ETV Bharat / city

ଓଡ଼ିଶାରେ ହେବ ଚାଷୀଙ୍କ ମହାପଞ୍ଚାୟତ, ଯୋଗଦେବେ 10 କେନ୍ଦ୍ରୀୟ ଚାଷୀନେତା - farmer mahapanchayat in odisha

କେନ୍ଦ୍ର କୃଷି ଆଇନ ବିରୋଧରେ ଓଡିଶାରେ ହେବ ମହାପଞ୍ଚାୟତ । ଏଥିରେ 10 ରୁ ଉର୍ଦ୍ଧ୍ବ କେନ୍ଦ୍ରୀୟ ନେତା ଦେବେ ଯୋଗ । ଅଧିକ ପଢନ୍ତୁ...

ଓଡ଼ିଶାରେ ହେବ ଚାଷୀଙ୍କ ମହାପଞ୍ଚାୟତ, ଯୋଗଦେବେ 10 କେନ୍ଦ୍ରୀୟ ଚାଷୀନେତା

author img

By

Published : Mar 14, 2021, 8:02 PM IST

ଭୁବନେଶ୍ବର: କେନ୍ଦ୍ର କୃଷି ଆଇନ ବିରୋଧରେ ଓଡିଶାରେ ହେବ ମହାପଞ୍ଚାୟତ । ମାର୍ଚ୍ଚ ୧୯ ତାରିଖରେ ଚଣ୍ଡିଖୋଲରେ ମହାପଞ୍ଚାୟତ ଅନୁଷ୍ଠିତ ହେବ । ଭୁବନେଶ୍ୱରରୁ ଚଣ୍ଡିଖୋଲ ଯାଏଁ ବାଇକ ଓ କାରରେ ଶୋଭାଯାତ୍ରା ଅନୁଷ୍ଠିତ ହେବ । ସଂଯୁକ୍ତ କିଶାନ ମୋର୍ଚ୍ଚା ବଲବୀର ସିଂ ରାଜଓ୍ବଲ, ରାକେଶ ଟିକାୟତ, ଗୁରନାମ ସିଂ ଚଣ୍ଡୁନି ଏବଂ ଯୁଧବୀର ସିଂହଙ୍କ ସମେତ ଦେଶର ୧୦ରୁ ଅଧିକ ନେତୃତ୍ବ ଏହି ମହାପଞ୍ଚାୟତରେ ଯୋଗଦେବେ ।

ଓଡ଼ିଶାରେ ହେବ ଚାଷୀଙ୍କ ମହାପଞ୍ଚାୟତ, ଯୋଗଦେବେ 10 କେନ୍ଦ୍ରୀୟ ଚାଷୀନେତା

ଏୟାରପୋର୍ଟରୁ ବାଇକ ଏବଂ କାର ଶୋଭାଯାତ୍ରାରେ ଯିବେ ଚାଷୀ ନେତା । ରାଲି ଭୁବନେଶ୍ୱର ଏୟାରପୋର୍ଟ ଛକରୁ ବାହାରି ଚଣ୍ଡିଖୋଲ ପର୍ଯ୍ୟନ୍ତ ଯିବ । କଟକ, ପୁରୀ, ବାଲେଶ୍ବର, ଭଦ୍ରକ, ଯାଜପୁର, ଢେଙ୍କାନାଳ ସମେତ ରାଜ୍ୟର ସବୁ ଅଞ୍ଚଳର ଚାଷୀମାନେ ଏଥିରେ ଯୋଗଦେବେ । ଏହି ମହାପଞ୍ଚାୟତ ୩ କଳା ଆଇନକୁ ପ୍ରତ୍ୟାହାର କରିବା ସହ ଏମଏସପି ପାଇଁ ସ୍ବତନ୍ତ୍ର ଆଇନ କରିବାକୁ କେନ୍ଦ୍ର ସରକାରଙ୍କ ଉପରେ ଚାପ ସୃଷ୍ଟି ହେବ । ମହାପଞ୍ଚାୟତ ପରେ ଚାଷୀ ନେତାମାନେ ଭୁବନେଶ୍ୱରରେ ସିଭିଲ ସୋସାଇଟି କର୍ମଚାରୀ ଏବଂ ସାମ୍ବାଦିକମାନଙ୍କ ସହ ଆଲୋଚନା କରିବେ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.