ETV Bharat / city

ଜେଟଲୀଙ୍କ ଶେଷ ସମୟରେ ଦିଲ୍ଲୀରେ ନଥିଲେ ବରିଷ୍ଠ ନେତା; ବିଦେଶରେ ପିଏମ

ସେଥିଲେ ଦଳର ସଂକଟ ମୋଚକ । ନିର୍ବାଚନ ନ ଜିତି ମଧ୍ୟ ଦଳରେ ଥିଲା ଅଖଣ୍ଡ ପ୍ରଭାବ । ବିଜେପିର ଏକ ଶକ୍ତି ଥିଲେ ଜେଟଲୀ । ହେଲେ ତାଙ୍କ ଅନ୍ତିମ ସମୟରେ ଦିଲ୍ଲୀରେ ଉପସ୍ଥିତ ନଥିଲେ ଦଳର ବରିଷ୍ଠଋ ନେତା...

ଡିଜାଇନ ଫଟୋ
author img

By

Published : Aug 24, 2019, 6:55 PM IST

Updated : Aug 24, 2019, 7:05 PM IST

ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ଓ ଦଳର ସଂକଟ ମୋଟକ କହିଲେ ଜେଟଲୀ ଙ୍କୁ ବୁଝାଉ ଥିଲା । ବିଶିଷ୍ଟ ରାଜନୈତିକ ରଣନୀତିକାର ତଥା ପୂର୍ବ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଆଜି 66 ବର୍ଷ ବୟସରେ ନିଧନ ହୋଇଛି । ଦୀର୍ଘଦିନ ଧରି ଜଟିଳ ରୋଗରେ ପୀଡିତ ଥିବା ଜେଟଲୀ ଗତ 10 ତାରିଖରୁ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିଲେ ।

ତେବେ ଜେଟଲୀଙ୍କ ଶେଷ ନିଶ୍ବାସ ତ୍ୟାଗ ସମୟରେ ବହୁ ବରିଷ୍ଠ ନେତା ଓ ମନ୍ତ୍ରୀ ଦିଲ୍ଲୀରେ ଅନୁପସ୍ଥିତ ଥିଲେ । ପ୍ରଥମତଃ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଦେଶ ଗସ୍ତରେ ଅଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ନିଜ ନିର୍ବାଚନ ମଣ୍ଡଳୀ ଲକ୍ଷ୍ମୌକୁ ତିନି ଦିନିଆ ଗସ୍ତରେ ଯାଇଥିଲେ । ଗୃହମନ୍ତ୍ରୀ ଅମିତ ଶାହା ହାଇଦ୍ରାବାଦ ଆଇପିଏସ ଅଧିକାରୀଙ୍କ ପାସିଙ୍ଗ ଆଉଟ ପ୍ୟାରେଡରେ ଭାଗ ନେବା ପାଇଁ ତେଲେଙ୍ଗାନା ଗସ୍ତରେ ଥିଲେ ।

ସେହିପରି ଦଳର ଅନେକ ନେତା ଦଳୀୟ ଓ ସରକାରୀ କାର୍ଯ୍ୟରେ ଦିଲ୍ଲୀ ବାହାରେ ଥିଲେ । ଉପ-ରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଚେନ୍ନାଇ ଗସ୍ତରେ ମଧ୍ୟ ଯାଇଥିଲେ । ଏହାସହ ବିରୋଧୀ ଦଳର ପ୍ରମୁଖ ନେତା ମଧ୍ୟ ଦିଲ୍ଲୀ ବାହାରେ ଅଛନ୍ତି । କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଏକ ଟିମ ଆଜି ଶ୍ରୀନଗର ଗସ୍ତରେ ଯାଇଛନ୍ତି ।

କିନ୍ତୁ ଜେଟଲୀଙ୍କ ନିଧନ ଖବର ପାଇ ତୁରନ୍ତ ଅମିତ ଶାହା ହାଇଦ୍ରାବାଦ ଗସ୍ତ କାଣ୍ଟଛାଣ୍ଟ କରି ଦିଲ୍ଲୀ ଫେରିଆସିଛନ୍ତି । ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଦିଲ୍ଲୀକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏପରିକି ଉପ-ରାଷ୍ଟ୍ରପତି ଭେଙ୍କେୟା ନାଇଡୁ ମଧ୍ୟ ସମସ୍ତ କାର୍ଯ୍ୟକ୍ରମ ବାତିଲ କରି ନୂଆଦିଲ୍ଲୀ ଆସି ଜେଟିଲୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି । ବିଦେଶ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମଧ୍ୟ ଫେରିଆସିବା ପାଇଁ ଚାହୁଁଥିଲେ । କିନ୍ତୁ ସ୍ବର୍ଗତ ଜେଟଲୀଙ୍କ ପରିବାରର ଅନୁରୋଧକୁ ରକ୍ଷାକରି ସମସ୍ତ ସରକାରୀ କାର୍ଯ୍ୟକ୍ରମ ସାରି ଭାରତ ଫେରିବେ ନରେନ୍ଦ୍ର ମୋଦି ।

ବ୍ୟୁରୋ ରିପୋର୍ଟ ଇଟିଭି ଭାରତ

Intro:Body:

BLANK FOR LINK

Conclusion:
Last Updated : Aug 24, 2019, 7:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.