ETV Bharat / city

ରାଜ୍ୟରେ ନିଅଣ୍ଟିଆ ବର୍ଷା; ମୁଖ୍ୟ ଶାସନ ସଚିବ ଡାକିଲେ ଗୁରୁତ୍ୱପୂର୍ଣ୍ଣ ବୈଠକ

author img

By

Published : Aug 23, 2021, 10:56 AM IST

Updated : Aug 23, 2021, 11:05 AM IST

ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ନିଅଣ୍ଟିଆ ବର୍ଷା । ନିଅଣ୍ଟିଆ ବର୍ଷା ଯୋଗୁଁ ରାଜ୍ୟର ଚାଷ କାର୍ଯ୍ୟ ପ୍ରଭାବିତ ହୋଇଛି । ଏଥିପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଡାକିଛନ୍ତି ଗୁରୁତ୍ୱପୂର୍ଣ୍ଣ ବୈଠକ । ଅଧିକ ପଢନ୍ତୁ...

ରାଜ୍ୟରେ ନିଅଣ୍ଟିଆ ବର୍ଷା; ମୁଖ୍ୟ ଶାସନ ସଚିବ ଡାକିଲେ ଗୁରୁତ୍ୱପୂର୍ଣ୍ଣ ବୈଠକ
ରାଜ୍ୟରେ ନିଅଣ୍ଟିଆ ବର୍ଷା; ମୁଖ୍ୟ ଶାସନ ସଚିବ ଡାକିଲେ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ବର: ଶ୍ରାବଣ ମାସ ଶେଷ ହେବାକୁ ବସିଲାଣି ହେଲେ ହୋଇନି ସ୍ବାଭାବିକ ବର୍ଷା । ଆବଶ୍ୟକ ଠାରୁ ଚଳିତ ବର୍ଷ ବହୁତକମ ପରିମାଣର ବର୍ଷା ହୋଇଛି । ବର୍ଷା କମ କାରଣରୁ ରାଜ୍ୟରେ ଚାଷ କାମ ପ୍ରଭାବିତ ହୋଇଛି । ଫଳରେ ଚାଷ ପାଇଁ ପାଣି ନପାଇ ଚାଷୀକୂଳ ହତାଶ ହୋଇପଡିଛି । ଏନେଇ ଆଜି ଲୋକସେବା ଭବନରେ ବସିବ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଡାକିଛନ୍ତି ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ । ବୈଠକରେ ସମସ୍ତ ବିଭାଗର ସଚିବ ଓ ଜିଲ୍ଲାପାଳ ଓ SRC ପ୍ରଦୀପ ଜେନା ମଧ୍ୟ ଉପସ୍ଥିତ ରହିବେ ।

ଚାଷ କାର୍ଯ୍ୟ ପାଇଁ ଜଳର ଘୋର ସଙ୍କଟ ଦେଖାଦେଇଥିବା ବେଳେ କିପରି ଚାଷ ଜମିଗୁଡିକୁ ବିକଳ୍ପ ଉପାୟରେ ଜଳ ଯୋଗାଇ ଦିଆଯିବ ସେ ଦିଗରେ ବୈଠକରେ ଆଲୋଚନା କରାଯିବ । ଅନ୍ୟପଟେ ଅଗଷ୍ଟ ୩୧ ସୁଦ୍ଧା ପ୍ରତି ବ୍ଲକ ପାଇଁ ସ୍ୱତନ୍ତ୍ର କଣ୍ଟିଜେନ୍ସି ପ୍ଲାନ କରିବାକୁ OUATକୁ କୃଷି ବିଭାଗ ଆଗୁଆ ନିର୍ଦ୍ଦେଶ ଦେଇଛି । ସ୍ୱଳ୍ପ ବର୍ଷା ଯୋଗୁଁ ରାଜ୍ୟର ଯାଜପୁର, ଭଦ୍ରକ, କେନ୍ଦୁଝର ଓ ବଲାଙ୍ଗୀର ସର୍ବାଧିକ ପ୍ରଭାବିତ ହୋଇଛି । ସେହିପରି ଆହୁରି ୨୦ ଜିଲ୍ଲାରେ ମଧ୍ୟ ଉତ୍କଟ ମରୁଡ଼ି ପରିସ୍ଥିତି ଦେଖାଦେଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Aug 23, 2021, 11:05 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.