ETV Bharat / city

ଋଣରୁ ବଞ୍ଚିତ ଚାଷୀ ବଳରାମ ଯୋଜନାରେ ପାଇବେ ଋଣ - ବଳରାମ ଯୋଜନା

‘ବଳରାମ’ ଯୋଜନାକୁ ନେଇ କୃଷି ସଚିବ ସୌରଭ ଗର୍ଗଙ୍କ ସୂଚନା । ପ୍ରତ୍ୟେକ ପଞ୍ଚାୟତରେ କୃଷକ ସାଥି ମାନଙ୍କ ଦ୍ୱାରା ଋଣ ପାଇଁ ନଥିବା ଚାଷୀଙ୍କ ତାଲିକା ପ୍ରସ୍ତୁତ କରାଯିବ । ଏହି ବଳରାମ ଯୋଜନାରେ ଦେଢ ଲକ୍ଷରୁ 2 ଲକ୍ଷ ପର୍ଯ୍ୟନ୍ତ ଋଣ ମିଳିବ ବୋଲି କହିଛନ୍ତି କୃଷି ସଚିବ । ଅଧିକ ପଢନ୍ତୁ..

ଋଣରୁ ବଞ୍ଚିତ ଚାଷୀ ବଳରାମ ଯୋଜନାରେ ପାଇବେ ଋଣ
ଋଣରୁ ବଞ୍ଚିତ ଚାଷୀ ବଳରାମ ଯୋଜନାରେ ପାଇବେ ଋଣ
author img

By

Published : Jul 3, 2020, 4:46 PM IST

ଭୁବନେଶ୍ବର: କାଳିଆ ଯୋଜନା ପରେ ସରକାରଙ୍କ ନୂଆ ଯୋଜନା ‘ବଳରାମ’କୁ ନେଇ କୃଷି ସଚିବ ସୌରଭ ଗର୍ଗଙ୍କ ସୂଚନା ପ୍ରତ୍ୟେକ ପଞ୍ଚାୟତରେ କୃଷକ ସାଥି ମାନଙ୍କ ଦ୍ୱାରା ଋଣ ପାଇ ନଥିବା ଚାଷୀଙ୍କ ତାଲିକା ପ୍ରସ୍ତୁତ କରାଯିବ । ଏହି ବଳରାମ ଯୋଜନାରେ ଦେଢ ଲକ୍ଷରୁ 2 ଲକ୍ଷ ପର୍ଯ୍ୟନ୍ତ ଋଣ ମିଳିବ । ଏବେ ସମବାୟ ବ୍ୟାଙ୍କ ଜରିଆରେ ଗ୍ରୁପକୁ ମାତ୍ର 50 ହଜାର ଟଙ୍କା ମିଳୁଛି । ଏହାଦ୍ୱାରା ପ୍ରତି ଚାଷୀଙ୍କୁ 10 ହଜାର ଟଙ୍କା ମିଳୁଛି, ଯାହା କୃଷି କାମ ପାଇଁ ଅଭାବ ପଡୁଛି । ଏବେ ଜାତୀୟକରଣ ବ୍ୟାଙ୍କ ଜରିଆରେ ଋଣ ମିଳିବ ବୋଲି କହିଛନ୍ତି କୃଷି ସଚିବ ।

ଋଣରୁ ବଞ୍ଚିତ ଚାଷୀ ବଳରାମ ଯୋଜନାରେ ପାଇବେ ଋଣ

ସେହିପରି ପ୍ରତ୍ୟେକଙ୍କୁ 50 ହଜାର ଟଙ୍କା ମିଳିପାରିବ । ରାଜ୍ୟରେ 14 ହଜାର କୃଷକ ସାଥି ଅଛନ୍ତି । ସରକାରଙ୍କ ଉଦେଶ୍ୟ ଭାଗ ଚାଷୀ ବା ଭୂମିହୀନ ଏବଂ ଯେଉଁମାନେ ଋଣରୁ ବଞ୍ଚିତ ହୋଇଛନ୍ତି । ସେମାନଙ୍କୁ ମଧ୍ୟ ଏହି ବଳରାମ ଯୋଜନା ମଧ୍ୟମରେ ଋଣ ଦିଆଯିବ ବୋଲି ସେ କହିଛନ୍ତି । ନାବାଡ ସହଯୋଗରେ ଏହା କର୍ଯ୍ୟକାରୀ ହେବ । ଯେଉଁ ଚାଷୀ ମାନେ କୈଣସି କାରଣରୁ ଋଣ ପାଇନାହାନ୍ତି ସେମାନେ ମଧ୍ୟ ଋଣ ପାଇପାରିବେ । ଏହାଦ୍ବାରା ଚାଷୀଙ୍କୁ ସହଯୋଗ ହେବ । ପାଖାପାଖି ୬୦ରୁ ୭୦ ହଜାର କୃଷକ ଗ୍ରୁପକୁ ସହଯୋଗ କରାଯିବ । ଏଥିରେ ୩ଲକ୍ଷରୁ ଅଧିକ ଚାଷୀ ଉପକୃତ ହେବେ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.