ETV Bharat / city

ମୌସୁମୀ ଦୁର୍ବଳ, ମୁଣ୍ଡଫଟା ଖରାରେ ଜନଜୀବନ ଅସ୍ତବ୍ୟସ୍ତ - monsoon weak

ଗୋଟିଏପଟେ ମୌସୁମୀ ଦୁର୍ବଳ କାରଣରୁ ବର୍ଷା କମ ହେଉଛି । ଅନ୍ୟପଟେ ଖରା ସାଧାରଣରେ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ଦିନରେ ତାପମାତ୍ରା ମଧ୍ୟ ବୃଦ୍ଧି ପାଉଛି।

monsoon weakening
ମୌସୁମୀ ଦୁର୍ବଳ ସ୍ବତ୍ତ୍ବେ ତାତି
author img

By

Published : Sep 8, 2020, 10:02 PM IST

Updated : Sep 8, 2020, 10:30 PM IST

ଭୁବନେଶ୍ବର: ଆଶ୍ବିନ ମାସରେ ବି ମୁଣ୍ଡଫଟା ଖରା। ବର୍ଷାଦିନରେ ଏଭଳି ତାତି ପୂର୍ବରୁ ସବୁ ରେକର୍ଡ ଭାଙ୍ଗି ସାରିଥିବ। ଗୋଟିଏପଟେ ମୌସୁମୀ ଦୁର୍ବଳ କାରଣରୁ ବର୍ଷା କମ ହେଉଛି, ଅନ୍ୟପଟେ ମୁଣ୍ଡଫଟା ଖରା ସାଧାରଣରେ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ଦିନ ତାପମାତ୍ରା ମଧ୍ୟ ବୃଦ୍ଧି ପାଉଛି।

monsoon weakening
ମୌସୁମୀ ଦୁର୍ବଳ ସ୍ବତ୍ତ୍ବେ ତାତି

ମୌସୁମୀ ଟ୍ରଫ ଲାଇନ ରାଜସ୍ଥାନରୁ ନାଗାଲାଣ୍ଡ ପର୍ଯ୍ୟନ୍ତ ରହିଛି। ଦକ୍ଷିଣ ଦିଗରେ ଗତି କରୁଛି ଏହାର ପ୍ରଭାବରେ ମୌସୁମୀ ଦୁର୍ବଳ ରହିଛି ଏବଂ ବର୍ଷା କମିଛି। ମାତ୍ର ଆକାଶରେ ବାଦଲ କମ ଥିବାରୁ ତାପମାତ୍ରା ୨ ରୁ ୩ ଡିଗ୍ରୀ ବୃଦ୍ଧି ପାଇବ। ଆସନ୍ତା ୨ ୩ ଦିନ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ।

ଆସନ୍ତା ୨୪ ଘଣ୍ଟା ଅର୍ଥାତ ସେପ୍ଟେମ୍ବର ୯ ବୁଧବାର ମଧ୍ୟରେ ୧୬ ଟି ଜିଲ୍ଲାରେ ବଜ୍ରପାତ ସହ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ବାଲେଶ୍ବର, ଭଦ୍ରକ, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, କେନ୍ଦୁଝର, ମୟୁରଭଞ୍ଜ, ଢେଙ୍କାନାଳ, କନ୍ଧମାଳ, ନବରଙ୍ଗପୁର, କଳାହାଣ୍ଡି, କୋରାପୁଟ, ମାଲକାନଗିରି, ରାୟଗଡା ଏବଂ ଖୋର୍ଦ୍ଧା ଜିଲ୍ଲାରେ ବଜ୍ରପାତ ସହ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଏହି ଜିଲ୍ଲା ଗୁଡିକୁ ମଧ୍ୟ ୟେଲୋ ୱାର୍ନିଙ୍ଗ ଜାରି କରାଯାଇଛି। ସେହିପରି ସେପ୍ଟେମ୍ବର ୧୦ ତାରିଖ ଗୁରୁବାର ମଧ୍ୟରେ ବାଲେଶ୍ବର, ଭଦ୍ରକ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ସୁନ୍ଦରଗଡ, ଝାରସୁଗୁଡା, ଦେବଗଡ଼, କେନ୍ଦୁଝର, ମୟୁରଭଞ୍ଜ, ଅନୁଗୁଳ,ଢେଙ୍କାନାଳ, କନ୍ଧମାଳ, ରାୟଗଡା,ନୟାଗଡ଼,ପୁରୀ,କୋରାପୁଟ ଏବଂ କଳାହାଣ୍ଡି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି।

ମୌସୁମୀ ଦୁର୍ବଳ ସ୍ବତ୍ତ୍ବେ ତାତି

ତେବେ ଗତ ୨୪ ଘଣ୍ଟା ଭିତରେ ଦକ୍ଷିଣ ଆଭ୍ୟନ୍ତରୀଣ ଓ ଅନ୍ୟାନ୍ୟ ସ୍ଥାନରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି। ଜୁନ ପହିଲାରୁ ସେପ୍ଟେମ୍ବର ୮ ତାରିଖ ପର୍ଯ୍ୟନ୍ତ ୧୦୨୪ ମିମି ଯାହା ସ୍ବଭାବିକ ବର୍ଷା ଠାରୁ ୨ ପ୍ରତିଶତ କମ।

ଏହାସହ ଦେବଗଡ଼, ମାଲକାନଗିରି ଓ ଝାରସୁଗୁଡା ଜିଲ୍ଲାରେ ସ୍ବାଭାବିକ ଠାରୁ ୨୦ ପ୍ରତିଶତ ଅଧିକ ବର୍ଷା ରେକର୍ଡ କରାଯାଇଛି। ଗତ ୨୪ ଜିଲ୍ଲାରେ ସ୍ବଭାବିକ ବର୍ଷା ରେକର୍ଡ ହୋଇଥିବାବେଳେ ୩ ଟି ଜିଲ୍ଲାରେ କମ ବର୍ଷା ହୋଇଛି। ଖୋର୍ଦ୍ଧା, ଗଜପତି ଏବଂ ପୁରୀ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Sep 8, 2020, 10:30 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.