ETV Bharat / city

'ମନ କି ବାତ' କାର୍ଯ୍ୟକ୍ରମ ସମୟରେ ଥାଳି ପିଟିବାକୁ ଆହ୍ବାନ

ଆସନ୍ତା 27 ତାରିଖରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ କି ବାତ କାର୍ଯ୍ୟକ୍ରମ ସମୟରେ ଥାଳି ଓ ଘଣ୍ଟ ପିଟିବାକୁ କୃଷକ ସଙ୍ଗଠନ ପକ୍ଷରୁ ଆହ୍ବାନ ଦିଆଯାଇଛି । ଅଧିକ ପଢନ୍ତୁ...

author img

By

Published : Dec 25, 2020, 6:53 PM IST

Farmers call to public for beating plates during 'Man Ki Baat'
'ମନ କି ବାତ' କାର୍ଯ୍ୟକ୍ରମ ସମୟରେ କୃଷକଙ୍କ ଥାଳି ପିଟିବାକୁ ଆହ୍ବାନ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାସର ଏକ ନିର୍ଦ୍ଦିଷ୍ଟ ଦିନରେ ମନ କି ବାତ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କ ଉଦ୍‌ବୋଧନ ଦେଇଥାନ୍ତି । ତେବେ ଆସନ୍ତା 27 ତାରିଖରେ ମଧ୍ୟ ଦେଶବାସୀଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ତେବେ ଏହାକୁ ବିରୋଧ କରି ପ୍ରତିବାଦ ସ୍ବରୂପ ସେହି ସମୟରେ ଘଣ୍ଟା ଓ ଥାଳି ପିଟିବାକୁ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଜନସାଧାରଣମାନଙ୍କୁ ଶୁକ୍ରବାର ଆହ୍ବାନ ଦିଆଯାଇଛି।

ସ୍ଥାନୀୟ ଉତ୍କଳ ସାମ୍ବାଦିକ ଭବନଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେଵ ନନ୍ଦ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ତାଙ୍କ ମନ କଥା କହୁଥିବା ବେଳେ ଦେଶର କୃଷକ ଏକ ମାସ ଧରି ନିଜ କଥା କହି ରାଜରାସ୍ତାରେ ବସିଥିବା ବେଳେ ସେମାନଙ୍କ କଥାକୁ ଶୁଣା ଯାଉନାହିଁ ।

ତେଣୁ ଆସନ୍ତା 27 ତାରିଖ ଦିନ ରାଜ୍ୟର କୃଷକଙ୍କ ସମେତ ସର୍ବସାଧାରଣ ଥାଳି ଓ ଘଣ୍ଟା ପିଟି ପ୍ରତିବାଦ ଜଣାଇବାକୁ ଆହ୍ବାନ ଦିଆଯାଇଛି । ତେବେ ସୂଚନା ଥାଉ କି କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଶୁକ୍ରବାର ସୁଦ୍ଧା ପ୍ରାୟ 1 ମାସ ଧରି କୃଷକମାନେ ଆନ୍ଦୋଳନ କରିଆସୁଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ନିଷ୍କର୍ସ ବାହାରି ପାରିନାହିଁ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.