ETV Bharat / city

ରାଜ୍ଯରେ ଫେରୋକ୍ରୋମ ସ୍ମଗଲର, ଏସଟିଏଫର ଖୁଲାସା ୨୧୪ ଟନ ଜବତ

ରାଜ୍ୟରେ ଫେରୋକ୍ରୋମ ସ୍ମଗଲର । କଟକ ଟାଙ୍ଗି ଅଞ୍ଚଳରେ ଏସଟିଏଫ ସ୍ବତନ୍ତ୍ର ଅପରେସନ କରି ୨୧୪ ଟନର ଫେରୋକ୍ରମ ଜବତ କରିଛି । ଯାହାର ମୂଲ୍ୟ ୨ କୋଟି ଟଙ୍କା ହେବ । ଅଧିକ ପଢନ୍ତୁ...

author img

By

Published : Apr 17, 2021, 7:40 AM IST

Ferochrome smugling gang arrested and 214 ton seized by stf
ରାଜ୍ଯରେ ଫେରୋକ୍ରୋମ ସ୍ମଗଲର, ଏସଟିଏଫର ଖୁଲାସା ୨୧୪ ଟନ ଜବତ

ଭୁବନେଶ୍ବର: ରାଜ୍ୟରେ ମାତିଛନ୍ତି ଖଣିଜ ପଦାର୍ଥ ତସ୍କର । ଚୋରି କରୁଛନ୍ତି ଦାମି ଖଣିଜ ପଦାର୍ଥ । ଯାହାର ଖୁଲାସା କରିଛି ଏସଟିଏଫ ଟିମ । ଷ୍ଟେନଲେସ ଷ୍ଟିଲ ପାଇଁ ବ୍ୟବହାର ହେଉଥିବା ଫରୋକ୍ରୋମର ତସ୍କରୀ କରୁଛନ୍ତି ଅପରାଧି । କଟକ ଟାଙ୍ଗି ଅଞ୍ଚଳରେ ଏସଟିଏଫ ସ୍ବତନ୍ତ୍ର ଅପରେସନ କରି ୨୧୪ ଟନର ଫେରୋକ୍ରମ ଜବତ କରିଛି । ଯାହାର ମୂଲ୍ୟ ୨ କୋଟି ଟଙ୍କା ହେବ ।

ରାଜ୍ୟର ଥିବା ବିଭିନ୍ନ ପ୍ରୋସେସିଂ ୟୁନିଟକୁ ଆସୁଥିବା ଖଣିଜ ପଦାର୍ଥରୁ ଅଲଗା କରି ଦାମି ଖଣିଜ ପଦାର୍ଥ ରପ୍ତାନି ବେଳେ ଲୁଟ କରୁଛନ୍ତି ତସ୍କରୀ । କେତେବେଳେ ବିଭିନ୍ନ ପୋର୍ଟରୁ କଣ୍ଟେନର ସହ ତ କେତେବେଳେ ଟ୍ରକର ଡ୍ରାଇଭର ଓ ଅନ୍ୟ ମାନେ ମିଶି ଚୋରାଚାଲାଣ କରୁଛନ୍ତି ବସ୍ତା ବସ୍ତା ଫେରକ୍ରୋମ । କଟକ ଟାଙ୍ଗି ଅଞ୍ଚଳରେ ଦୁଇ ଦିନରେ ଏସଟିଏଫ ସ୍ବତନ୍ତ୍ର ଅପରେସନ କରି ୨୧୪ ଟନର ଫେରୋକ୍ରମ ଜବତ କରିଛି ଏସଟିଏଫ ଟିମ । ଯାହାର ମୂଲ୍ୟ ୨କୋଟି ଟଙ୍କା । ଖଣିଜ ପଦାର୍ଥ ଚୋରି ମାମଲାରେ ଅଜିତ ଗୁପ୍ତା,ସନ୍ତୋଷ ବର୍ମା ,ବାବୁଲି ଗୁପ୍ତା,କୁନ୍ଦନ ପାଶ୍ବବାନ,ନନ୍ଦକିଶୋର ସିଂ,ରାଧେଶ୍ୟାମ ସିଂକୁ ଗିରଫ କରିଛି ଏସଟିଏଫ ଟିମ।

ତେବେ ଏମାନେ ପଶ୍ଚିମବଙ୍ଗ, ଆନ୍ଧ୍ର ପ୍ରଦେଶ, ଝାରଖଣ୍ଡ ଆଦିକୁ ରପ୍ତାନି ହେଉଥିବା ଟ୍ରକକୁ ଅଟକାଇ ଏପରି ତସ୍କରୀ କରିଥାନ୍ତି ଏପରିକି ଏହି ଜିନିଷର ଏତେ ଡିମାଣ୍ଡ ଯାହାକୁ ସାଉଥ କୋରିଆ ଓ ଜାପାନ ଭଳି ଦେଶକୁ ସପ୍ଲାୟ ବେଳେ କଣ୍ଟୋନର ବକ୍ସରୁ ଲୁଟପାଟ କରନ୍ତି। ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ କିଭଳି ରାଜ୍ୟରେ ହାଇପ୍ରୋଫାଇଲ ଖଣିଜଦ୍ରବ୍ୟକୁ ତସ୍କରି କରୁଛନ୍ତି ତାହା ସାମ୍ନାକୁ ଆସିଛି।

ଭୁବନେଶ୍ବରରୁ ତାପସ ପରିଡା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.