ETV Bharat / city

ଦୁଇ ବ୍ୟବସାୟୀ ସଂଘ ମୁହାଁମୁହିଁ: ଆଇଡି ମାର୍କେଟରେ ଭଙ୍ଗାରୁଜା - ବ୍ୟବସାୟୀ

ରାଜଧାନୀର ଆଇଡି ମାର୍କେଟରେ ଅପ୍ରୀତିକର ପରିସ୍ଥିତି ଦେଖାଦେଇଥିଲା । ଦୀର୍ଘ ଦିନ ଧରି ମାର୍କେଟରେ 2ଟି ସଂଘ ରହିଥିବା ବେଳେ ଇଲେକ୍ଟ୍ରି ବାବଦକୁ କ୍ଷୁଦ୍ର ବ୍ୟବସାୟୀଙ୍କ ଠାରୁ ଦୈନିକ 10 ଓ 15 ଟଙ୍କା ଲେଖାଁଏ ଟଙ୍କା ନେଉଥିଲେ । ତେବେ ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଦେଖାଦେଇଥିଲା ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର
author img

By

Published : Aug 22, 2019, 10:58 AM IST

ଭୁବନେଶ୍ବର: ନୟାପଲ୍ଲୀ ଥାନା ସ୍ଥିତ ଆଇଡି ମାର୍କେଟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । କିଛି ଅସମାଜିକ ବ୍ୟକ୍ତି କ୍ଷୁଦ୍ର ପରିବା ବ୍ୟବସାୟୀଙ୍କ ପନିପରିବା ଫୋପଡା ଫିଙ୍ଗା କରିଥିଲେ । ଏହା ପରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂର୍ଘଷ ଦେଖିବାକୁ ମିଳିଥିଲା।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଫଳରେ ବ୍ୟବସାୟୀମାନେ ଦିନ ତମାମ ଦୋକାନ ଗୁଡିକୁ ବନ୍ଦ ରଖିଥିଲେ । ଆଉ ଏହା ବିରୋଧରେ 800ରୁ 1000 କ୍ଷୁଦ୍ର ବ୍ୟବସାୟୀ ନିକଟସ୍ଥ ନୟାପଲ୍ଲୀ ଥାନାରେ ଏତଲା ଦେଇଛନ୍ତି । ଦୀର୍ଘ ଦିନ ଧରି ମାର୍କେଟରେ 2ଟି ସଂଘ ରହିଥିବା ବେଳେ ଇଲେକ୍ଟ୍ରି ବାବଦକୁ କ୍ଷୁଦ୍ର ବ୍ୟବସାୟୀଙ୍କ ଠାରୁ ଦୈନିକ 10 ଓ 15 ଟଙ୍କା ଲେଖାଁଏ ଟଙ୍କା ନେଉଥିଲେ ।

କିନ୍ତୁ ନିଷ୍ପତ୍ତି କ୍ରମେ ବ୍ୟବସାୟୀମାନେ ଅଲଗା ଇଲେକ୍ଟ୍ରି ଆଣିବାକୁ ଯୋଜନା କରୁଥିଲେ । ଯାହା ଅନ୍ୟ ଗୋଷ୍ଠୀ ଏହା ଜାଣିପାରି ବିରୋଧ କରୁଥିଲେ। ଯାହାର ସୁଯୋଗ ନେଇ କିଛି ଗୋଷ୍ଠୀ ଆସି ଆଇଡି ମାର୍କେଟରେ ଜିନିଷ ଫୋପଡା ଫିଙ୍ଗା କରିବା ସହ ଗୁଣ୍ଡାଗର୍ଦ୍ଦି କରିଥିଲେ । ତେବେ ଖବରପାଇ ଘଟଣାସ୍ଥଳରେ ପୋଲିସ ମୁତୟନ କରାଯାଇଥିଲା ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Intro:Body:

ରାଜଧାନୀର ଆଇଡି ମାର୍କେଟରେ ଅପ୍ରିତିକର ପରିସ୍ଥିତି ଦେଖାଦେଇଥିଲା । ଦୀର୍ଘ ଦିନ ଧରି ମାର୍କେଟରେ 2ଟି ସଂଘ ରହିଥିବା ବେଳେ ଇଲେକ୍ଟ୍ରି ବାବଦକୁ କ୍ଷୁଦ୍ର ବ୍ୟବସାୟୀଙ୍କ ଠାରୁ ଦୈନିକ 10 ଓ 15 ଟଙ୍କା ଲେଖାଁଏ ଟଙ୍କା ନେଉଥିଲେ । ତେବେ ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଦେଖାଦେଇଥିଲା ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.