ETV Bharat / city

ହକ୍‌ ପାଇଁ ରାଜରାସ୍ତାରେ ଚାଷୀ

author img

By

Published : Dec 3, 2020, 1:05 PM IST

ନୂତନ କୃଷି ଆଇନକୁ ପ୍ରତ୍ୟାହାର ଦାବିରେ ଭୁବନେଶ୍ବରରେ ଅଲ ଇଣ୍ଡିଆ କିଷାନ ସଂଘର୍ଷ କୋର୍ଡିନେସନ କମିଟି ପକ୍ଷରୁ ରାଲି । ଅଧିକ ପଢନ୍ତୁ...

ହକ୍‌ ପାଇଁ ରାଜରାସ୍ତାରେ ଚାଷୀ
ହକ୍‌ ପାଇଁ ରାଜରାସ୍ତାରେ ଚାଷୀ

ଭୁବନେଶ୍ବର: ହକ୍ ପାଇଁ କୃଷକଙ୍କ ଲଢେଇ। ନୂତନ କୃଷି ଆଇନକୁ ଜୋରଦାର ବିରୋଧ। କେନ୍ଦ୍ର ସରକାର ନୂତନ କୃଷି ଆଇନକୁ ପ୍ରତ୍ୟାହାର କରି ନିଅନ୍ତୁ ଦାବିରେ ଗୁରୁବାର ଭୁବନେଶ୍ବରରେ ଅଲ ଇଣ୍ଡିଆ କିଷାନ ସଂଘର୍ଷ କୋର୍ଡି ନେସନ କମିଟି ପକ୍ଷରୁ ରାଲି କରାଯାଇଛି ।

ହକ୍‌ ପାଇଁ ରାଜରାସ୍ତାରେ ଚାଷୀ

ଭୁବନେଶ୍ବର ମହାତ୍ମା ଗାନ୍ଧୀ ମାର୍ଗରେ ରାଲି ଏବଂ ପ୍ରତିବାଦ ସହିତ ବିଧାନସଭାକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିବାବେଳେ ପୋଲିସ ସେମାନଙ୍କୁ ଅଟକ ରଖିଥିଲା । ଏଥିପାଇଁ କୃଷକ ସଙ୍ଗଠନଗୁଡିକ ମହାତ୍ମା ଗାନ୍ଧୀ ମାର୍ଗରେ ଗେଟ ପାଖରେ ପ୍ରତିବାଦ କରିଥିଲେ । କେନ୍ଦ୍ର ସରକାର କୃଷି ଆଇନକୁ ବାତିଲ କରନ୍ତୁ ବୋଲି ଚାଷୀ ସଙ୍ଘ ଦାବି କରିଥିଲା ।

ସୂଚନାଥାଉକି, ସେପଟେ ଦିଲ୍ଲୀ ସୀମାରେ କୃଷି ଆଇନକୁ ବିରୋଧ କରି କୃଷକମାନେ ଧାରଣା ଦେଇଛନ୍ତି। କେନ୍ଦ୍ରସରକାର ସେମାନଙ୍କ ସହିତ ଆଲୋଚନା କରିବା ପାଇଁ ଆଜି ଦିନ ଧାର୍ଯ୍ୟ କରିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.