ଭୁବନେଶ୍ବର: ଆତଙ୍କ ରଚିଛି କୋରୋନା । ଓଡ଼ିଶାରେ କୋରୋନା ସନ୍ଦିଗ୍ଧ ଚିହ୍ନଟ ହେବା ପରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି। ରାଜଧାନୀ ବଜାରରେ ମାସ୍କ ଉଭାନ ହେବାରେ ଲାଗିଛି। ସେପଟେ ସ୍ବାସ୍ଥ୍ୟ ବିଭାଗକୁ ମାସ୍କ ଯୋଗାଇବା ପାଇଁ ଅନୁରୋଧ କରିଛନ୍ତି ଜନସାଧାରଣ । ଓଡ଼ିଶାରେ କୋରୋନାର ଭୟ ଲୋକମାନଙ୍କୁ ଘାରିଛି । ଅଧିକାଂଶ ଲୋକ ମାସ୍କ କିଣୁଥିବାରୁ ମେଡ଼ିସିନ ଦୋକାନରେ ଏହା ଅଭାବ ଦେଖାଗଲାଣି । ଚଢା ଦରରେ ବଜାରରେ ମାସ୍କ ବିକ୍ରି ହେଉଥିବା ଜଣାପଡିଛି।
10 ଟଙ୍କାରୁ ଆରମ୍ଭ କରି 30 ଟଙ୍କାରେ ମାସ୍କ ମିଳୁଥିବା ବେଳେ ବର୍ତ୍ତମାନ ସମୟରେ ଏହା ତିନିଗୁଣା ବଢିଯାଇଛି। ଯାହା 70 ଟଙ୍କାରୁ ଆରମ୍ଭ କରି 100 ଟଙ୍କାରେ ବିକ୍ରି ହେଉଛି । ଯାହା ବର୍ତ୍ତମାନ ସମୟରେ ସାଧାରଣରେ ଏକ ପ୍ରକାରର ଭୟ ଦେଖାଯାଇଛି। ଏଭଳି ସ୍ଥିତିରେ ମଧ୍ୟ ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ ଧଳ କହିଛନ୍ତି ଜଣେ ମାସ୍କ ବ୍ୟବହାରକୁ ନେଇ କୌଣସି ଆବଶ୍ୟକତା ନାହିଁ। ଜଣେ ସୁସ୍ଥ ମଣିଷର କୌଣସି ଆବଶ୍ୟକତା ନାହିଁ। ଏହା ଛଡା ସାବୁନରେ ଭଲ ଭାବରେ ହାତ ଧୋଇବାକୁ ପଡିବ ।
ଏପଟେ କିନ୍ତୁ କ୍ୟାପିଟାଲ ହସ୍ପିଟାଲରେ ମାସ୍କ ନଥିବାବେଳେ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି। ରାଜଧାନୀର ଏକ ବଡ଼ ହସ୍ପିଟାଲ ହେଉଥିଲେ ମଧ୍ୟ ମାସ୍କ ଅଭାବ ଦେଖାଯାଇଛି। ଯାହା ସାଧାରଣ ଲୋକମାନଙ୍କ ପାଇଁ ଭୟ ସୃଷ୍ଟି କରିଛି । ଦିନକୁ ହଜାର ହଜାର ଲୋକ ମେଡିକାଲ ଆସୁଥିବା ବେଳେ ନିଜର ସୁରକ୍ଷା ପାଇଁ କିଏ ରୁମାଲ ବାନ୍ଧୁଛି ତ ଆଉ କିଏ ମୁହଁରେ ହାତ ଦେଇ ଯାଅ ଆସ କରୁଛ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ