତ କରିଥିବା ଅନ୍ୟତମ କବି ତଥା ସାମ୍ବାଦିକ ଶୁଭ୍ରାଂଶୁ ପଣ୍ଡା କହିଛନ୍ତି ।

ସୂଚନାଯୋଗ୍ୟ, ଚଳିତ ଅଗଷ୍ଟ 15ରେ ପଶ୍ଚିମ ଓଡ଼ିଶାରେ ବର୍ଣ୍ଣବୋଧକୁ କିଛି ଦୁର୍ବୃତ୍ତ ପୋଡିଥିଲେ । ଯାହାର ପ୍ରତିବାଦ କରିବା ପରେ ଅଭିଯୁକ୍ତକୁ ଗିରଫ କରାଯାଇଥିଲା । ହେଲେ ଏହା ପରେ ମଧ୍ୟ କିଛି ମତିଭ୍ରମ ବ୍ୟକ୍ତି ସୋସିଆଲ ମିଡିଆରେ ଆଉ ଏକ ଭିଡିଓ ଜାରି କରିଛନ୍ତି । ଯେଉଁଥିରେ ବର୍ଣ୍ଣବୋଧ ବିରୁଦ୍ଧରେ ନକାରାତ୍ମକ ମନ୍ତବ୍ୟ ଦେବା ସହ ଏହାକୁ ତଳେ ପକାଇ ଅସମ୍ମାନ ପ୍ରଦର୍ଶନ କରୁଥିବାର ଦୃଶ୍ୟ ଜନୈକ ସିପୁନ ଖମାରି ନାମକ ଫେସବୁକ ବ୍ୟବହାରକାରୀ ଅଗଷ୍ଟ 17ରେ ଲାଇଭ ପୋଷ୍ଟ କରିଥିଲେ । ଏଥିସହ ସେ ହିଂସା ସୃଷ୍ଟି ଲାଗି ସେହି ପୋଷ୍ଟରେ ଅନ୍ୟମାନଙ୍କୁ ଉସକାଉ ଥିବାର ମଧ୍ୟ ଦେଖିବାକୁ ମିଳିଛି ।

ତେଣୁ କ୍ୟାପିଟାଲ ଥାନାର ଭାରପ୍ରାପ୍ତ ଅଧିକାରୀଙ୍କ ମାଧ୍ୟମରେ ସରକାରଙ୍କ ନିକଟରେ ଏଭଳି ଭାଷା ବିଦ୍ବେଶକାରୀଙ୍କ ବିରୁଦ୍ଧରେ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ଯେଉଁଥିରେ ବିରୋଧ କରିବା ସହ ଭବିଷ୍ୟତରେ ଏପରି ଘଟଣାର ପୁନରାବୃତ୍ତି ନହେବାକୁ କୁହାଯାଇଛି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ଭାଷାBody:ବର୍ଣବୋଧConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.