ETV Bharat / city

ମହାନତା ଦେଖାଇଲେ ବାପା, ମୃତ୍ୟ ପରେ ଦୁଇ ଝିଅଙ୍କ କଲେ ଚକ୍ଷୁଦାନ

ଆଖି ଆଗରେ ଚାଲିଗଲା ଦୁଇ ଦୁଇଟି ଜୀବନ । ଜଣେ ବାପା ତାର ମୂଲ୍ୟବାନ ସମ୍ପତ୍ତି ହରାଇସାରିବା ପରେ ତାଙ୍କର ମହାନତା କାର୍ଯ୍ୟ ପାଇଁ ସମାଜରେ ପ୍ରରଣା ପାଲଟିଛନ୍ତି । ଅଧିକ ପଢ଼ନ୍ତୁ

father donate her daughter eyes after death in bhubaneswar
ମହାନତା ଦେଖାଇଲେ ବାପା, ମୃତ୍ୟ ପରେ ଦୁଇ ଝିଅଙ୍କ ଚକ୍ଷୁଦାନ କଲେ
author img

By

Published : Apr 22, 2022, 3:50 PM IST

ଭୁବନେଶ୍ବର: ଆଖି ଆଗରେ ଚାଲିଗଲା ଦୁଇ ଦୁଇଟି ଜୀବନ । ଜଣେ ବାପା ତାର ମୂଲ୍ୟବାନ ସମ୍ପତ୍ତି ହରାଇସାରିବା ପରେ ତାଙ୍କର ମହାନତା କାର୍ଯ୍ୟ ପାଇଁ ସମାଜରେ ପ୍ରରଣା ପାଲଟିଛନ୍ତି। ଦୁଇଟି ମୃତ ଝିଅଙ୍କ ଚକ୍ଷୁଦାନ କରି ମହାନତା ଦେଖାଇଛନ୍ତି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଭୁବନେଶ୍ବରରେ ।

ମୃତ୍ୟ ପରେ ଦୁଇ ଝିଅଙ୍କ କଲେ ଚକ୍ଷୁଦାନ

ଭୁବନେଶ୍ବର ଶାସ୍ତ୍ରୀ ନଗର ଅଞ୍ଚଳରେ ରୁହନ୍ତି ସୋମରେନ୍ଦ୍ର ସାହୁଙ୍କ ପରିବାର । ୩ ପୁଅ ଝିଅ ଓ ସ୍ତ୍ରୀଙ୍କୁ ନେଇ ସୁରୁଖୁରୁରେ ଚାଲୁଥିଲା ସଂସାର । ବାପା ଅଟୋ ଚଳାଇ ପରିବାର ଗୁଜୁରାଣ ମେଣ୍ଟାନ୍ତି । ଯେଉଁ ରୋଜଗାରିଆ ଝିଅ ଦିନେ ବାପାଙ୍କୁ ଅଟୋ ଚଳାଇବାକୁ ମନା କରୁଥିଲା। ଆଜି ସେ ଚିରଦିନ ପାଇଁ ଶୋଇପଡ଼ିଲା । ବାପାଙ୍କ ଦୁଇଟି ଆଖିର ତାରା ଥିଲେ ବଡ଼ ଝିଅ ଶୁଭଲକ୍ଷ୍ମୀ ଓ ସାନ ଝିଅ ଭାଗ୍ୟଲକ୍ଷ୍ମୀ । ବଡ଼ ଝିଅ ଶୁଭଲକ୍ଷ୍ମୀ ସାହୁ ସିଏ (chartered accountant) କରୁଥିବା ବେଳେ ସାନ ଝିଅ ଭାଗ୍ୟଲକ୍ଷ୍ମୀ ସାହୁ ଯୁକ୍ତ ୩ ବିଜ୍ଞାନରେ ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟ ପାଠ ପଢୁଥିଲେ । ବଡ ଝିଅ ଶୁଭଲକ୍ଷ୍ମୀଙ୍କୁ ମିଳିଥିଲା ବାର୍ଷିକ ୨୨ ଲକ୍ଷ ଟଙ୍କାର ପ୍ୟାକେଜ ଦରମା । ଏଣିକି ଘରର ଆର୍ଥିକ ସ୍ଥିତି ସୁଧୁରିବା ନେଇ ସ୍ବପ୍ନ ଦେଖିଥିଲେ ଶୁଭଲକ୍ଷ୍ମୀ ।

ହେଲେ ନିୟତିର ଲେଖା କିଛି ଅଲଗା ଥିଲା । ଦୁଇ ଭଉଣି ଘରକୁ ଆସି କିଛି ଖାଦ୍ୟ ଖାଇଥିଲେ । କିଛି ସମୟରେ ପରେ ହଠା ଉଭୟଙ୍କୁ ବାନ୍ତି ହେଇଥିଲା । ତୁରନ୍ତ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଫୁଡ୍ ପଏଜନ ହେତୁ ଅକାଳରେ ଆଗପଛ ହୋଇ ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ। ନିଜର ଦୁଇଟି ଝିଅକୁ ହରାଇ ଧୈର୍ଯ୍ୟ ହାରିନାହାନ୍ତି ସୋମରେନ୍ଦ୍ର । ମୃତ ଝିଅଙ୍କ ଚକ୍ଷୁଦାନ କରି ସମାଜ ପାଇଁ ପ୍ରେରଣା ସାଜିଛନ୍ତି ସୋମରେନ୍ଦ୍ର । ଝିଅ ସିନା ଚାଲିଗଲେ ହେଲେ ତାଙ୍କ ଆଖିରେ ଆଉ ଦୁଇଟି ଜୀବନ ଦୁନିଆ ଦେଖିବ । ଯାହା ସେମାନଙ୍କ ଉପସ୍ଥିତିର ଅନୁଭବ କରାଇବ ବୋଲି ସେ କହିଛନ୍ତି । ଏଥିସହ ତାଙ୍କର ଓ ପତ୍ନୀଙ୍କର ଅଙ୍ଗ ଦାନ କରିବା ପାଇଁ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.