ETV Bharat / city

ସଂସଦରେ ପାରିତ ହେଲା କୃଷି ବିଲ, ତେଜିଲା ରାଜନୀତି - କୃଷି ବିଲ

ସଂସଦରେ କୃଷି ବିଲ ପାସ ହେବା ପରେ ଦେଶବ୍ୟାପୀ ତେଜିଛି ରାଜନୀତି । ମହାମାରୀ ସମୟରେ କେନ୍ଦ୍ର ସରକାରଙ୍କ କୃଶି ବିଧେୟକ ଆଣି ଦେଶର ଅନ୍ନଦାତା କୃଷକ ପରିବାର ପ୍ରତି କୁଠାରଘାତ କରିଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି । ସେପଟେ ବିଜେଡ଼ି ଓ ବିଜେପି ଏନେଇ ଟଣା-ଓଟୋରା ହୋଇଛନ୍ତି । ଅଧିକ ପଢନ୍ତୁ..

ସଂସଦରେ ପାରିତ ହେଲା କୃଷି ବିଲ ,ତେଜିଲା ରାଜନୀତି

author img

By

Published : Sep 21, 2020, 8:18 PM IST

ଭୁବନେଶ୍ବର: ସଂସଦରେ କୃଷି ବିଲ ପାସ ହେବା ପରେ ଦେଶବ୍ୟାପୀ ଉଠିଛି ବିରୋଧର ସ୍ୱର । ମହାମାରୀ ସମୟରେ କେନ୍ଦ୍ର ସରକାରଙ୍କ କୃଷି ବିଧେୟକ ଆଣି ଦେଶର ଅନ୍ନଦାତା କୃଷକ ପରିବାର ପ୍ରତି କୁଠାରଘାତ କରିଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି । ଅନ୍ୟପଟେ କୃଷି ବିଲପାସକୁ ନେଇ ସରଗରମ ହୋଇଛି ରାଜ୍ୟ ରାଜନୀତି । ବିଜେଡ଼ି କହିଛି ଚାଷୀଙ୍କ ସ୍ୱାର୍ଥ କଥା ଦଳ ଉଠାଇଛି ସଂସଦରେ । ସେପଟେ ଏହି ପ୍ରସଙ୍ଗକୁ ନେଇ ମୁହାମୁହିଁ ହୋଇଛନ୍ତି ବିଜେପି ଓ କଂଗ୍ରେସ ।

ସଂସଦରେ ପାରିତ ହେଲା କୃଷି ବିଲ ,ତେଜିଲା ରାଜନୀତି

କୃଷି ବିଲ ସଂସଦରେ ପାସ ହେବାର ୨୪ ଘଣ୍ଟା ଭିତରେ ଦେଶବ୍ୟାପୀ ଏହାକୁ ବିରୋଧ କରାଯାଇଛି । ମହାମାରୀ ସମୟରେ ଦେଶର ଅନ୍ନଦାତା କୃଷକଙ୍କ ପରିବାର ପ୍ରତି ଏହି ବିଲ କୁଠାରଘାତ କରିବା ଅଭିଯୋଗ ଆଣି କଂଗ୍ରେସ ସମେତ ବିଭିନ୍ନ ରାଜନୈତିକ ଦଳ ଓ ସଂଗଠନ ମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ସେପଟେ ପିସିସି ସଭାପତି ନିରଜଂନ ପଟ୍ଟନାୟକ କୃଷି ବିଲ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିବା ସହ ବିଜେଡ଼ି ଓ ବିଜେପି ସର୍ମ୍ପକ ନେଇ କଟାକ୍ଷ କରିଛନ୍ତି । ସେ କହିଛନ୍ତି ଯେ ଓଡିଶା ରାଜନୀତିରେ ଓଡିଶାବାସୀ ଗୋଟିଏ ନୂଆ ଚିତ୍ର ଦେଖୁଛନ୍ତି। ଏ ଚିତ୍ରରେ କୃଷି ବିଲକୁ ନେଇ ବିଜେପି ଓ ବିଜେଡ଼ି ଭିତରେ ଯେଉଁ ରାଜନୀତି ଚାଲିଛି ତାହା ହସ୍ୟାସ୍ପଦ।

ଲୋକସଭାରେ ବିଜେଡ଼ି ତାକୁ ସମର୍ଥନ କଲା, ହେଲେ ରାଜ୍ୟ ସଭାରେ ପ୍ରଶ୍ନ ଉଠାଇଲେ ଏବଂ ସମର୍ଥନ କଲେନାହିଁ । ଯେଉଁ ସବୁ ଆଭିମୁଖ୍ୟ ରଖି ସେମାନେ ରାଜ୍ୟସଭାରେ ଉତଥାପନ କରିଛନ୍ତି, ଲୋକସଭାରେ ଆଲୋଚନା ବେଳେ କେଉଁଠି ଥିଲେ। ବିଜେପି- ବିଜେଡ଼ି ଉଭୟ କଭି ଖୁସ୍ କଭି ଗମ୍ଏହି ରାଜନୀତି ଚଳାଇଛନ୍ତି ଏବଂ ସିବିଆଇ ଚଢ଼ାଉକୁ ଆଧାର କରିଛନ୍ତି । ଏହିପରି ହାସ୍ୟାସ୍ପଦ ରାଜନୀତି ଓଡ଼ିଶାରେ କେତେଦିନ ଚାଲିଥିବ।ବିଜେଡ଼ି ସିବିଆଇକୁ ଓ ନିର୍ବାଚନକୁ ଆଳ କରି କଥା କହୁଛନ୍ତି । ଯଦି କହୁଛନ୍ତି ତାହେଲେ ସିବିଆଇକୁ ବିଜେଡ଼ିର ଏତେ ଭୟ କାହିଁକି । ସିବିଆଇ ମଧ୍ୟ ଯଦି କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଥା ତେବେ ଶୀଘ୍ର ନକରି 7-8 ବର୍ଷ ସେ କେସକୁ ବଢ଼ାଉଛନ୍ତି କାହିଁକି । ଏ କଣ ବିଜେଡ଼ି ଉପରେ ଏକ ଖଣ୍ଡା ଧାର କରି ରହିଛନ୍ତି । ଏବଂ ବିଜେଡ଼ି ମଧ୍ୟ ସିବିଆଇକୁ ଭୟ କରି ରହିଛନ୍ତି ଯେଉଁଥିପାଇଁ ସବୁବେଳେ ସବୁ କ୍ଷେତ୍ରରେ ତାଙ୍କ ସହ କଂପ୍ରମାଇଜ କରି ରହୁଛନ୍ତି ।

ସେପଟେ କଂଗ୍ରେଦର ଅଭିଯୋଗ ଓ ବିଜେଡ଼ି–ବିଜେପି ସର୍ମ୍ପକୁ ନେଇ ଦଳ ଯେଉଁ ଅଭିଯୋଗ କରିଛି ତାହାର ପାଳଟା ଜବାବ ଦେଇଛି ବିଜେପି । ବିରୋଧୀ ଦଳ ନେତା କହିଛନ୍ତି ଯେ ବିଜେଡ଼ି ସହ ଆମର କୌଣସି ସର୍ମ୍ପକ ନାହିଁ , ଏହି ବିଲ ଦ୍ୱାରା ଚାଷୀମାନେ ଉପକୃତ ହେବେ । ସେପଟେ କୃଷି ବିଲ ନେଇ ରାଜ୍ୟ ରାଜ୍ୟ ରାଜନୀତି ସରଗମର ହେବା ପରେ ବିଜେଡ଼ି ବିଲ ନେଇ ପୁଣି ଥରେ ତାହାର ଆଭିମୁଖ୍ୟ ସ୍ପଷ୍ଟ କରିଛି । ବିଧାୟକ ଅମର ଶତପଥି କହିଛନ୍ତି ଯେ ଓଡ଼ିଶାର ସ୍ୱାର୍ଥ ଦିଗରେ ଆମେ ପ୍ରସଙ୍ଗ ଭିର୍ତ୍ତିକ ସମର୍ଥନ ଦେଇଛୁ । ତେଣୁ ଏହାକୁ ନେଇ ଯେଉଁମାନେ ସମାଲୋଚନା କରୁଛନ୍ତି ତାହା ଠିକ ନୁହେଁ ବୋଲି ବିଜେଡ଼ି କହିଛି । କୃଷି ବିଲରେ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଓ ଚାଷୀମାନଙ୍କୁ ପ୍ରକୃତ ସହାୟତ ମିଳିବ କି ନାହିଁ ତାହାକୁ ନେଇ ବିଜେଡ଼ି ଉଭୟ ସଦନରେ ପ୍ରଶ୍ନ ଉଠାଇଥିଲା । ତେବେ ବିଲ ପାସରେ ଏହି ପ୍ରସଙ୍ଗକୁ ନେଇ ଦେଶବ୍ୟାପୀ ରାଜନୀତି ତେଜିବା ସହ ପ୍ରତିବାଦର ସ୍ୱର ତିବ୍ର ହୋଇଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.