ଭୁବନେଶ୍ବର: ଆସନ୍ତାକାଲି(ଶନିବାର)ଠାରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି FIH ହକି ପ୍ରୋ ଲିଗ୍ । ପ୍ରଥମ ମ୍ୟାଚ୍ରେ ଭାରତ ଓ ସ୍ପେନ୍ ମଧ୍ୟରେ ଲଢ଼଼େଇ ହେବ । ଏହି ମ୍ୟାଚ ପାଇଁ କଳିଙ୍ଗ ଷ୍ଟାଡିୟମରେ ଆଜି ଜୋରଦାର ଅଭ୍ୟାସ କରିଛନ୍ତି ଭାରତୀୟ ଦଳ ।
ଭାରତୀୟ ଦଳରେ ଦୁଇ ଓଡ଼ିଆ ଖେଳାଳି ଦୀପସାନ ତିର୍କି ଏବଂ ଶିଲାନନ୍ଦ ଲାକ୍ରା ସାମିଲ ଅଛନ୍ତି । ଘରୋଇ ମାଟିରେ ଭଲ ପ୍ରଦର୍ଶନ କରିବା ନେଇ ଦୁହେଁ ବେଶ ଆଶାବାଦୀ ଅଛନ୍ତି । ତେବେ କୋଭିଡ ସଂକ୍ରମଣ କାରଣରୁ ଷ୍ଟାଡିୟମ ଭିତରେ ଦର୍ଶକଙ୍କ ମ୍ୟାଚ୍ ଦେଖିବା ଉପରେ କଟକଣା ଜାରି କରାଯାଇଛି । ଖାଲି ଏହି ଟୁର୍ଣ୍ଣାମେଣ୍ଟ ନୁହେଁ ଆଗକୁ ଆସୁଥିବା ଅନ୍ୟ ମେଗା ଇଭେଣ୍ଟ ପାଇଁ ମଧ୍ୟ ଦଳ ପ୍ରସ୍ତୁତି କରୁଥିବା କଥା କହିଛନ୍ତି ଉଭୟ ଓଡ଼ିଆ ଖେଳାଳି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ